38.1 C
Bhubaneswar
Friday, May 3, 2024
Homeଦେଶ ବିଦେଶଭାରତ ଏବଂ ରୁଷ ମଧ୍ୟରେ ବଡ ଡିଲ

ଭାରତ ଏବଂ ରୁଷ ମଧ୍ୟରେ ବଡ ଡିଲ

ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧ ର ପ୍ରଭାବ ପୁରା ଦୁନିଆ ଉପରେ ପଡିଛି । ପଶ୍ଚିମ ଦେଶ ରୁଷ ଉପରେ ଅନେକ ପ୍ରତି ବନ୍ଧକ ଲଗାଇଛନ୍ତି । ରୁଷ ନିଜ ଦେଶରେ ଉତ୍ପାଦନ ହେଉଥିବା ସାମଗ୍ରୀ କୁ ଅନ୍ୟ ଦେଶ ମାନଙ୍କୁ ରପ୍ତାନୀ କରୁଛି । ଏହାର ପ୍ରଭାବ ବିଶ୍ୱର ଅନେକ ଦେଶ ମାନଙ୍କ ଉପରେ ପଡୁଛି । ଯାହା ଫଳରେ ଅନେକ ସାମଗ୍ରୀ ର ଦର ମଧ୍ୟ ବଢିବାରେ ଲାଗିଛି । କିନ୍ତୁ ରୁଷ ସହ ଭାରତର ସମ୍ପର୍କ ଭଲ ରହିଥିବା ବେଳେ ଭାରତ ଏବେ ଫର୍ଟିଲାଇଜର ସପ୍ଲାଏର ଡିଲ କୁ ମଂଜୁରୀ ଦେଇଛି । ରିପୋର୍ଟ ଅନୁଯାୟୀ ଆମେରିକା ସହ ଅନେକ ବଡ ବଡ ଦେଶ ୟୁକ୍ରେନ କୁ ସମର୍ଥନ କରୁଥିବା ବେଳେ ରୁଷ ସହ ସମ୍ପର୍କ ତୁଟାଇ ଛନ୍ତି । କିନ୍ତୁ ଭାରତ ରୁଷ ସହ ଭଲ ସମ୍ପର୍କଥିବ ବେଳେ ବୈଦେଶିକ କାରବାର କୁ ଆଗକୁ ବଢାଉଛି । ଭାରତ ବ୍ୟବହାର କରୁଥିବା ରାସାୟନିକ ସାର ଅନ୍ୟ ଦେଶରୁ ଆମଦାନୀ କରିଥାଏ । ପୁରା ଦୁନିଆରେ ରାସାୟନିକ ସାର ର ଦର ବଢିବା ପରେ ଭାରତ ଫେବ୍ରୁଆରୀ ରେ ଏ ନେଇ ଆଲୋଚନା ଆରମ୍ଭ କରିଥିଲା । ଭାରତ ପ୍ରତିବର୍ଷ ରୁଷ ଠାରୁ ୮ ଲକ୍ଷ ଟନ ନାଇଟ୍ରୋଜେନ, ଫସଫରସ ଏବଂ ପୋଟାସିୟମ କିଣି ଥାଏ । ରୁଷ ବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଭାରତ ସରକାର ୨୧ ମେ ରେ ୧.୧ ଲକ୍ଷ ର ଅତିରିକ୍ତ ସବସିଡି ଆଣିବାର ନିଷ୍ପତ୍ତି ନେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking