31.1 C
Bhubaneswar
Tuesday, April 23, 2024
Homeଓଡିଶାଅନ୍ଧ ବିଶ୍ୱାସର କରୁଣ କାହାଣୀ; ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ର୍ଦୁବ୍ୟବହାର

ଅନ୍ଧ ବିଶ୍ୱାସର କରୁଣ କାହାଣୀ; ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ର୍ଦୁବ୍ୟବହାର

ନୀଳଗିରି: ଆଜିର ଡିଜିଟାଲ ଯୁଗରେ ରାଜ୍ୟ ସରକାର ଆଦିବାସୀ ଓ ହରିଜନ ସଂପ୍ରଦାୟର ପିଲାମାନଙ୍କର ଶିକ୍ଷାର ଉନ୍ନତି ପାଇଁ ନାନାବିଧି ଯୋଜନା ପ୍ରଚଳନ କରିବା ସହ ସେମାନଙ୍କର ଚାକିରି କ୍ଷେତ୍ରରେ ଅଗ୍ରାଧିକାର ଦେଉଛନ୍ତି । ଏଥିସହ ଅନ୍ଧବିଶ୍ୱାସ ଠାରୁ ଦୁରେଇ ରହିବା ପାଇଁ ଶିକ୍ଷା କ୍ଷେତ୍ରରେ ସରକାର ଅଗ୍ରାଧିକାରୀ ଦେଇ ଆସୁଛନ୍ତି । ମାତ୍ର ଏବେ ବି ସେମାନଙ୍କ ସମାଜରେ ଅନ୍ଧବିଶ୍ୱାସ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ । ଶନିବାର ଦିନ ଏପରି ଏକ ଅନ୍ଧବିଶ୍ୱାସକୁ ନେଇ ଜନୈକ ମହିଳାଙ୍କୁ ର୍ଦୁବ୍ୟବହାର କରିବା ସହ ତା ଘର ଉପରୁ ଟେକା ପଥର ମାଡ଼ ମାରିଥିବାର ଦେଖିବାକୁ ମିଳିଛି । ସୂଚନା ଅନୁସାରେ ନୀଳଗିରି ଥାନା ଅଧୀନସ୍ଥ ବଣିଆଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ଗୀତାଞ୍ଜଳି ଦାସ କାଳେ ଗୁଣି ଗାରେଡ଼ି କରୁଥିବା ନେଇ ଉକ୍ତ ଗ୍ରାମର ବାପୁନୀ ସିଂ ଓ ମନ୍ମଥ ସିଂ ସନ୍ଦେହ କରିଥିଲେ ।

ଉକ୍ତ ଗ୍ରାମର ଓଡ଼ିଆ ପରିବାର ଭାବେ ଗୀତାଞ୍ଜଳିର ପରିବାର ରହି ଆସୁଥିବା ବେଳେ ଅନ୍ୟ ସମସ୍ତ ପରିବାର ଆଦିବାସୀ ସମ୍ପ୍ରଦାୟର ରୁହନ୍ତି । ପଣାସଂକ୍ରାନ୍ତି ଦିନ ନିଜର ପୂଜା ଡାଲା ଧରି ମା’ଙ୍କ ପାଖକୁ ପୂଜା ପାଇଁ ଯାଉଥିବାବେଳେ ଗୀତାଞ୍ଜଳିଙ୍କୁ ଅଶ୍ଳୀଳ ଭାଷାରେ ବାପୁନୁ ଓ ମନ୍ମଥ ଗାଳି ଗୁଲଜ କରିଥିଲେ । ଗୀତାଞ୍ଜଳି କୌଣସି ପ୍ରତିବାଦ କରି ନ ଥିଲେ । ଅନ୍ୟପଟେ ତୁମ ଗାଁରେ ଜଣେ ଗୁଣିଆ ଗୁଣି କରୁଥିବାରୁ ତୁମମାନଙ୍କର ଦେହ ଖରାପ ହେଉଛି ବୋଲି ବାପୁନ ଓ ମନ୍ମଥଙ୍କୁ ଜଣେ ଗୁଣିଆ କହିଥିଲେ ।

ସେହି ଗୁଣିଆଙ୍କ କଥାକୁ ବିଶ୍ୱାସ କରି ବାପୁନୁ ଓ ମନ୍ମଥ ଶନିବାର ଦିନ ଗୀତାଞ୍ଜଳି ଘର ଉପରକୁ ଟେକା ପଥର ଫିଙ୍ଗିବା ସହ ଘରର ଆସବାବପତ୍ର ମଧ୍ୟ ଭାଙ୍ଗି ଦେଇଛନ୍ତି ।ଏପରିକି ତାକୁ ଘରୁ ବାହାରକୁ ବାହାରିବାକୁ ଦେଇନଥିଲେ । ପରେ ପଡ଼ୋଶୀ ଲୋକେ ରୁଣ୍ଡ ହୋଇ ଯାଇଥିଲେ । ପରେ ପରିସ୍ଥିତି ଶାନ୍ତ ହୋଇ ପଡ଼ିଥିଲା । ଏ ନେଇ ନୀଳଗିରି ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଖବର ଲେଖିବା ବେଳକୁ ନୀଳଗିରି ଥାନାରେ କୌଣସି ମାମାଲା ରୁଜୁ ହୋଇ ନ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking