31.1 C
Bhubaneswar
Wednesday, May 8, 2024
Homeକ୍ରିକେଟ୍ ବିଶ୍ୱକପ୍‌-୨୦୨୩କ୍ରିକେଟ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା

କ୍ରିକେଟ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ:ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ୍‌ ୨୦୨୩ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି। ଭାରତୀୟ ପୁରୁଷ କ୍ରିକେଟ୍‌ ଟିମ୍‌ର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଓ ଅଧିନାୟକ ରୋହିତ ଶାର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱକପ୍‌ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛନ୍ତି।  ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ ଅଧିନାୟକ ଭାର ଦିଆଯାଇଛି। ଘୋଷଣା କରାଯାଇଥିବା ଭାରତୀୟ ୧୫ ଜଣିଆ ସ୍କ୍ବାର୍ଡ- ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାଶ ଆୟାର, ଈଶାନ କିଶାନ,  କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ଯଶପ୍ରୀତ ବୁମରାହ, ମହମ୍ମଦ ସାମି, ମହମ୍ମଦ ସିରାଜ ଓ କୂଲଦୀପ ଯାଦବ ।

ଆଗାମୀ ଅକ୍ଟୋବର ୫ ତାରିଖରୁ ଭାରତରେ ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ ୨୦୨୩ ଆରମ୍ଭ ହେବ। ଏହା ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଦ୍‌ଘାଟନୀ ମ୍ୟାଚ୍ ଅକ୍ଟୋବର ୫ ତାରିଖରେ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଏହା ଅହମଦାବାଦରେ ଅନୁଷ୍ଠିତ ହେବ। ଭାରତର ମ୍ୟାଚ୍ ଅକ୍ଟୋବର ୮ ତାରିଖରୁ ଆରମ୍ଭ ହେବ। ଦଳ ତା’ର ପ୍ରଥମ ମ୍ୟାଚ୍ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ଭାରତ ତା’ର ତୃତୀୟ ମ୍ୟାଚ୍‌ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ଅକ୍ଟୋବର ୧୪ ତାରିଖରେ ଅହମଦାବାଦରେ ଖେଳାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking