34.1 C
Bhubaneswar
Friday, March 29, 2024
Homeପୁରୁଷ ହକି ବିଶ୍ୱକପ୍ହକି ବିଶ୍ୱକପ୍ କ୍ରସଓଭର ଫାଇଟ୍: ଭାରତ ଦେଲା ପ୍ରଥମ ଗୋଲ୍

ହକି ବିଶ୍ୱକପ୍ କ୍ରସଓଭର ଫାଇଟ୍: ଭାରତ ଦେଲା ପ୍ରଥମ ଗୋଲ୍

ଭୁବନେଶ୍ୱର: କ୍ରମାଗତ ଦ୍ୱିତୀୟ ଥର ପାଇଁ ଓଡ଼ିଶା ମାଟିରେ ଆୟୋଜନ ହେଉଛି ପୁରୁଷ ହକି ବିଶ୍ୱକପ୍ । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ଆଜି କଳିଙ୍ଗ ମାଟି ରଙ୍ଗବେରଙ୍ଗରେ ସଜେଇ ହେବା ସହ ଏହାର ପ୍ରଚାର ପାଇଁ ପାଇଁ ରାଜ୍ୟ ସରକାର କୋଟି କୋଟି ଅର୍ଥ ବ୍ୟୟ କରିଛନ୍ତି । ତେବେ ଏହା ମଧ୍ୟରେ ବିଶ୍ୱକପର ପୁଲ ପର୍ଯ୍ୟାୟ ମ୍ୟାଚ ସରିଥିବା ବେଳେ ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ କ୍ରସଓଭର ବା ପ୍ରି-କ୍ୱାର୍ଟର ଫାଇନାଲ ମୁକାବିଲା ଚାଲିଛି ।

ପ୍ରଥମ କ୍ରସଓଭର ମ୍ୟାଚରେ ସ୍ପେନ ପେନାଲ୍ଟି ଶୁଟ୍ ଆଉଟରେ ମାଲେସିଆକୁ ୪-୩ରେ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଛି । ତେବେ ଆଜି ଭାରତ ତା’ର ପ୍ରଥମ ଗୋଲ ଦେଇ ୧-୦ରେ ଆଗୁଆ ରହିଛି । ଆଜିର ମ୍ୟାଚରେ ଜିତିବା ଭାରତ ପାଇଁ କର ବା ମର ସଦୃଶ ହୋଇଛି ।ହକି ବିଶ୍ୱକପର ଫର୍ମାଟ ଅନୁଯାୟୀ, ପ୍ରତ୍ୟେକ ପୁଲର ଏକ ନମ୍ବର ଟିମ୍ ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡସ ଓ ଇଂଲଣ୍ଡ ସିଧାସଳଖ କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । କ୍ୱାର୍ଟର ଫାଇନାଲର ଅନ୍ୟ ୪ଟି ସ୍ଥାନ ପାଇଁ ଆଜିଠାରୁ କ୍ରସଓଭର ମୁକାବିଲା ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ପୁଲ-ସି’ର ଦ୍ୱିତୀୟ ସ୍ଥାନରେ ଥିବା ମାଲେସିଆ ସହ ପୁଲ-ଡି’ର ତୃତୀୟ ସ୍ଥାନରେ ଥିବା ସ୍ପେନ, ପୁଲ-ଡି’ର ଦ୍ୱିତୀୟ ସ୍ଥାନରେ ଥିବା ଭାରତ ସହ ପୁଲ-ସି’ର ତୃତୀୟ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ଖେଳିବା ନେଇ ସ୍ଥିର ହୋଇଥିଲା । ଏହି ମ୍ୟାଚରେ ପରାସ୍ତ ହେବା ଅର୍ଥ ବିଶ୍ୱକପରୁ ବିଦା ହେବା ଥୟ । ଦୀର୍ଘ ୪୮ ବର୍ଷ ପରେ ଭାରତ ଏଥର ପଦକ ଜିତିବାକୁ ପ୍ରୟାସ କରିବ । ଯଦି ଆଜି ଭାରତ ବିଜୟୀ ହୁଏ, ତେବେ ଆସନ୍ତା ୨୪ ତାରିଖରେ ବେଲଜିୟମ ସହ କ୍ୱାର୍ଟର ଫାଇନାଲ ମୁକାବିଲା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking