29.1 C
Bhubaneswar
Monday, June 24, 2024
Homeଖେଳଶ୍ରେୟସ୍‌ଙ୍କୁ ନେଇ ଦଳ ଚିନ୍ତାରେ ନାହିଁ: ରୋହିତ

ଶ୍ରେୟସ୍‌ଙ୍କୁ ନେଇ ଦଳ ଚିନ୍ତାରେ ନାହିଁ: ରୋହିତ

ନୂଆଦିଲ୍ଲୀ: ଭାରତର ମଧ୍ୟମକ୍ରମ ବ୍ୟାଟର ଶ୍ରେୟସ୍ ଆୟର ଆହତ ପାଇଁ ଏସିଆ କପ୍‌ର ଅନ୍ତିମ ତିନି ମ୍ୟାଚ୍ ଖେଳିବାରୁ ବଞ୍ଚିତ ହୋଇଛନ୍ତି । ତେବେ ତାଙ୍କ ଆହତ ସମସ୍ୟାଳ ନେଇ ଦଳ ଚିନ୍ତାରେ ନାହିଁ ବୋଲି ଅଧିନାୟକ ରୋହିତ ଶର୍ମା ପ୍ରକାଶ କରିଛନ୍ତି । ରୋହିତ କହିଛନ୍ତି କି, ବିଶ୍ୱକପ୍ ପୂର୍ବରୁ ଶ୍ରେୟସ ସମ୍ପୂର୍ଣ୍ଣ ଫିଟ୍ ହୋଇଯିବେ । ଶ୍ରୀଲଙ୍କା ବିପକ୍ଷ ଏସିଆ କପ୍‌ର ଫାଇନାଲ ପୂର୍ବରୁ ଅଭ୍ୟାସରେ ସେ ଦୀର୍ଘସମୟ ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ ଏପରିକି ଫିଲ୍ଡିଂ ମଧ୍ୟ କରିଥିଲେ । କିନ୍ତୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିଲେ ।

ବିଶ୍ୱକପ୍ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ଖେଳାଯିବ । ଏହି ସିରିଜ ପାଇଁ ଶ୍ରେୟସ୍ ଫିଟ୍ ହୋଇଯିବେ ବୋଲି ସେ ପ୍ରକାଶ କରିଛନ୍ତି । ଏହାବ୍ୟତୀତ ଏବେ ବିଶ୍ୱକପ୍ ପାଇଁ ଦଳରେ ସାମିଲ ହୋଇଥିବା ଅଲ୍‌ରାଉଣ୍ଡର ଅକ୍ଷର ପଟେଲଙ୍କୁ ନେଇ କହିଛନ୍ତି କି, ବର୍ତ୍ତମାନ ସୁଦ୍ଧା ଅକ୍ଷର ଆହତ ସମସ୍ୟାରୁ ସୁଧୁରିନାହାନ୍ତି । ଏପରିକି ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ସେ ସୁସ୍ଥ ହେବାର ସମ୍ଭାବନା ନାହିଁ । ଯାହାଙ୍କ ପାଇଁ ଏସିଆ କପ୍‌ର ଫାଇନାଲ ମ୍ୟାଚରେ ୱାଶିଂଟନ୍ ସୁନ୍ଦରଙ୍କୁ ଦଳରେ ନିଆଯାଇଥିଲା । ଏବେ ସମାନ ପରିସ୍ଥିତି ଯଦି ବିଶ୍ୱକପ୍ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଦେଖାଯାଏ ତେବେ ସୁନ୍ଦର ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ମଧ୍ୟରୁ ଜଣକୁ ସୁଯୋଗ ମିଳିବ ବୋଲି ରୋହିତ ଶର୍ମା କହିଛନ୍ତି ।

ଏସିଆନ୍ ଗେମ୍ସ ପାଇଁ ସୁନ୍ଦର ବେଙ୍ଗାଲୁରୁରେ ଅଭ୍ୟାସ କରୁଥିଲେ । ସେଥିପାଇଁ ତାଙ୍କୁ ହଠାତ ଦଳରେ ନିଆଯାଇଥିଲା । କିନ୍ତୁ ଏବେ ସମୟ ରହିଥିବାରୁ ଅକ୍ଷରଙ୍କ ସ୍ଥାନରେ ସୁନ୍ଦର କିମ୍ବା ଅଶ୍ୱିନ କାହାକୁ ସାମିଲ କରାଯିବ ସେ ନେଇ ଟିମ୍ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେବ । ଅଶ୍ୱିନଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଛନ୍ତି ବୋଲି ରୋହିତ କହିଛନ୍ତି । ଏବେ ଏଥିରୁ ଜଣାପଡ଼ିଛି କି ଯଦି ଅକ୍ଷର ଆହତ ହୁଅନ୍ତି ତେବେ ଅଶ୍ୱିନଙ୍କୁ ବିଶ୍ୱକପ୍ ପାଇଁ ଦଳରେ ସାମିଲ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking