28.1 C
Bhubaneswar
Sunday, July 6, 2025
Homeଦେଶ ବିଦେଶପାଙ୍ଗଙ୍ଗରେ ମୁତୟନ ହେଲା ଯୁଦ୍ଧ ଜାହାଜ, ଏଲ୍ଓସିରେ ଶକ୍ତି ବୃଦ୍ଧି କରୁଛି ଭାରତ

ପାଙ୍ଗଙ୍ଗରେ ମୁତୟନ ହେଲା ଯୁଦ୍ଧ ଜାହାଜ, ଏଲ୍ଓସିରେ ଶକ୍ତି ବୃଦ୍ଧି କରୁଛି ଭାରତ

ଲଦାଖ: ଲଦାଖରେ ବଢ଼ିଲା ଭାରତୀୟ ସେନାର ବଳ। ଚୀନ ସହିତ ଲାଗିଥିବା ଭାରତର ବାସ୍ତବିକ ନିୟନ୍ତ୍ରଣ ରେଖା ସହ ପାଙ୍ଗଙ୍ଗ ହ୍ରଦରେ ନୂଆ ଯୁଦ୍ଧ ଜାହାଜ ମୁତୟନ କଲା ଭାରତ। ଏହି ଜାହାଜ ଏଲଏସିଏ(ଲ୍ୟାଣ୍ଡିଂ କ୍ରାଫ୍ଟ ଆସଲ୍ଟ) ଏଲଓଏସିରେ ସେନାର ଅପରେସନକୁ ଆହୁରି ବଳ ଦେବ। ଏହି ଯୁଦ୍ଧ ଜାହାଜଟି ବହୁମୁଖୀ ପାରଙ୍ଗମ ହୋଇଥିବା ବେଳେ ଏହା ଲଞ୍ଚିଂ, ସ୍ପିଡ୍ ଓ କାପାସିଟିର ଲିମିଟେସନରୁ ଅଧିକ ରହିଛି। ଫଳରେ ପୂର୍ବ ଲଦାଖରେ ସେନାର ଅପରେସନ ପାଇଁ ବାଧକ ସାଜୁଥିବା ହ୍ରଦକୁ ସହଜରେ ପାର୍ କରି ସେନା ତା ଅପରେସନ ଜାରି ରଖିପାରିବ। ଏହି ଲ୍ୟାଣ୍ଡିଂ କ୍ରାଫ୍ଟ ଆସଲ୍ଟ ଜାହାଜକୁ ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି। ଗୋଆର ଏକ୍ୱେରିସ ସିପୟାର୍ଡ ଲିମିଟେଡରେ ନିର୍ମାଣ କରାଯାଇଛି। ସୀମାର ଉତ୍ତର ବର୍ଡରରେ ଅନେକ ପାଦାତିକ ସୈନ୍ୟ ସୀମିତ ଗତିବିଧ ସହ ଅସୁରକ୍ଷିତ ଭାବେ ରହୁଛନ୍ତି। ତେଣୁ ଦୁଇ ପ୍ରକାରର ଭେଇକଲ ଏଠି ମୁତୟନ କରି ଏହି ସମସ୍ୟାର କିଛି ମାତ୍ରାରେ ସମାଧାନ କରାଯାଇପାରିଛି।
ପ୍ରଥମଟି ହେଲା ଇନଫାଣ୍ଟ୍ରି ପ୍ରୋଟେକ୍ଟେଡ୍ ମୋବିଲିଟି ଭେଇକଲ (ପଦାତିକ ସୈନିକ ସୁରକ୍ଷିତ ଗିତିବିଧ ସମ୍ପନ୍ନ ଯୁଦ୍ଧ ଯାନ)। ଯାହାକୁ ଟାଟା ଆଡଭାନସ ସିଷ୍ଟମ ଲିମିଟେଡ୍ ତିଆରି କରିଥିବା ବେଳେ ଏହା ଏକ ମିନି ଟ୍ୟାଙ୍କ ଭଳି ଦେଖାଯାଉଛି। ଏହି ଯାନରର ତୀବ୍ର ଗତି ସହ ଏହା ଭିତରେ ଯାବନ ସମ୍ପୂର୍ଣ୍ଣ ସୁରକ୍ଷିତ ରହିପାରିବେ। ବହ୍ୟ ଆକ୍ରମଣରୁ ସୁରକ୍ଷା ଦେଉଥିବା ଇନଫାଣ୍ଟ୍ରି ପ୍ରୋଟେକ୍ଟେଡ୍ ମୋବିଲିଟି ଭେଇକଲ ହେଉଛି ଏକ ବାହକ ଯାନ। ଯେଉଁଥିରେ ଯବାନ ସବାର ହୋଇ ସୀମାରେ ପେଟ୍ରୋଲିଂ କରିପାରିବେ। ସେହିପରି ଦ୍ୱିତୀୟଟି ହେଲା କ୍ୱିକ୍ ରିଆକ୍ସନ ଫାଇଟିଂ ଭେଇକଲ। ଏଥିରେ ଯବାନଙ୍କ ତ୍ୱରିତ ମୁତୟନ ସହ ପ୍ରତିପକ୍ଷକୁ ତୁରନ୍ତ ଜବାବ ଦେବାର ସୁବିଧା ରହିଥାଏ। ଏହି ଯାନକୁ ବି ଟାଟା ଆଡଭାନସ ସିଷ୍ମମ ଏଲଟିଡି ନିର୍ମାଣ କରିଥିବା ବେଳେ ଏଗୁଡ଼ିକ ତୀବ୍ର ଗିତିଶୀଳ ଯାନ। ଏହା ଗୁଳି ଚାଳନା ଶକ୍ତିକୁ ବଢ଼ାଇବା ସହ ଯବାନଙ୍କୁ ସୁରକ୍ଷା ଦେବ। ଉତ୍ତର ସୀମାରେ ସେନାର ପ୍ରଭାବ ବଢ଼ାଇବାରେ ଏହି ଯାନ ସହଯୋଗ କରିବ। ଏହା ବାଦ୍ ସୀମାରେ ସେନାର ବଳ ବଢାଇଭା ପାଇଁ ଅନେକ ଟେକ୍ନୋଲୋଜୀର ବ୍ୟବହାର କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking