28.9 C
Bhubaneswar
Thursday, May 15, 2025
Homeଦେଶ ବିଦେଶନିଦ୍ରାହୀନତା କରିପାରେ ଏହି ସବୁ ସମସ୍ୟା !

ନିଦ୍ରାହୀନତା କରିପାରେ ଏହି ସବୁ ସମସ୍ୟା !

ନୂଆଦିଲ୍ଲୀ: ସୁସ୍ଥ ଜୀବନ ପାଇଁ ସୁସ୍ଥ ଖାଦ୍ୟ ଓ ବ୍ୟାୟାମ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦିଅନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଏହା ବ୍ୟତୀତ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଭଲ ନିଦ ସବୁଠୁ ଗୁରୁତ୍ବପୂର୍ଣ୍ଣ ବୋଲି ବୁଝାଇଥାନ୍ତି । ପୁଷ୍ଟିକର ଖାଦ୍ୟ ଏବଂ ବ୍ୟାୟାମ ପରି ଶୋଇବା ଆମ ସ୍ୱାସ୍ଥ୍ୟ ପାଇଁ ଜରୁରୀ । ନିଦ୍ରାର ଅଭାବ ଅନେକ ଶାରୀରିକ ଏବଂ ମାନସିକ ସମସ୍ୟା ସୃଷ୍ଟି କରିପାରେ । ଏହି କାରଣରୁ ରକ୍ତଚାପ, ହୃଦ୍ରୋଗର ଆଶଙ୍କା ମଧ୍ୟ ବଢିପାରେ ।

ଏହିପରିପ୍ରେକ୍ଷୀରେ ନିଦ୍ରାହୀନତା ଆଉ ଏକ ଜଟିଳ ରୋଗ ସୃଷ୍ଟି କରିପାରେ ବୋଲି ଜାଣିବାକୁ ପାଇଛନ୍ତି ବୈଜ୍ଞାନିକ । ଅନୁସନ୍ଧାନ ଅନୁସାରେ ନିଦ୍ରାର ଅଭାବ ଅର୍ଥାତ୍ କମ୍ ଶୋଇଲେ ପ୍ରଜନନ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡିପାରେ । ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ପର୍ଯ୍ୟାପ୍ତ ପରିମାଣରେ ଶୋଇପାରୁ ନାହାଁନ୍ତି, ତେବେ ତାଙ୍କର ପ୍ରଜନନ ହରମନ୍ ପ୍ରଭାବିତ ହୋଇପାରେ । ନିଦ୍ରାର ଅଭାବ କାରଣରୁ ମହିଳାମାନଙ୍କଠାରେ ଡିମ୍ବାଣୁ ଏବଂ ପୁରୁଷମାନଙ୍କ ଶୁକ୍ରାଣୁ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ ବୋଲି ଅନୁସନ୍ଧାନରୁ ଜଣାପଡିଛି ।

ଅଧ୍ୟୟନ ଅନୁଯାୟୀ, ଯଦି ମହିଳାମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଦ୍ରାହୀନତାର ସମ୍ମୁଖୀନ ହୁଅନ୍ତି, ତେବେ ଇଷ୍ଟ୍ରୋଜେନ୍, ପ୍ରୋଜେଷ୍ଟେରନ୍, ପ୍ରୋଲାକ୍ଟିନ୍ ଏବଂ ଲ୍ୟୁଟିନାଇଜିଂ ପରି ପ୍ରଜନନ ହରମନ୍ ଉପରେ ସିଧାସଳଖ କୁପ୍ରଭାବ ପଡିଥାଏ । ଏହି ସମସ୍ୟା ଧୀରେଧୀରେ ବନ୍ଧ୍ୟାକରଣ ସୃଷ୍ଟି କରିପାରେ । ବୈଜ୍ଞାନିକମାନେ କହିଛନ୍ତି ଯେ, ପୁରୁଷମାନଙ୍କଠାରେ ସୁସ୍ଥ ଶୁକ୍ରାଣୁ ଉତ୍ପାଦନରେ ଟେଷ୍ଟୋଷ୍ଟେରନ୍ ହରମନ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking