37.1 C
Bhubaneswar
Saturday, April 20, 2024
Homeଅପରାଧଗଞ୍ଜେଇ ବିକ୍ରିର ଅଭିନବ ଉପାୟ ; ଗିରଫ ହେଲେ ଅଭିଯୁକ୍ତ

ଗଞ୍ଜେଇ ବିକ୍ରିର ଅଭିନବ ଉପାୟ ; ଗିରଫ ହେଲେ ଅଭିଯୁକ୍ତ

ହାଇଦ୍ରାବାଦ : ହାଇଦ୍ରାବାଦରୁ ପୋଲିସ ଜବତ କଲା ୧୪୦ଟି ଗଞ୍ଜେଇ ଚକୋଲେଟ। ତେବେ ଏହି ଗଞ୍ଜେଇ ଚକୋଲେଟ ବିକ୍ରି କରୁଥିବା ଗଞ୍ଜେଇ ବେପାରୀକୁ ଗିରଫ କରିଛି ପୋଲିସ। ଗଞ୍ଜେଇ ଚକୋଲେଟ ବିକ୍ରି କରୁଥିବା ବ୍ୟକ୍ତି ବାଲେଶ୍ୱରର ଜିଲ୍ଲାର ଅନନ୍ତ ବାରିକ ବୋଲି ଜଣାପଡିଛି। ହାଇଦ୍ରାବାଦରେ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ଗଞ୍ଜେଇ ଚକୋଲେଟ ଆଦୃତ ବୋଲି ଜଣାପଡିଛି। ତେବେ ଏହି ଗଞ୍ଜେଇ ଚକୋଲେଟ ଚାରମିନାର ଗୋଲ୍ଡ ମୁନାକ୍କା ନାମରେ ବେଶ ପରିଚିତ। ଏହି ଚକୋଲେଟ ୨୦ ଟଙ୍କାରେ ୫ ଗ୍ରାମ ପରିମାଣରେ ବିକ୍ରି ହୋଇଥାଏ। ତେବେ ଏହି ସବୁ ଚକୋଲେଟ ବାଲେଶ୍ୱରରେ ତିଆରି ହେଉଥିବା ଜଣାପଡିଛି । ଯାହା ଦାଦନ ଶ୍ରମିକଙ୍କ ଜରିଆରେ ହାଇଦ୍ରାବାଦକୁ ଚାଲାଣ ହେଉଛି। ତେବେ ପୋଲିସ ଏହି ଘଟଣା ବାବଦରେ ବିଭିନ୍ନ ଛାନଭିନ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking