25.8 C
Bhubaneswar
Saturday, July 27, 2024
Homeଖେଳରୋହିତଙ୍କୁ ଗମ୍ଭୀରଙ୍କ ଚେତାବନୀ; ‘ଦ୍ରାବିଡ ଓ ବିରାଟଙ୍କ ପରି ହେବନାହିଁ’

ରୋହିତଙ୍କୁ ଗମ୍ଭୀରଙ୍କ ଚେତାବନୀ; ‘ଦ୍ରାବିଡ ଓ ବିରାଟଙ୍କ ପରି ହେବନାହିଁ’

ନୂଆଦିଲ୍ଲୀ:  ଭାରତରେ ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ୨୦୨୩ ଆସନ୍ତା ୪ ତାରିଖରୁ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଭାରତ ଟାଇଟଲ ଫେଭୋରିଟ୍ ରହିଛି । ଯାହାକୁ ନେଇ ବହୁ କ୍ରିକେଟ୍ ବିଶେଷଜ୍ଞ ପ୍ରକାଶ କରିଛନ୍ତି । ବିଶ୍ୱକପ୍‌କୁ ଆଉ ଅଳ୍ପଦିନ ବାକି ରହିଥିବା ବେଳେ ଏବେ ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର ଟିମ୍‌ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କୁ ଚେତାବନୀ ଦେଇଛନ୍ତି । ଚେତାବନୀ ସଦୃଶ ସେ କହିଛନ୍ତି କି, ୨୦୦୭ରେ ଭାରତ ଦିନିକିଆ କ୍ରିକେଟ୍ ବିଶ୍ୱକପ୍‌ରେ ରାହୁଲ ଦ୍ରାବିଡଙ୍କ ନେତୃତ୍ୱରେ ଖେଳିଥିଲା । ଦଳରେ ଷ୍ଟାର ଖେଳାଳିଙ୍କ ଉପସ୍ଥିତି ସତ୍ୱେ ବାଂଲାଦେଶଠାରୁ ଲଜ୍ଜଜେନକ ପରାଜୟ ବରଣ କରି ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିଲା । ସେହିପରି ୨୦୧୯ରେ ବିରାଟ କୋହଲିଙ୍କ ନେତୃତ୍ୱରେ ବିଶ୍ୱକପ୍ ଖେଳିଥିଲା ।

ସମସ୍ତ ଖେଳାଳି ଭଲ ଫର୍ମରେ ରହିଥିବା ବେଳେ ଭାରତ ସେମିଫାଇନାଲରେ ପରାସ୍ତ ହୋଇଥିଲା । ଏବେ ରୋହିତଙ୍କ ପାଖରେ ଯେଉଁ ଦଳ ରହିଛି ତାହା ବିଶ୍ୱକପ୍ ଜିତିବାକୁ ସକ୍ଷମ । ସେଥିପାଇଁ ଏପରି କିଛି ତୃଟି ରୋହିତ ନକରନ୍ତୁ ଯାହାଦ୍ୱାରା ୨୦୦୭ କି ୨୦୧୯ର ପୁନରାବୃତ୍ତି ନଘଟୁ । ଏହାସହ ରୋହିତ ଶର୍ମାଙ୍କ ପ୍ରଶଂସା କରି ଗମ୍ଭୀର କହିଛନ୍ତି କି, ଏସିଆ କପ୍‌ରେ ମାତ୍ର ୧୦ଟି ମ୍ୟାଚ୍‌ରେ ରୋହିତଙ୍କ ନେତୃତ୍ୱରେ ଭାରତ ଦୁଇଥର ଚାମ୍ପିଅନ୍ ହୋଇଛି । ଏହାବ୍ୟତୀତ ରୋହିତ ଆଇପିଏଲ୍‌ରେ ୫ଥର ଚାମ୍ପିଅନ୍ ହୋଇଛନ୍ତି । ଏଭଳି ଅଧିନାୟକ ବଡ ଟୁର୍ଣ୍ଣାମେଣ୍ଟ ଜିତିବା କିଛି କଷ୍ଟକର ନୁହେଁ । କିନ୍ତୁ ଟୁର୍ଣ୍ଣାମେଣ୍ଟ ଜିତିବା ପାଇଁ ତାଙ୍କ ନିକଟରେ ରହିଥିବା ଯୁବ ଖେଳାଳିଙ୍କୁ ଉଚିତ୍ ସମୟରେ ଉପଯୋଗ କରିବାକୁ ପଡିବ । ୨୦୧୧ରେ ଭାରତ ଅନ୍ତିମଥର ବିଶ୍ୱକପ୍ ଆୟୋଜନ କରି ଚାମ୍ପିଅନ୍ ହୋଇଥିଲ ।ା ଚଳିତ ବର୍ଷ ଏହି ରେକର୍ଡର ପୁନରାବୃତ୍ତି ରୋହିତ ଶର୍ମାଙ୍କ ଦ୍ୱାରା ହେଉ ବୋଲି ଗମ୍ଭୀର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking