33.1 C
Bhubaneswar
Sunday, June 26, 2022
Homeଦେଶ ବିଦେଶଆମେରିକାର ଭାରତୀୟ ନାଗରିକଙ୍କୁ ଗୁଳିକରି ହତ୍ୟା

ଆମେରିକାର ଭାରତୀୟ ନାଗରିକଙ୍କୁ ଗୁଳିକରି ହତ୍ୟା

ଓ୍ବାସିଂଟନ: ଆମେରିକାର ଭାରତୀୟ ନାଗରିକଙ୍କୁ ଗୁଳିକରି ହତ୍ୟା । ୨୫ ବର୍ଷୀୟ ଯୁବକଙ୍କୁ ମାରିଲାଣ୍ଡରେ ହତ୍ୟା କରାଯାଇଥିବା ସୂଚନା ମିଳିଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ତେଲେଙ୍ଗାନାର ସାଇ ଚରଣ ନାକ୍କା । ସେ ଜାନୁଆରୀ ୨୦୨୨ରେ ସିନସିନାଟି ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ । ରବିବାର ସକାଳେ ଗୁଳିମାଡ ପରେ ତାଙ୍କୁ ମାରିଲାଣ୍ଡ ୟୁନିଭରସିଟି ଆର ଆଡାମସ୍ କାଉଲି ଶକ୍ ଟ୍ରମା ସେଣ୍ଟରକୁ ନିଆଯାଇଥିଲା । ଯେଉଁଠାରେ ତାଙ୍କୁ କିଛି ସମୟ ପରେ ମୃତ ଘୋଷଣା କରାଯାଇଥିଲା । ଏନେଇ ଭାରତୀୟ ଦୂତାବାସ ତରଫରୁ ସୂଚନାପ୍ରଦାନ କରାଯାଇଛି । ସାଇ ଚରଣ ମୃତ୍ୟୁ ଖବର ପାଇବାପରେ ତେଲେଙ୍ଗାନାର ନଲଗୋଣ୍ଡାରେ ରହୁଥିବା ମୃତ ଯୁବକଙ୍କ ପିତା ନାକ୍କା ନରସିଂହ କହିଛନ୍ତି ଯେ, “ଆମେ ଆମ ପୁଅକୁ ଆମେରିକା ପଠାଇବାକୁ ଚାହୁଁନଥିଲୁ, ଆମେ ଚାହୁଁଥିଲୁ ସେ ଏଠାରେ ରହୁ । ମୁଁ ତାଙ୍କୁ ସେଠାକୁ ପଠାଇବାକୁ ଆଗ୍ରହ ନଥିଲି, କିନ୍ତୁ ସେ ଯାଇଥିଲା ।”ଏନେଇ ବାଲଟିମୋର ପୋଲିସର ସୂଚନା ଦେବା ସହ ଏହି ହତ୍ୟାକାଣ୍ଡ ଘଟଣା ନେଇ ତଦନ୍ତ ଜାରି ରହିଥିବା କହିଛି । ପୋଲିସ ତରଫରୁ ହତ୍ୟାର କାରଣ ନେଇ ଅଧିକ ସୂଚନା ଦିଆଯାଇନାହିଁ । ଏବେ ତଦନ୍ତ ଜାରି ରହିଥିବା ଭାରତୀୟ ଦୂତାବାସ କହିଛି । ତେବେ ସାଇ ଚରଣଙ୍କ ମୃତଦେହ ଖୁବଶୀଘ୍ର ଭାରତକୁ ଫେରାଇଆଣିବା ପାଇଁ ଯୁବକଙ୍କ ପରିବାର ଓ ଡାଏସପୋରା ସଦସ୍ୟଙ୍କ ସହ ଯୋଗଯୋଗରେ ରହିଛି ଭାରତୀୟ ଦୂତାବାସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking