30.1 C
Bhubaneswar
Saturday, May 4, 2024
Homeବିଜିନେସ୍ଭାରତର ରପ୍ତାନୀ କାରବାର ୪୪୭ ବିଲିୟନ ଡଲାର ଛୁଇଁଲା

ଭାରତର ରପ୍ତାନୀ କାରବାର ୪୪୭ ବିଲିୟନ ଡଲାର ଛୁଇଁଲା

ନୂଆଦିଲ୍ଲୀ :୨୦୨୨-୨୩ ଆର୍ôଥକବର୍ଷରେ ଭାରତର ରପ୍ତାନୀ କାରବାର ୬ ପ୍ରତିଶତ ବୃଦ୍ଧି ପାଇ ରେକର୍ଡ ୪୪୭ ବିଲିୟନ ଡଲାରରେ ପହଞ୍ଚିଛି ବୋଲି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଛନ୍ତି । ପେଟ୍ରୋଲିୟମ, ଫାର୍ମାସ୍ୟୁଟିକାଲ୍‌ସ, କେମିକାଲ୍‌ସ ଏବଂ ମେରାଇନ୍ କ୍ଷେତ୍ରରେ ଭାରତ ଅଧିକ ସାମଗ୍ରୀ ବିଦେଶକୁ ରପ୍ତାନୀ କରିଥିବା କୁହାଯାଇଛି । ଏହି ଆର୍ôଥକବର୍ଷରେ ଭାରତର ଆମଦାନୀ ପରିମାଣ ମଧ୍ୟ ୧୬.୫ ପ୍ରତିଶତ ବୃଦ୍ଧି ପାଇ ୭୧୪ ବିଲିୟନ ଡଲାର ଛୁଇଁଥିବା ଶ୍ରୀ ଗୋୟଲ କହିଛନ୍ତି ।

୨୦୨୧-୨୨ରେ ଦେଶର ଆମଦାନୀ ପରିମାଣ ୬୧୩ ବିଲିୟନ ଡଲାର ରହିଥିଲା । ଉଭୟ ସାମଗ୍ରୀ ଓ ସେବା ରପ୍ତାନୀ ପ୍ରସଙ୍ଗରେ ଭାରତ ମୋଟ ୭୭୦ ବିଲିୟନ ଡଲାର କାରବାର କରିଥିବା ଜଣାପଡିଛି । ୨୦୨୧-୨୨ରେ ଏହା ୬୭୬ ବିଲିୟନ ଡଲାର ରହିଥିଲା । ମୋଟ ଉପରେ ଦେଖିବାକୁ ଗଲେ ଭାରତର ରପ୍ତାନୀ କାରବାର ଗତ ଆର୍ôଥକବର୍ଷରେ ୧୪ ପ୍ରତିଶତ ବୃଦ୍ଧି ପାଇଥିବା କୁହାଯାଇଛି । ଏହା ଦେଶର ଅର୍ଥନୀତି ପାଇଁ ଶୁଭ ସଙ୍କେତ ବୋଲି ଗୋୟଲ ମତବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking