18.1 C
Bhubaneswar
Tuesday, January 7, 2025
Homeଦେଶ ବିଦେଶ୯୦ ବାଂଲାଦେଶୀଙ୍କୁ ମୁକ୍ତ କରିବ ଭାରତ

୯୦ ବାଂଲାଦେଶୀଙ୍କୁ ମୁକ୍ତ କରିବ ଭାରତ

ନୂଆଦିଲ୍ଲୀ : ବାଂଲାଦେଶ ହିଂସା ଓ ସେଠାରେ ସଂଖ୍ୟା ଲଘୁ  ହିନ୍ଦୁଙ୍କ ଉପରେ  ଆକ୍ରମଣକୁ ନେଇ ଭାରତ ସହ ସଂପର୍କ ବିଗିଡିବାରେ ଲାଗିଛି ।  ଆଜି ଦୁଇ ଦେଶ ମଧ୍ୟରେ ୧୮୫ ଜଣ ମତ୍ସ୍ୟଜୀବୀଙ୍କୁ ଅଦଳବଦଳ କରାଯିବ । ଏନେଇ ସୂଚନା ଦେଇଛି ବୈଦେଶିକ ମନ୍ତ୍ରାଳୟ ।ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେଖା ଅତିକ୍ରମ କରିଥିବାରୁ କେତେକ ଭାରତୀୟ ନାଗରିକଙ୍କୁ ବାଂଲାଦେଶ କର୍ତ୍ତୃପକ୍ଷ ଗିରଫ କରିଥିଲେ । ସେହିପରି କେତେକ ବାଂଲାଦେଶୀ ଧୀବରଙ୍କୁ ଭାରତ ଗିରଫ କରିଛି । ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ୯୫ ଜଣ ଭାରତୀୟଙ୍କୁ ତଟରକ୍ଷୀ ବାହିନୀ ହାତରେ ଅର୍ପଣ କରିବେ ବାଂଲାଦେଶ କର୍ତ୍ତୃପକ୍ଷ । ସେହିପରି ୯୦ ଜଣ ବାଂଲାଦେଶୀ ଧୀବରଙ୍କୁ ମୁକ୍ତ କରିବ ଭାରତ । ଦୁଇ ଦେଶର ତଟରକ୍ଷୀ ବାହିନୀ ଜରିଆରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଏହି ଅଦଳବଦଳ ପ୍ରକ୍ରିୟା ସୁରୁଖୁରୁରେ ହେବ ବୋଲି କହିଥିଲେ ବାଂଲାଦେଶର ଅନ୍ତରୀଣ ସରକାରର ବୈଦେଶିକ ବ୍ୟାପାର ବିଭାଗ ପରାମର୍ଶଦାତା ମହମ୍ମଦ ତୋହିଦ ହୁସେନ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking