29.1 C
Bhubaneswar
Saturday, July 27, 2024
Homeଖେଳଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦

ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦

ଥିରୁବନନ୍ତପୁରମ: ଘରୋଇ ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚେ୍ ଥିରୁବନନ୍ତପୁରମଠାରେ ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ୧-୦ରେ ସିରିଜ ଅଗ୍ରଣୀ କରିଛି । ବିଶାଖପାଟଣାଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲି÷ଆର ୨୦୯ ରନ୍‌ର ଟାର୍ଗେଟ୍‌କୁ ଭାରତ ହାସଲ କରିଥିଲା । ମୁଖ୍ୟତଃ ଦୁଇ ବ୍ୟାଟର ସୂର‌୍ୟ୍ୟକୁମାର ଯାଦବ ଓ ୱିକେଟ୍ କିପର ଇଶାନ କିଷାନ ମହତ୍ୱପୂର୍ଣ୍ଣ ଇନିଂସ୍ ଖେଳି ଭାରତର ବିଜୟରେ ମୁଖ୍ୟ ଭୂମିକା ନେଇଥିଲେ । ଅଷ୍ଟ୍ରେଲୀୟ ବୋଲରଙ୍କୁ ଏମାନେ ଟାର୍ଗେଟ୍ କରି ରନ୍ ସଂଗ୍ରହ କରିଥିଲେ । ସ୍ପିନରଙ୍କୁ ଇଶାନ୍ ହଇରାଣ କରିଥିବା ବେଳେ ପେସରଙ୍କୁ ସୂର୍ଯ୍ୟକୁମାର ଅତିସହଜରେ ଖେଳିଥିଲେ ।

ଯାହାକୁ ନେଇ ଅଷ୍ଟ୍ରେଲୀୟ ପେସ ବୋଲର ଜେସନ୍ ବେହେନଡର୍ଫଙ୍କୁ ଯେତେବେଳେ ତାଙ୍କୁ ପଚରାଗଲା ଯେ ମୁମ୍ବାଇ ଇଣ୍ଡିଆନ୍ସର ସାଥୀ ଖେଳାଳିଙ୍କୁ ଅଟକାଇବା ପାଇଁ ତାଙ୍କ ରଣନୀତି କ’ଣ ହୋଇପାରେ, ବେହେନଡର୍ଫ ଏହାର ଉତ୍ତର ଦେଇଥିଲେ, ବୋଲିଂ ଆଉ କାହାକୁ ଦିଆଯାଉ । ଯାହାର ଅର୍ଥ ସେ ଏଥିରେ ଅସମର୍ଥ । ଟିମ୍ ମ୍ୟାନେଜମେଣ୍ଟ ବେହରେନଡ୍ରଫ୍‌ଙ୍କୁ ଦେଇଥିବା ସଂକ୍ଷୀପ୍ତ ସୂଚନା ବେଶ୍ ସରଳ ରହିଥିଲା ।

ପିଚ୍ ଓ ପଡ଼ିଆ: ଥିରୁବନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଷ୍ଟାଡିୟମର ପୃଷ୍ଠଭାଗ ବୋଲରଙ୍କ ପାଇଁ ସହାୟକ ହୋଇଥାଏ । ଏଠାରେ ଖେଳାଯାଇଥିବା ଶେଷ ଟ୍ୱେଣ୍ଟି-୨୦ରେ ଦକ୍ଷିଣ ଆଫ୍ରିକା ୨.୩ ଓଭରରେ ୫ ୱିକେଟ୍ ହରାଇ ୯ ରନ୍ ସଂଗ୍ରହ କରିଥିଲା । ଭାରତର ଦୁଇ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଓ ଦୀପକ ଚହରଙ୍କ ଘାତକ ବୋଲିଂ କରିଥିଲେ । ନିକଟରେ ନେଦରଲାଣ୍ଡ ବିପକ୍ଷ ଦିନିକିଆ ବିଶ୍ୱକପ୍ ଅଭ୍ୟାସ ମ୍ୟାଚରେ ମିଚେଲ ଷ୍ଟାର୍କ ହ୍ୟାଟ୍ରିକ୍ ୱିକେଟ୍ ନେଇଥିଲେ । ମ୍ୟାଚର ପୂର୍ବ ସନ୍ଧ୍ୟାରେ ଗ୍ରାଉଣ୍ଡମ୍ୟାନ୍‌ଙ୍କ ଦ୍ୱାରା କରାଯାଇଥିବା ବାଉନ୍ସ ଟେଷ୍ଟରେ ଗୁଡ୍ ଲେନ୍ଥ ବଲ୍ କେବଳ ଶିନ୍ ଭଳି ଉଚ୍ଚରେ ବାଉନ୍ସ ହେବା ଉଚିତ ବୋଲି ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking