35.1 C
Bhubaneswar
Wednesday, April 23, 2025
Homeଓଡିଶା୨୦୨୫-୨୬ ବଜେଟ ପାଇଁ ଗୃହରେ ଉତ୍ତର ରଖିଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ

୨୦୨୫-୨୬ ବଜେଟ ପାଇଁ ଗୃହରେ ଉତ୍ତର ରଖିଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ

ଭୁବନେଶ୍ୱର : ଆର୍ଥିକ ବର୍ଷ ୨୦୨୫.୨୬ ପାଇଁ ଶିଳ୍ପ ବିଭାଗ ବଜେଟକୁ ନେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଗୃହରେ ଉତ୍ତର ରଖିଛନ୍ତି , କହିଛନ୍ତି ଗୃହର ମାନ୍ୟବର ସଦସ୍ୟ ମାନଙ୍କ ନିକଟରେ ଦ୍ଵିତୀୟଥର ଉପସ୍ଥାପନ କରିବା ମୋ ପାଇଁ ଅତ୍ୟନ୍ତ ଗୌରବର ବିଷୟ ।

ଓଡିଶାକୁ ଶିଳ୍ପ ସମୃଦ୍ଧ କରି ଗଢି ତୋଳିବା ସହ ରାଜ୍ୟର ଆର୍ଥିକ ଅଭିବୃଦ୍ଧିକୁ ରାନ୍ବିତ କରିବା କ୍ଷେତ୍ରରେ ଶିଳ୍ପ ବିଭାଗର ଭୂମିକା ଅତୁଳନୀୟ । ତା ସହିତ ରାଜ୍ୟରେ ପୁଞ୍ଜି ନିବେଶ ସହ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଶିଳ୍ପ ବିଭାଗ ଗୁରୁତ୍ବପୂର୍ଣ ଭୂମିକା ନିର୍ବାହ କରୁଛି । ଶିଳ୍ପ ପ୍ରତିଷ୍ଠା ପାଇଁ ନୀତିଗତ ଆନୁସଙ୍ଗିକ ସୁବିଧା , ଆବଶ୍ୟକୀୟ ଲିରିଭୂମି ବିକାଶ ଏବଂ ଶିଳ୍ପ ପ୍ରତିଷ୍ଠା ପ୍ରକ୍ରିୟା ଗୁଡିକୁ ସହଳ କରିବା ହେଉଛି ଶିଳ୍ପ ବିଭାଗର ମୌଳିକ ଉଦ୍ଦେଶ୍ୟ । ରାଜ୍ୟରେ ବୃହତ ଶିଳ୍ପ ପ୍ରତିଷ୍ଠା ଓ ପରିଚାଳନା ସମ୍ୱନ୍ଧୀୟ ସମସ୍ତ ସମସ୍ୟାର ସମାଧାନ ଦିଗରେ ଶିଳ୍ପ ବିଭାଗ ନିଗରେ କାର୍ଯ୍ୟ କରି ଆସୁଛି ।

ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଥିବା ବିଭିନ୍ନ ଯୋଜନାକୁ ସଫଳ ରୂପାୟନ ଦେବା ସହିତ ଉପଯୁକ୍ତ ଭାବେ କାର୍ଯ୍ୟକାରୀ ଏବଂ କ୍ରିୟାଶୀଳ କରିବାକୁ ୩ଟି ସରକାରୀ ଉଦ୍ୟୋଗ ରହିଛି- Industrial Promotion & Investment Corporation of Odisha (IPICOL), Industrial Infrastructure Development Corporation (IDCO) Orissa Film Development Corporation Ltd (OFDC) । ଏହା ବ୍ୟତୀତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶିଳ୍ପ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ସରଳ ଓ ସହଜ କରିବା ନିମନ୍ତେ ସମ୍ବଲପୁର, ଝାରସୁଗୁଡା, ରାୟଗଡା, ଜଗତସିଂହପୁର, ଭଦ୍ରକ ଏବଂ କେନ୍ଦ୍ରାପଡା ରେ ସ୍ବତନ୍ତ୍ର ଜମି ଅଧିଗ୍ରହଣ କକ୍ଷ ପ୍ରତିଷ୍ଠା କରାଯାଉଛି ।

ଇପିକଲ ରାଜ୍ୟରେ ପୁଞ୍ଜିନିବେଶ ପ୍ରୋସାହନ ସହିତ ଶିବ ଅନୁକୂଳ ବାତାବରଣ ସୃଷ୍ଟି ପାଇଁ ସକ୍ରିୟ ପଦକ୍ଷେପ ଗ୍ରହଣ କରୁଛି । ଇପିକଲର ପ୍ରମୁଖ କାର୍ଯ୍ୟ ହେଉଛି ନିର୍ଦ୍ଦେଶକ ମାନଙ୍କୁ ସିଙ୍ଗଲ ୱିଣ୍ଡୋ ସୁବିଧା ପ୍ରଦାନ କରିବା ଏବଂ ରାଜ୍ୟରେ ନିବେଶ ପାଇଁ ପ୍ରୋସାହନମୂଳକ କାର୍ଯ୍ୟକ୍ରମ ହାତକୁ ନେବ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking