27.1 C
Bhubaneswar
Saturday, July 27, 2024
Homeଖେଳବିଶ୍ୱକପ୍‌ର ସେମିରେ ଭାରତ-ପାକିସ୍ତାନ ଓ ଇଂଲଣ୍ଡ-ଅଷ୍ଟ୍ରେଲିଆ ମୁକାବିଲା ହେବ: ଗିଲ୍‌ଖ୍ରିଷ୍ଟ

ବିଶ୍ୱକପ୍‌ର ସେମିରେ ଭାରତ-ପାକିସ୍ତାନ ଓ ଇଂଲଣ୍ଡ-ଅଷ୍ଟ୍ରେଲିଆ ମୁକାବିଲା ହେବ: ଗିଲ୍‌ଖ୍ରିଷ୍ଟ

ନୂଆଦିଲ୍ଲୀ: ବିଶ୍ୱର ଶ୍ରେଷ୍ଠ ୱିକେଟ୍ କିପର ଭାବେ ପରିଚିତ ଅଷ୍ଟ୍ରେଲିଆର ଆଡାମ ଗିଲଖ୍ରୀଷ୍ଟ ଆସନ୍ତାେ ବିଶ୍ୱକପ୍‌କୁ ନେଇ ପୂର୍ବାନୁମାନ କରିଛନ୍ତି । ସେ କହିଛନ୍ତି କି, ୨୦୨୩ ଦିନିକିଆ ବିଶ୍ୱକପ୍‌ର ସେମିଫାଇନାଲରେ ଭାରତ ଓ ପାକିସ୍ତାନ ଏବଂ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ । ଭାରତ ଟୁର୍ଣ୍ଣାମେଣ୍ଟ ଆୟୋଜକ ହୋଇଥିବାରୁ ଘରୋଇ ପରିବେଶର ଯଥେଷ୍ଟ ଫାଇଦା ଭାରତ ନେବ । ଏହାବ୍ୟତୀତ ଏହି ଦଳ ଏବେ ବେଶ ଶୃଙ୍ଖଳିତ ରହିଛି । ବିଶ୍ୱରେ ଏକମାତ୍ର ଦଳ ଭାବେ ଭାରତ କେଉଁ ପରିସ୍ଥିତିରେ କିଭଳି ପ୍ରତ୍ୟାବର୍ତ୍ତନ କରିବ ତାହା କହିବା ସମ୍ପୂଣ୍‌ର୍ ଅସମ୍ଭବ । ଏହି ଦଳରେ ବିଶ୍ୱର ଅନେକ ଶ୍ରେଷ୍ଠ ଓ ଯୁବ ପ୍ରତିଭା ରହିଛନ୍ତି । ଯେଉଁମାନେ ଯେ କୌଣସି ସମୟରେ ମ୍ରାଚ୍‌ର ମୋଡ ବଦଳାଇବାରେ ସିଦ୍ଦହସ୍ତ । ସେଥିପାଇଁ ଭାରତ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିବା ନିଶ୍ଚିତ । ପାକିସ୍ତାନ ଉପମହାଦେଶୀୟ ରାଷ୍ଟ୍ର । ଭାରତ ଓ ପାକିସ୍ତାନର ଜଳବାୟୁ ପାଣିପାଗ ପ୍ରାୟ ସମାନ ।

ଉଭୟ ବୋଲିଂ ଓ ବ୍ୟାଟିଂରେ ବିଶ୍ୱର ଶ୍ରେଷ୍ଠ ଖେଳାଳି ଭାବେ ଏହି ଦଳରେ ରହିଛନ୍ତି । ର‌୍ୟାଙ୍କିଙ୍ଗରେ ଏବେ ଦଳ ପ୍ରଥମ ସ୍ଥାନରେ ରହିଛି । ଏହି ଟିମ୍ ସେମିଫାଇନାଲରେ ପ୍ରବେଶ କରିବାର କ୍ଷମତା ରଖିଛି । ଅନ୍ୟ ଦୁଇଦଳକୁ ନେଇ ସେ କହିଛନନ୍ତି କି, ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ଏବେ ଭଲ ଫର୍ମରେ ରହିଛି । ଯୁବ ଓ ଅଭିଜ୍ଞ ଖେଳାଳିମାନେ ଟିମ୍‌ରେ ରହିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ଏହି ଦଳ ଏବେ ଦିନିକିଆ ସିରିଜ ଏକତରଫାେ ଭାବେ ଜିତିଛି । ଯାହା ଦଳର ଫର୍ମକୁ ଦର୍ଶାଉଛି । ସେହିପରି ଅଷ୍ଟ୍ରେଲିଆକୁ ନେଇ କହିଛନ୍ତି କି, ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ସବୁବେଳେ ଶ୍ରେଷ୍ଠ ପ୍ରଦର୍ଶନ କରିଥାଏ । ଭାରତରେ ଅଷ୍ଟ୍ରେଲିଆ ଖେଳାଳିମାନେ ଅନେକ ଟୁର୍ଣ୍ଣାମେଣ୍ଟ ଓ ଫ୍ରାଞ୍ଚାଇଜ୍ ମ୍ୟାଚ୍ ଖେଳି ପରିବେଶ ସହ ଖାପଖୁଆଇଛନ୍ତି । ଏଠାରେ ଅଷ୍ଟ୍ରେଲୀୟ ଖେଳାଳି ସର୍ବଦା ଶ୍ରେଷ୍ଠ ପ୍ରଦର୍ଶନ କରିଥାନ୍ତି । ଯାହା ଦଳକୁ ବିଶ୍ୱକପ୍‌ର ସେମିଫାଇନାଲରେ ପହଞ୍ଚାଇବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking