ନୂଆଦିଲ୍ଲୀ : ଖୁବ ଶୀଘ୍ର ଭାରତକୁ ମିଳିପାରେ କିଲର ଡ୍ରୋନ। ହେଲଫାୟର ମିଶାଇଲ ବହନ କରିପାରୁଥିବା ୩୦ଟି ଏମ୍କ୍ୟୁ-୯ବି ପ୍ରିଡେଟର ଶସସ୍ତ୍ର ଡ୍ରୋନ୍ କିଣିବ ଭାରତ । ପ୍ରାୟ ୨୩୦ କୋଟି ଟଙ୍କାରେ ଆମେରିକାରୁ ଏହି ଡ୍ରୋନ କିଣାଯିବ। ଏମ୍କ୍ୟୁ-୯ବି ଡ୍ରୋନ ୩୫ ଘଣ୍ଟାରୁ ଅଧିକ ସମୟ ଧରି ଆକାଶରେ ଉଡି ପାରିବ। ୪ଟି ହେଲ୍ ଫାୟର ମିଶାଇଲ ନେଇ ପାରିବ। ୪୫୦ କିଲୋଗ୍ରାମ ପର୍ୟ୍ୟନ୍ତ ବୋମା ବହନ କରି ପାରିବ। ଗତ ଜୁଲାଇ ୩୧ ତାରିଖରେ ଏହି କିଲର ଡ୍ରୋନର ବ୍ୟବହାର କରିଥିଲା ଆମେରିକା। ହେଲ୍ ଫାୟାର ବ୍ୟବହାର କରି ଅଲ କାଏଦା ନେତା ଅୟମନ ଅଲ୍-ଜୱାହିରିକୁ ମାରିଥିଲା ଆମେରିକା। ଏହି ଡ୍ରୋନକୁ ତିଆରି କରୁଛି ଜେନେରାଲ ଆଟୋମିକସ ଗ୍ଲୋବାଲ କର୍ପୋରେସନ। କମ୍ପାନୀ ଅଧିକାରୀ ସୂଚନା ଦେଇଛନ୍ତି, ଡ୍ରୋନ ପ୍ରସଙ୍ଗରେ ଭାରତ ସହ ଆଲୋଚନା ଜାରି ରହିଛି। ଭାରତ ଏପରି ଡ୍ରୋନକୁ ଲଦାଖ ଏବଂ ଭାରତ ମହାସାଗର ଉପରେ ନଜର ରଖିବାକୁ ବ୍ୟବହାର କରିବ। ଭାରତ ସ୍ଥଳ, ଜଳ ଓ ବାୟୁସେନାକୁ ୧୦ଟି ଲେଖାଁଏ ଏମ୍କ୍ୟୁ-୯ବି ଡ୍ରୋନ ଦିଆଯିବ। ପୂର୍ବରୁ ଏହି ଡ୍ରୋନ କିଣିବାକୁ ଆଗ୍ରହ ପ୍ରକାଶ କରିଥିଲା ଭାରତ। କିନ୍ତୁ ଆତ୍ମନିର୍ଭର ଭାରତ ଅଭିଯାନ ଯୋଗୁ ଫେବ୍ରୁଆରୀ ମାସରୁ ଏହି ଡିଲ୍ ଆଗକୁ ବଢି ପାରି ନଥିଲା।