29.1 C
Bhubaneswar
Sunday, May 19, 2024
Homeଓଡିଶାପ୍ରଦେଶ କଂଗ୍ରେସ କମିଟିର ଭାରତ ଯୋଡୋ ପଦଯାତ୍ରା ଗଙ୍ଗାଧର ମେହେର ଙ୍କ ପବିତ୍ର ପୀଠ ବରପାଲି...

ପ୍ରଦେଶ କଂଗ୍ରେସ କମିଟିର ଭାରତ ଯୋଡୋ ପଦଯାତ୍ରା ଗଙ୍ଗାଧର ମେହେର ଙ୍କ ପବିତ୍ର ପୀଠ ବରପାଲି ରେ

ବରଗଡ / ବରପାଲି:- ଆଜି ବରପାଲି ଠାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଭାରତ ଯୋଡୋ ପଦଯାତ୍ରା ଦଳ ସହ ବରପାଲି ରେ ପହଞ୍ଚିବା ପରେ ତାଙ୍କୁ କଦଳୀ ପାଲି ମହାଦେବ ମନ୍ଦିର ସମ୍ମୁଖ ରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅଭିଷେକ ସେଟ୍, କାଉନସିଲର ତଥା ନଗର କଂଗ୍ରେସ ସଭାପତି ସରୋଜ ଭୋଇ, ଗାଇସିଲେଟ ବ୍ଲକ କଂଗ୍ରେସ ସଭାପତି ଘନଶ୍ୟାମ ପାତ୍ର,ବରପାଲି ବ୍ଲକ୍ କଂଗ୍ରେସ ସଭାପତି ଫକିର ପ୍ରଧାନ, ସିଦ୍ଦିକି ହୁସେନ, ଶରତ ଶା, ବିଘ୍ନ ମେହେର ପ୍ରମୁଖ ସ୍ବାଗତ କରିଥିଲେ।ଏହାପରେ ଶରତ ପଟ୍ଟନାୟକ ଙ୍କ ନେତୃତ୍ବ ରେ ଚାଲିଥିବା ଭାରତ ଯୋଡୋ ଯାତ୍ରା ସେଠାରୁ ବାହାରିଥିଲା। ରାସ୍ତାରେ ଶ୍ରୀ ପଟ୍ଟନାୟକ କଚେରି ଛକ ରେ ଡ. ଭୀମ ରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ବାଜା ଗାଜା ସହ ପଦଯାତ୍ରା ଆଗକୁ ବଢିବା ସହ ଗାନ୍ଧୀ ଛକ ଠାରେ ବରପାଲି କୁସ୍ତି ସଂଘ ପକ୍ଷରୁ ଶ୍ରୀ ପଟ୍ଟନାୟକ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେଠାରେ ଶ୍ରୀ ପଟ୍ଟନାୟକ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପରେ କୁସ୍ତି ସଂଘ ପକ୍ଷରୁ ଆଖଡ଼ା ପ୍ରଦର୍ଶନ କରିଥିଲେ।ପରେ ପଦଯାତ୍ରା ଆଗକୁ ବଢିଥିଲା ।ଶ୍ରୀ ପଟ୍ଟନାୟକ ଙ୍କ ସମେତ କଂଗେସ ନେତୃବୃନ୍ଦ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ରେ ଯାଇ ମାଲ୍ୟାର୍ପଣ କରିଥିଲେ।ସେଠାରୁ ପଦଯାତ୍ରା ଆରମ୍ଭ ହୋଇ ଆଗକୁ ବଢିଥିଲା।ସ୍ଥାନୀୟ ମେହେର କବି ପଡ଼ା ସମ୍ମୁଖରେ ମେହେର ସମାଜ ପକ୍ଷରୁ ତୁଳସୀ ରାମ ମେହେର , ସୁରେନ୍ଦ୍ର ମେହେର ପ୍ରମୁଖ ଶ୍ରୀ ପଟ୍ଟନାୟକ ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପରେ ପଦଯାତ୍ରୀ ଦଳ କଇରାଟିକ୍ରା ପାଖରେ ପହଞ୍ଚିବା ପରେ ପଡ଼ାବାସୀ ଙ୍କ ପକ୍ଷରୁ ମହିଳା ମାନେ ଶ୍ରୀ ପଟ୍ଟନାୟକ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ପରେ ପରେ ଏହି ପଦଯାତ୍ରା ଗଙ୍ଗାଧର ମେହେରଙ୍କ ସମାଧି ପୀଠ ରେ ପହଞ୍ଚିଥିଲା। ସେଠାରେ ଶ୍ରୀ ପଟ୍ଟନାୟକ ପୁଷ୍ପମାଲ୍ୟ ପ୍ରଦାନ କରିବା ପରେ ଆଜିକାର ତଥା ବରଗଡ ଜିଲ୍ଲା ର ଭାରତ ଯୋଡୋ ଯାତ୍ରା ର ସମାପ୍ତି ଘଟିଥିଲା। ଏହାପରେ ପଦଯାତ୍ରୀ ଦଳ ବରଗଡ ଓ ସୋନପୁର ଜିଲ୍ଲା ସୀମା ଚିନାଯୁରି ଠାରେ ଅବସ୍ଥାନ କରିଛି।ଆସନ୍ତା କାଲି ସକାଳେ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ରୁ ପଦଯାତ୍ରା ଆରମ୍ଭ ହୋଇ ବଲାଙ୍ଗୀର ଜିଲ୍ଲା ଅଭିମୁଖେ ଯାତ୍ରା କରିବ।ଆଜିର ଏହି ପଦଯାତ୍ରା ରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଙ୍କ ସମେତ ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ, କଟକ ଜିଲ୍ଲା କଂଗ୍ରେସ ସଭାପତି ତଥା ଏହି କାର୍ଯ୍ୟକ୍ରମ ର ବରଗଡ ଜିଲ୍ଲା ସଂଯୋଜକ ମାନସ ଚୌଧୁରୀ,କଂଗ୍ରେସ ନେତା ପ୍ରଦୀପ ଦେବତା, ନିପନ ଦାଶ , ପିସିସି ଅନୁସୂଚିତ ଜାତି ପ୍ରକୋଷ୍ଠ ମୁଖ୍ୟ ବାଙ୍କନିଧି ବେହେରା,ବରିଷ୍ଠ ନେତା ଗୌନ୍ତିଆ ସାହୁ, ଯୁଗଳ ପ୍ରସାଦ ସିଂ,ହରଦିପ ସିଂ, ସରୋଜ ଷଡ଼ଙ୍ଗୀ, ବ୍ରହ୍ମାନନ୍ଦ ମହାକୁଡ,

ଶୁଭେନ୍ଦୁ ସାହୁ,ପାଣ୍ଡବ କର୍ଣ୍ଣ, ଦିଲୀପ ନନ୍ଦ,ରବି ପଣ୍ଡା, ମୋତିଲାଲ ଦାଶ,ପ୍ରତାପ ନାୟକ,ସୁଶିଲ ଭୋଇ, ଅନିଲ ଅଗ୍ରୱାଲ,ରମେଶ ପଣ୍ଡା, ଶ୍ରୀମତୀ ସୁଧାରାଣୀ ସାହୁ ,ପିସିସି ଗଣମାଧ୍ୟମ ପ୍ରକୋଷ୍ଠ ର ସଂଯୋଜକ ଦୀପକ ମହାପାତ୍ର ,ଜ୍ଞାନ ପଟ୍ଟନାୟକ,ଭାରତ ଯୋଡୋ ଯାତ୍ରା ର ସେବଦଲ ର ପ୍ରଭାରୀ କୁଳମଣି ସାହୁ,ଅଜୟ ମହାନ୍ତି, ନରୋତ୍ତମ ନାୟକ,ସଞ୍ଜୟ ତ୍ରିପାଠୀ, କୈଳାଶ ସାହୁ, ଅଖିଳ ଭାରତ କଂଗ୍ରେସ ସେବାଦଳ ର ପ୍ରଭାରୀ ତଥା ଛତିଶଗଡ ର ପୂର୍ବ ବିଧାୟକ ଚେନ୍ ସିଂ ସାମଲ,ଭୋକାଲି ସେଠୀ,ସାଗର ପରିଡ଼ା ପ୍ରମୁଖ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking