29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶବିନା ବାଧାରେ ଭାରତୀୟ ରକ୍ଷା ଅଧିକାରୀଙ୍କୁ ପେଣ୍ଟାଗନରେ ମିଳିବ ଏଣ୍ଟ୍ରି

ବିନା ବାଧାରେ ଭାରତୀୟ ରକ୍ଷା ଅଧିକାରୀଙ୍କୁ ପେଣ୍ଟାଗନରେ ମିଳିବ ଏଣ୍ଟ୍ରି

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ସୈନ୍ୟ ସମ୍ପର୍କ ଲଗାତାର ମଜବୁତ ହେବାରେ ଲାଗିଛି । ଏହାର ଆଉ ଏକ ପ୍ରମାଣ ଏବେ ଦେଖିବାକୁ ମିଳିଛି । ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନରେ ଭାରତୀୟ ପ୍ରତିରକ୍ଷା ଅଧିକାରୀ ବିନା କୌଣସି ବାଧାରେ ପ୍ରବେଶ କରିପାରିବେ। ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ବରିଷ୍ଠ ଅଧିକାରୀ କହିଛନ୍ତି, ଭାରତର ପ୍ରତିରକ୍ଷା ବିଭାଗ ଏବେ ସହଜରେ ପେଣ୍ଟାଗନରେ ପହଞ୍ଚି ପାରିବ । ଆମେରିକା ବାୟୁ ସେନାର ସଚିବ ଫ୍ରିକ କ୍ୟାଣ୍ଡେଲ ସୋମବାର ଭାରତର ସ୍ୱାଧୀନତା ଦିବସରେ ଇଣ୍ଡିଆ ହାଉସରେ ଭାରତୀୟ ରାଷ୍ଟ୍ରଦୂତ ତରନଜୀତ ସିନ୍ଧୁଙ୍କ ଦ୍ୱାରା ଆୟୋଜିତ ଏକ କାର‌୍ୟ୍ୟକ୍ରମରେ ଏହି ଘୋଷଣା କରିଛନ୍ତି । କ୍ୟାଣ୍ଡେଲ କହିଛନ୍ତି, ‘ଏହିପରି ପଦକ୍ଷେପ ବିଶ୍ୱାସ ଏବଂ ସହଯୋଗ ସହ ଜଡିତ ରହିଛି । ଭାରତ ସହ ଆମର ସମ୍ପର୍କ ବିଶ୍ୱାସ ଏବଂ ସହଯୋଗର ରହିଛି’। କ୍ୟାଣ୍ଡେଲ କହିଛନ୍ତି, ‘ଆଜିଠାରୁ ଭାରତୀୟ ପ୍ରତିରକ୍ଷା ଅଧିକାରୀ ବିନା କୌଣସି ସୁରକ୍ଷା ଯାଞ୍ଚରେ ପେଣ୍ଟାଗନରେ ପ୍ରବେଶ କରିପାରିବେ । ଭାରତ ସହ ଆମର ସମ୍ପର୍କର ଘନିଷ୍ଠତା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ବଡ ସହଯୋଗୀ ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି। ଆମେରିକା ପ୍ରତିରକ୍ଷା ଅଧିକାରୀ କହିଛନ୍ତି, ‘ଅନ୍ୟ ଦେଶ ତୁଳନାରେ ଭାରତ ସହ ଆମେ ଅଧିକ ମିଳିତ ଯୁଦ୍ଧାଭ୍ୟାସ କରୁଛି। ଆମ ମଧ୍ୟରେ ଦୀର୍ଘ ଦିନର ଘନିଷ୍ଠ ସମ୍ପର୍କ ରହିଛି। ଏହି ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ଉଭୟ ପ୍ରୟାସ ଜାରି ରଖିଛୁ’।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking