22.1 C
Bhubaneswar
Saturday, March 22, 2025
Homeଦେଶ ବିଦେଶଟ୍ରମ୍ପ୍‌ଙ୍କ ଶୁଳ୍କ କଟକଣା ତାଲିକାରୁ ଭାରତ ବାଦ୍‌

ଟ୍ରମ୍ପ୍‌ଙ୍କ ଶୁଳ୍କ କଟକଣା ତାଲିକାରୁ ଭାରତ ବାଦ୍‌

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଗତ ଶୁକ୍ରବାର ଭାରତ ସମେତ ଚୀନ୍‌, ମେକ୍ସିକୋ ଏବଂ କାନାଡା ବିରୋଧରେ ଶୁଳ୍କ କଟକଣା ଘୋଷଣା କରିଥିଲେ। ନିଜ ଦେଶ ଆମେରିକାର ବାଣିଜ୍ୟିକ ନିଅଣ୍ଟ ସ୍ଥିତି ସୁଧାରିବାକୁ ଟ୍ରମ୍ପ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଥିଲା। ଏହାକୁ ନେଇ ଭାରତ ସମେତ ଏସବୁ ଦେଶଙ୍କ ସହ ବ୍ୟବସାୟିକ ସମ୍ପର୍କ ପ୍ରଭାବିତ ହେବା ନେଇ ଆଶଙ୍କା ମଧ୍ୟ ସୃଷ୍ଟି ହୋଇଥିଲା। ତେବେ ଟ୍ରମ୍ପ ଏବେ ନିଜ ପୂର୍ବ ନିଷ୍ପତ୍ତିରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ଶୁଳ୍କ ବୃଦ୍ଧି ତାଲିକାରୁ ଟ୍ରମ୍ପ୍ ଭାରତକୁ ବାଦ୍ ଦେଇଛନ୍ତି। ଏହାଦ୍ୱାରା ଭାରତକୁ ଏକ ବଡ ଆଶ୍ୱସ୍ତି ମିଳିଛି। ଆମେରିକାର ବାଣିଜ୍ୟିକ ନିଅଣ୍ଟକୁ କମ୍ ରଖିବା ଦିଗରେ ଏହି ୪ ରାଷ୍ଟ୍ରଙ୍କ ଅବଦାନ ସବୁଠାରୁ ଅଧିକ। ଚୀନ୍‌ର ଅବଦାନ ୩୦.୨% ରହିଥିବା ବେଳେ ଏହାପଛକୁ ମେକ୍ସିକୋ (୧୯%), କାନାଡା (୧୪% ) ଏବଂ ଭାରତ (୩.୨%) ରହିଛନ୍ତି। ଆମେରିକା ଦୃଷ୍ଟିକୋଣରୁ ଭାରତର ଅବଦାନ ଅଧିକ ହୋଇନଥିବାରୁ ଭାରତ ଉପରେ କଟକଣା ଅନାବଶ୍ୟକ ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ମେକ୍ସିକୋ ସହ ଆମେରିକାର ୨୫୦ ବିଲିଅନ ଡଲାର ଏବଂ କାନାଡା ସହ ୨୦୦ ବିଲିଅନ ଡଲାର ବାଣିଜ୍ୟି ନିଅଣ୍ଟ ଚାଲିଥିବା ଜଣାପଡିଛି। ଅପରପକ୍ଷରେ ଚୀନ୍‌ରୁ ଆମଦାନୀ କରାଯାଉଥିବା ଆନାଲଜେସିକ୍ (ଫେଣ୍ଟାନିଲ) ସେବନ କରି ଆମେରିକାରେ ପ୍ରତିବର୍ଷ ହଜାର ହଜାର ଲୋକ ପ୍ରାଣ ହରାଉଥିବା ଅଭିଯୋଗ ହୋଇଛି।

ଅନ୍ୟ ଏକ ରିପୋର୍ଟ ଅନୁସାରେ ଟ୍ରମ୍ପ କାନାଡାରୁ ଆମଦାନୀ ଉପରେ ୨୫% ଶୁଳ୍କ ଲାଗୁ କରିବା ପରେ କାନାଡା ସରକାରଙ୍କ ମଧ୍ୟ ଆମେରିକାରୁ ଆମଦାନୀ ଉପରେ ସମାନ ୨୫ ପ୍ରତିଶତ ଶୁଳ୍କ ଲାଗୁ କରି ପାଲଟା ଜବାବ ଦେଇଥିବା ସୂଚନା ମିଳିଛି। ସିଧାସଳଖ କହିଲେ ମେକ୍ସିକୋ, କାନାଡା ଏବଂ ଚୀନ୍‌ରୁ ଆମଦାନୀ ଉପରେ ଅଧିକ ଶୁଳ୍କ ଲାଗୁ କରିବା ପାଇଁ ଟ୍ରମ୍ପ ନିର୍ଦ୍ଦେଶ ଦେବା ପରେ କାନାଡା ସରକାରଙ୍କ ଏହି ପଦକ୍ଷେପ ବାଣିଜ୍ୟ ଯୁଦ୍ଧ ଉତ୍ତେଜନାକୁ ବୃଦ୍ଧି କରିଛି। ୧୦୬ ନିୟୁତ ଡଲାର ମୂଲ୍ୟର ଆମେରିକୀୟ ଆମଦାନୀ ଉପରେ କାନାଡାର କାମଚଳା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେୟୁଙ୍କ ସରକାର ମଧ୍ୟ ୨୫% ଶୁଳ୍କ ଲାଗୁ କରିଛନ୍ତି। ଏହି ପରିପ୍ରେକ୍ଷୀରେ ୩ ହଜାର କୋଟି ଡଲାର ମୂଲ୍ୟର ଆମେରିକୀୟ ମଦ ଓ ଫଳ ଉପରେ ମଧ୍ୟ ସମାନ ଶୁଳ୍କ ମଙ୍ଗଳବାର ଠାରୁ ଲାଗୁ ହେବ ବୋଲି ଟ୍ରୁଡେୟୁଙ୍କ ସରକାର ସ୍ପଷ୍ଟ କରିଛନ୍ତି। ଟ୍ରମ୍ପ ଆର୍ôଥକ ଜରୁରୀ ପରିସ୍ଥିତି ଘୋଷଣା କରି ଚୀନ୍ ଉପରେ ୧୦% ଶୁଳ୍କ ଲଗାଇଥିବା ବେଳେ ମେକ୍ସିକୋ ଓ କାନାଡାରୁ ଆମଦାନୀ ହେଉଥିବା ଉତ୍ପାଦ ଉପରେ ୨୫% ଶୁଳ୍କ ବୃଦ୍ଧି କରିଥିଲେ। ଅନ୍ୟପକ୍ଷରେ କାନାଡାରୁ ଆମେରିକା ଆମଦାନୀ କରୁଥିବା ତେଲ, ପ୍ରାକୃତିକ ବାଷ୍ପ ଓ ବିଦ୍ୟୁତ୍ ଉପରେ ୧୦% ଶୁଳ୍କ ଲାଗିବ ବୋଲି କହିଥିଲେ। ଆନ୍ତର୍ଜାତିକ ଜରୁରୀକାଳୀନ ଅର୍ଥନୈତିକ ଶକ୍ତି ଆଇନ (ଆଇଇଇପିଏ) ଅନୁଯାୟୀ ଟ୍ରମ୍ପ ଏହି ଶୁଳ୍କ ବୃଦ୍ଧି କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking