39.1 C
Bhubaneswar
Tuesday, April 23, 2024
Homeଆଇସିସି ଟି -20 ମହିଳା ବିଶ୍ୱକପ 2023ଟି-୨୦ ବିଶ୍ୱକପ ପୂର୍ବରୁ ଜାରି ହେଲା ଇଣ୍ଡିଆନ ଓମେନ୍ସ ଟିମ; ଜାଣନ୍ତୁ ଦଳରେ କିଏ ପାଇଲେ...

ଟି-୨୦ ବିଶ୍ୱକପ ପୂର୍ବରୁ ଜାରି ହେଲା ଇଣ୍ଡିଆନ ଓମେନ୍ସ ଟିମ; ଜାଣନ୍ତୁ ଦଳରେ କିଏ ପାଇଲେ ସ୍ଥାନ

ନୂଆଦିଲ୍ଲୀ: ଫେବୃୟାରୀ ୧୦ ତାରିଖରୁ ମହିଳା ବିଶ୍ୱକପ ଟ୍ରଫି ପାଇଁ ଦକ୍ଷିଣ ଆଫ୍ରିକାରେ ଲାଗିବ ଯୁଦ୍ଧ । ସେଥିପାଇଁ ପ୍ରତ୍ୟେକ ଦଳ ଅଙ୍କକଷା ଆରମ୍ଭ କରି ଦେଇଛନ୍ତି । ଏହା ସହିତ ସମସ୍ତ ଦେଶ ନିଜ ନିଜର ବେଷ୍ଟ ସ୍କ୍ୱାଡ ବିଶ୍ୱକପ ପାଇଁ ବାଛି ସାରିଛନ୍ତି । ଏଥିମଧ୍ୟରେ ଭାରତ ମଧ୍ୟ ନିଜର ଦଳ ଘୋଷଣା କରିଛି । ହରମନପ୍ରୀତଙ୍କୁ ଦଳର ଅଧିନାୟକ ପଦ ମିଳିଥିବା ବେଳେ ସ୍ମୃତି ମନ୍ଧାନା ଉପଅଧିନାୟକ ପଦ ହାସଲ କରିଛନ୍ତି ।

ବିଶ୍ୱକପ-୨୦୨୩ ପାଇଁ ଭାରତ ଘୋଷଣା କରିଛି ୧୫ ଜଣିଆ ଟିମ ଘୋଷଣା କରିଥିବା ବେଳେ ୩ ଜଣଙ୍କୁ ରିଜର୍ଭରେ ରଖାଯାଇଛି । ତେବେ ଏହି ଦଳର ନେତୃତ୍ୱ ନେଇଛନ୍ତି ହରମନପ୍ରୀତ କୌର ଏବଂ ସ୍ମୃତି ମନ୍ଧାନା ଉପଅଧିନାୟକ ପଦ ପାଇଛନ୍ତି । ଏହାସହିତ ଦୀର୍ଘ ୧ ବର୍ଷରୁ ଅଧିକ ଦିନ ପରେ ଦଳକୁ ଫେରିଛନ୍ତି ଭେଟେରାନ ଫାଷ୍ଟ ବୋଲର ଶିଖା ପାଣ୍ଡେ । ଶେଷ ଥର ପାଇଁ ୨୦୨୧ ମସିହା ଅକ୍ଟୋବରରେ ଶିଖା ଭାରତ ପାଇଁ ଖେଳିଥିଲେ । ସେହିପରି ଜେମିମା ରୋଡ୍ରିଗସ ମଧ୍ୟ ଦଳରେ ନିଜ ସ୍ଥାନ ପକ୍କା କରିଛନ୍ତି । ଏହାବ୍ୟତୀତ ବାମହାତୀ ପେସ ବୋଲର ଅଞ୍ଜଳୀ ସରଭାଣୀ ଅଷ୍ଟ୍ରେଲିଆ ସିରିଜରେ ଦମଦାର ପ୍ରଦର୍ଶନ କରି ସିଧା ବିଶ୍ୱକପରେ ସୁଯୋଗ ପାଇଛନ୍ତି । ତେବେ ରେଣୁକା ଠାକୁର ଏବଂ ପୂଜା ବସ୍ତ୍ରକାର ଦଳର ବୋଲିଂ ଆଟାକକୁ ମଜବୁତ କରିବାକୁ ଥିବା ବେଳେ ପୂଜାଙ୍କ ଫିଟନେଓ ଦଳ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି ।

ଫେବୃୟାରୀ ୧୨ ତାରିଖରେ ପାକିସ୍ତାନ ବିପକ୍ଷ ମ୍ୟାଚରୁ ବିଶ୍ୱକପ ଅଭିଯାନ ଆରମ୍ଭ କରିବ ଟିମ ଇଣ୍ଡିଆ । ଦଳ ଟୁର୍ଣ୍ଣାମେଣ୍ଟରେ ଗୃପ ‘ବି’ରେ ସ୍ଥାନ ପାଇଛି । ଭାରତ ସହ ଏହି ଗୃପରେ ଇଂଲଣ୍ଡ, ୱେଷ୍ଟ ଇଣ୍ଡିଜ, ପାକିସ୍ତାନ ଏବଂ ଆୟରଲାଣ୍ଡ ସ୍ଥାନ ପାଇଛନ୍ତି ।

ଭାରତର ବିଶ୍ୱକପ ଦଳ:- ହରମନପ୍ରୀତ କୌର(ଅଧିନାୟକ), ସ୍ମୃତି ମନ୍ଧାନା(ଉପଅଧିନାୟକ), ଶେଫାଳୀ ବର୍ମା, ୟାସ୍ତିକା ଭାଟିଆ, ରିଚା ଘୋଷ, ଜେମିମା ରୋଡ୍ରିଗସ, ହରଲୀନ ଦେଓଲ, ଦିପ୍ତୀ ଶର୍ମା, ଦେବିକା ବେଦ୍ୟ, ରାଧା ଯାଦବ, ରେଣୁକା ଠାକୁର, ଅଞ୍ଜଳୀ ସରବାଣୀ, ପୂଜା ବସ୍ତ୍ରକାର, ରାଜେଶ୍ୱରୀ ଗାଏକ୍ୱାଡ, ଶିଖା ପାଣ୍ଡେ ।
ରିଜର୍ଭ ଖେଳାଳି:- ସଭିନେନୀ ମେଘନା, ସ୍ନେହ ରାଣା, ମେଘନା ସିଂହ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking