29.1 C
Bhubaneswar
Monday, August 15, 2022
Homeଓଡିଶାବାଂଲାଦେଶକୁ ୫-୨ ଗୋଲରେ ହରାଇ ଭାରତ ଚାମ୍ପିୟାନ

ବାଂଲାଦେଶକୁ ୫-୨ ଗୋଲରେ ହରାଇ ଭାରତ ଚାମ୍ପିୟାନ

ଭୁବନେଶ୍ୱର : ବାଂଲାଦେଶକୁ ହରାଇ ଭାରତ ଚାମ୍ପିୟାନ । କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ସାଫ ଅଣ୍ଡର ୨୦ ଫୁଟବଲ ଚାମ୍ପିୟାନସିପରେ ବାଂଲାଦେଶକୁ ୫-୨ ଗୋଲରେ ହରାଇ ଟ୍ରଫି ହାତେଇଲା ଭାରତ । ଭାରତ ପକ୍ଷରୁ ଗୁରକିରତ ସିଂ ଆକର୍ଷଣୀୟ ଖେଳ ପାଦର୍ଶନ କରିବା ସହ ୪ଟି ଗୋଲ ସ୍କୋର କରିଥିଲେ । ସେହିପରି ହିମାଂଶୁ ଜାଙ୍ଗରା ମଧ୍ୟ ଗୋଟିଏ ଗୋଲ ସ୍କୋର କରିଥିଲେ । ପ୍ରଥମ ହାଫ ସୁଦ୍ଧା ଭାରତ ଓ ବାଂଲାଦେଶ ୧-୧ରେ ସମାନ ସ୍ଥିତିରେ ଥିଲେ । ସେହିପରି ଦ୍ୱିତୀୟ ହାଫରେ ମଧ୍ୟ ଉଭୟ ଟିମ ଗୋଟିଏ ଲେଖାଏଁ ଗୋଲ ସ୍କୋର କରି ନିର୍ଦ୍ଧାରିତ ସମୟ ସୁଦ୍ଧା ୨-୨ରେ ରହିଥିଲେ । ଫଳରେ ଆଉ ୩୦ ମିନିଟ ଅଧିକ ସମୟ ମିଳିଥିଲା । ତେବେ ଭାରତ ପକ୍ଷରୁ ଲଗାତର ଆଟାକିଙ୍ଗ ଖେଳ ଦେଖିବାକୁ ମିଳିଥିଲା , ଏବଂ ଏକ୍ସଟ୍ରା ଟାଇମରେ ଭାରତ ୩ଟି ଗୋଲ ସ୍କୋର କରି ୫-୨ ରେ ବିଜୟ ହାସଲ କରିଛି । ଟ୍ରଫି ହାତେଇବା ସହ ଲଗାତର ଦ୍ୱିତୀୟ ସାଫ ଚାମ୍ପିୟାନସିପ ଟ୍ରଫି ନିଜ ନାଁରେ କରିଛି । ୨୦୧୯ ରେ ସାଫ ଚାମ୍ପିୟାନସିପରେ ମଧ୍ୟ ଭାରତ ବାଂଲାଦେଶକୁ ୨-୧ ହରାଇ ଚାମ୍ପିୟାନ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking