28.1 C
Bhubaneswar
Saturday, April 20, 2024
Homeଆଗକୁ ଆହ୍ୱାନଲଞ୍ଚ ହେଲା ‘ଓପନ ଡାଟା ଉଇକ’

ଲଞ୍ଚ ହେଲା ‘ଓପନ ଡାଟା ଉଇକ’

ବ୍ୟୁରୋ : ଖୋଲା ତଥ୍ୟ ଗ୍ରହଣ ଏବଂ ଭାରତର ସହରାଞ୍ଚଳ ଇକୋସିଷ୍ଟମରେ ନବସୃଜନ କୁ ପ୍ରୋତ୍ସାହିତ କରିବା ପାଇଁ ଗୃହ ଓ ବ୍ୟାପାର ମନ୍ତ୍ରାଣାଳୟ ଖୋଲା ଡାଟା ସପ୍ତାହ ଆରମ୍ଭ କରିଥିଲା । ୨୦୨୨ ଜାନୁଆରୀ ୧୭ ମସିହାରେ ଏହା ଆରମ୍ଭ ହୋଇଥିଲା । ସମସ୍ତ ୧୦୦ଟି ସ୍ମାର୍ଟ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ । ଡାଟା ବେସ କୁ ନେଇ ଏକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି । ଓପନ ଡାଟା ଉଇକ ହେଉଛି ଆଜାଦୀ କା ଅମୃତ ମହୋତ୍ସବ ର ଏକ ଅଂଶ । ସୁରଟ ଠାରେ ଫେବ୍ରୁଆରୀ ୨୦୨୨ ରେ ଏହାର ସେଡୁଲ କରାଯାଇଛି । ୧୦୦ ଟି ସ୍ମାର୍ଟ ସିଟି ରେ ଥିବା ଲୋକ ମାନେ ଅଂଶ ଗ୍ରହଣ କରିପାରିବେ । ଖୋଲା ତଥ୍ୟ ( ଓପନ ଡାଟା ଉଇକ )ର ବ୍ୟବହାର ଏବଂ ସଚେତନତା କୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସ୍ମାର୍ଟ ସିଟି ଓପନ ଡାଟା ପୋର୍ଟାଲ ରେ ୩,୮୦୦ ଡାଟା ସେଟ ଏବଂ ୬୦ ରୁ ଅଧିକ ଷ୍ଟୋରୀ ସାଇଟ ରେ ପୋଷ୍ଟ ହୋଇ ସାରିଛି । ଓପନ ଡାଟା ସପ୍ତାହ କୁ ଦୁଇଟି ସେଗମେଣ୍ଟ ରେ ବା ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ହେଉଛି ଡାଟା ସେଟ କୁ ଆପଲୋଡ କରିବା । ଦ୍ୱିତୀୟ ହେଉଛି ଭିଜୁଆଲାଇଜେସନ । ହାଇ କ୍ୱାଲିଟିର ଡାଟା ସେଟ ଅପଲୋଡ କରିବାକୁ କୁହାଯାଇଛି । ଏବଂ ସ୍ମାର୍ଟ ସିଟି ଓପନ ଡାଟା ପୋର୍ଟାଲ ରେ ଏପିଆଇ ଏବଂ ଡାଟା ବ୍ଲଗସ୍ ୧୭ ରୁ ୨୦ ଜାନୁଆରୀ ମଧ୍ୟରେ ଏବଂ ଦ୍ୱିତୀୟ ସେଲିବ୍ରେସନ ସମସ୍ତ ସ୍ମାର୍ଟ ସିଟି ରେ ଜାନୁଆରୀ ୨୧ ରେ ପାଳନ କରାଯିବ । ଏହି ଦିନର ଲକ୍ଷ ହେବ ଭିନ୍ନ ଭିନ୍ନ ବିଭାଗର ବେସରକାରୀ ସେକ୍ଟର , ସରକାରୀ ଏଜେନ୍ସି , ଏକାଡେମିକ, ସାଇନଟିଫିକ ଇନଷ୍ଟୁିଚ୍ୟୁସନ ଇନକ୍ଲୁଡ ରହିବ । ମୁଖ୍ୟ ଲକ୍ଷ ବା ଉଦ୍ଦେଶ୍ୟ ହେବ ବିଭିନ୍ନ ପ୍ଲାଟଫର୍ମର ଡାଟା ଅବଜରଭିଙ୍ଗ କରିବା । ଡାଟାର ବ୍ୟବହାର କେତେ ଦୂର ହୋଇ ପାରୁଛି । ଲୋକ ମାନେ କେତେ ଡାଟା କୁ ବ୍ୟବହାର କରୁଛନ୍ତି । ଗ୍ରାମାଂଚଳ ମାନଙ୍କରେ ଡାଟା କୁ ନେଇ କଣ ସବୁ ପ୍ରଶ୍ନ ରହୁଛି । ଓପନ ଡାଟା ଉଇକ ପ୍ରମୋଟ କରୁଛି ଆବ୍ୱାର ନେସ । ଆଜିକା ସମୟରେ ଡାଟା ର ବହୁାଳ ମାତ୍ରା ରେ ବ୍ୟବହାର ହେଉଥିବା ବେଳେ , ଗ୍ରାମଂଚଳମାନଙ୍କରେ ଡାଟାର ବ୍ୟବହାର କେତେଦୂର ହୋଇ ପାରୁଛି । ଡାଟା ହେଉଛି ଏକ ନୂଆ ଫିଲଡ । ଯେଉଁଠି ଲୋକ ମାନେ ବ୍ୟବହାର କରିବା ଦ୍ୱାରା ଜ୍ଞାନ ବୃଦ୍ଧି ହୋଇ ପାରିବ । ଅନେକ କାର୍ଯ୍ୟ ମଦ୍ୟ ସହଜ ରେ ହୋଇ ପାରିବ ।କେନ୍ଦ୍ର ସରକାରଙ୍କ ଦ୍ୱାରା ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ୭୫ ବର୍ଷ ସ୍ୱାଧୀନତା ଦିବସ ଉପଲ କ୍ଷେ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଭାରତ ବର୍ଷରେ ଯେଉଁ ଯେଉଁ କ୍ଷେତ୍ର ରେ ଉନ୍ନତି ହୋଇଥିବା ଅନେକ କାର୍ଯ୍ୟ ସ୍ଥାନ ପାଇବ । ସମସ୍ତ ସ୍ମାର୍ଟ ସିଟିରେ ସେମିନାର୍, ହ୍ୟାକଥନ୍, କଥାବାର୍ତ୍ତା, ଟ୍ରେନିଂ ଏବଂ ସହର ଦ୍ୱାରା ଚିହ୍ନିତ ବିଭିନ୍ନ ଡାଟା ଟ୍ରାକ୍ ଉପରେ ପ୍ରଦର୍ଶନ ପ୍ରଦର୍ଶନ କରି ଡାଟା ଦିବସ ପାଳନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking