29.4 C
Bhubaneswar
Saturday, May 4, 2024
Homeଓଡିଶା୭ କୁଚିଆ ମଦ ବେପାରି ଗିରଫ

୭ କୁଚିଆ ମଦ ବେପାରି ଗିରଫ

ବଲାଙ୍ଗିର : ବାରମ୍ବାର ଗିରଫ ପରେ ମଧ୍ୟ କୁଚିଆ ମଦ ବେପାରି ମଦ ବିକ୍ରିରୁ ନିବୃତ୍ତ ହେଉନାହାନ୍ତି । ଜାମିନ ପରେ ପୁଣି ମଦ ବେପାର କରୁଛନ୍ତି । ଫଳରେ ବେଆଇନ ମଦ ବେପାରର ଅବସ୍ଥା ଯଥା ପୁର୍ବଂ ତଥା ପରଂ ରହୁଛି । ଏବେ କିନ୍ତୁ ଆଉ ନିସ୍ତାର ନାହିଁ । ବାଲଙ୍ଗିର ପୋଲିସ ଏମାନଙ୍କୁ କାବୁ କରିବା ପାଇଁ ସିଆରପିସି ୧୧୦ ଧାରା ରେ କୋର୍ଟ ଚାଲାଣ କରିଛି । ଅଭ୍ୟାସ ଗତ ଅପରାଧିମାନଙ୍କୁ କାବୁ କରିବା ପାଇଁ ଏହି ଧାରା ଲଗାଯାଇଥାଏ ।

ଆଜି ବଲାଙ୍ଗିର ପୋଲିସ ସହରର ବିଭିନ୍ନ ଅଂଚଳରୁ ୭ଜଣ କୁଚିଆ ମଦ ବେପାରିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସିଆରପିସି ୧୧୦ ଧାରା ଯୋଗୁଁ ଏମାନେ ବେଲ୍ ଆଣି ଆଇନ୍ ଚୁଙ୍ଗଳରୁ ଖସି ଯିବା ମୁସ୍କିଲ ହୋଇ ପଡିବା ସହ ସହରରେ ବେଆଇନ କୁଚିଆ ମଦ ବେପାର କମିବ ବୋଲି ଆଶା କରାଯାଉଛି । ତେବେ ଆଗକୁ ଆହୁରି ବେପାରିଙ୍କୁ ଧରା ଯାଇ କୋର୍ଟ ଚାଲାଣ କରାଯିବ ବୋଲି ଏସ୍ ଡିପିଓ ତୋଫାନ ବାଗ କହିଛନ୍ତି । ତା ଛଡା ଟାଉନ ପୋଲିସ ଚଢଉ କରି ୪୭ ବୋତଲ କଫ ସିରପ ଜବତ କରି ବେପାରିଙ୍କୁ କୋର୍ଟ ଚାଲାଣ କରିଥିବା ସୁଚନା ଦିଆ ଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking