30.1 C
Bhubaneswar
Tuesday, September 17, 2024
Homeଅପରାଧନଫେ ସିଂହ ରାଠୀଙ୍କ ଅନ୍ତିମ ସଂସ୍କାର କରିବାକୁ ମନାକଲେ ପୁଅ ଭୁପେନ୍ଦ୍ର ରାଠୀ

ନଫେ ସିଂହ ରାଠୀଙ୍କ ଅନ୍ତିମ ସଂସ୍କାର କରିବାକୁ ମନାକଲେ ପୁଅ ଭୁପେନ୍ଦ୍ର ରାଠୀ

ନୂଆଦିଲ୍ଳୀ: ଗତକାଲି ଇଣ୍ଡିଆନ୍‌ ନେସ୍‌ନାଲ୍‌ ଲୋକଦଳର ହରିଆଣା ୟୁନିଟ୍‌ ସଭାପତି ତଥା ପୂର୍ବତନ ବିଧାୟକ ରାଜନେତା ନଫେ ସିଂହ ରାଠୀଙ୍କୁ ଅଭିଯୁକ୍ତ ମାନେ ହତ୍ୟା କରିଥିଲେ । ନିକଟସ୍ଥ ବାହାଦୁରଗଡ଼ରେ ରାଜନେତା ଜଣକ ତାଙ୍କ ଏସ୍‌ୟୁଭି ନେଇ ଯାଉଥିବାବେଳେ କିଛି ଅଜଣା ବ୍ୟକ୍ତି ଆସି ତାଙ୍କ ଗାଡ଼ିକୁ ଗୁଳି ମାରିଥିବାରୁ ୬୭ ବର୍ଷୀୟ ରାଜନେତା ନଫେ ସିଂହ ରାଠୀଙ୍କ ମୃତ୍ୟୁ ହୋଇଥିଲା।’ ଏହା ପରେ ତାଙ୍କ ପୁଅ ଭୁପେନ୍ଦ୍ର ରାଠୀ ବାପା ରାଜନେତା ନଫେ ସିଂହ ରାଠୀଙ୍କ ଶବ ବ୍ୟବଚ୍ଛେଦ ଓ ଅନ୍ତିମ ସଂସ୍କାର କରିବାକୁ ମନା କରି ଦେଇଛନ୍ତି। ଭୁପେନ୍ଦ୍ର ରାଠୀ ସରକାରଙ୍କୁ ଦାବି କରି କହିଛନ୍ତି, ‘ମୋ ବାପା ଅନେକ ଥର ଅଞ୍ଚଳର ଏସପି ଅର୍ପିତ ଜୈନଙ୍କୁ ଭେଟି ତାଙ୍କ ଜୀବନ ପ୍ରତି ବିପଦ ଥିବା କଥା କହିଥିଲେ। ଏହାପରେ ବି ବାପାଙ୍କୁ ସୁରକ୍ଷା ଦିଆଯାଇ ନଥିଲା। ମୁଁ ନିଜେ ବାପାଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇଥିଲି। ସେ ବାପାଙ୍କୁ ସୁରକ୍ଷା ଦେବେ ବୋଲି କଥା ଦେଇଥିଲେ। କିନ୍ତୁ କୌଣସି ପ୍ରକାର ସୁରକ୍ଷା ଦିଆ ନଯିବାରୁ ମୋ ବାପାଙ୍କୁ ହତ୍ୟା କରି ଦିଆଗଲା। ଦଳର ସଭାପତି ଯଦି ସୁରକ୍ଷିତ ନୁହନ୍ତି ସାଧାରଣ ଲୋକଙ୍କ ଜୀବନ ପ୍ରତି କେ‌ତେ ବିପଦ ରହିଛି ତାହା ଆପଣମାନେ ସ୍ପଷ୍ଟ ଭାବେ ଅନୁମାନ କରି ପାରୁଥିବେ। ତେଣୁ ଯେପର୍ଯ୍ୟନ୍ତ ବାପାଙ୍କ ହତ୍ୟାକାରୀକୁ ଗିରଫ କରାଯାଇନାହିଁ ‌ସେପର୍ଯ୍ୟନ୍ତ ମୁଁ ବାପାଙ୍କ ଶବର ବ୍ୟବଚ୍ଛେଦ କରିବି ନାହିଁ କି ଅନ୍ତିମ , ସଂସ୍କାର ବି କରିବି ନାହିଁ ବୋଲି ଭୁପେନ୍ଦ୍ର ରାଠୀ ସରକାରଙ୍କ ପାଖେ ଦାବି କରି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking