26.1 C
Bhubaneswar
Thursday, July 25, 2024
Homeଖେଳପାକିସ୍ତାନ ଯିବନି ଭାରତୀୟ ଟିମ୍

ପାକିସ୍ତାନ ଯିବନି ଭାରତୀୟ ଟିମ୍

ମୁମ୍ବାଇ : ପାକିସ୍ତାନରେ ଚମ୍ପିଆନ୍ସ ଟ୍ରଫି ଖେଳିନପାରେ ଭାରତୀୟ ଟିମ୍ । ଦୁବାଇ କିମ୍ବା ଶ୍ରୀଲଙ୍କାରେ ଆୟୋଜନ ହୋଇପାରେ ମ୍ୟାଚ୍ । ମ୍ୟାଚ୍ ଆୟୋଜନ ନେଇ ଆଇସିସିକୁ ଅପିଲ କରିବ ବିସିସିଆଇ । ଆସନ୍ତା ଫେବ୍ରୁଆରୀରୁ ଆରମ୍ଭ ହେବ ଆଇସିସି ଚମ୍ପିଆନ୍ସ ଟ୍ରଫି । ୧୯୯୬ ପରେ ପାକିସ୍ତାନ ପ୍ରଥମ ଥର ପାଇଁ ଆଇସିସିର ବଡ ଟୁର୍ଣ୍ଣାମେଂଟ ଆୟୋଜନ କରିବାକୁ ଯାଉଛି । ଅବଶ୍ୟ ୨୦୦୮ ଏବଂ ଗତ ବର୍ଷ ଏସିଆ କପ ଆୟୋଜନ କରିଛି । ପାକିସ୍ତାନ ବଦଳରେ ୟୁଏଇ କିମ୍ବା ଶ୍ରୀଲଙ୍କାରେ ଭାରତର ମ୍ୟାଚ ଆୟୋଜନ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଗତ ମାସରେ ପିସିବି ଏକ ଡ୍ରାଫ୍ଟ ସିଡ୍ୟୁଲ ଆଇସିସିକୁ ପ୍ରଦାନ କରିଥିଲା । ଏଥିରେ ମାର୍ଚ୍ଚ ୧ରେ ଭାରତ ଓ ପାକିସ୍ତାନ ମ୍ୟାଚ ଲାହୋରରେ ହେବ ବୋଲି ଉଲ୍ଲେଖ ରହିଥିଲା । ଫେବୃୟାରୀ ୨୦୨୫ରେ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଖେଳାଯିବ । ବିସିସିଆଇ ଏବେ ଭାରତ ମ୍ୟାଚ ଦୁବାଇରେ କରାଇବା ପାଇଁ ଆଇସିସିକୁ ଅନୁରୋଧ କରିବ ବୋଲି ଜଣାପଡିଛି । ଗତ ବର୍ଷ ଏସିଆ କପ ପାଇଁ ଭାରତ ଯାଇ ନ ଥିଲା । ସେ ସମୟରେ ଭାରତର ମ୍ୟାଚଗୁଡିକ ଶ୍ରୀଲଙ୍କାରେ କରାଯାଇଥିଲା । ଭାରତ ନ ଯିବା ନିଷ୍ପତିକୁ ସୋସିଆଲ ମିଡିଆରେ କ୍ରିକେଟପ୍ରେମୀମାନେ ସ୍ୱାଗତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking