29.1 C
Bhubaneswar
Monday, August 15, 2022
Homeରାଜନୀତିରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ର ଆଗତ କଲେ ୩ ବେସରକାରି ବିଲ୍‌

ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ର ଆଗତ କଲେ ୩ ବେସରକାରି ବିଲ୍‌

ଭୁବନେଶ୍ୱର: ସଂସଦ ଓ ବିଧାନସଭାରେ ୩୩% ମହିଳାଙ୍କ ପାଇଁ ଆସନ ସଂରକ୍ଷଣ କରାଯାଉ । ଏଥିପାଇଁ ଉଭୟ ଗୃହରେ ମହିଳା ସଂରକ୍ଷଣ ବିଲ୍ ଆଗତ ହୋଇ ପାରିତ ହେଉ । ଦୀର୍ଘ ଦିନ ପରେ ବିଜେଡି ପୁଣି ଏହି ଦାବି ଦୋହରାଇଛି । ଶୁକ୍ରବାର ରାଜ୍ୟସଭାରେ ‘ସ୍ପେଶାଲ ମେନ୍‌ସନ’ ଜରିଆରେ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଦାବି କରିଛନ୍ତି । ସେ କହିଛନ୍ତି ଯେ, ୨୦୧୯ ନିର୍ବାଚନରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ୩୩% ମହିଳା ପ୍ରାର୍ଥୀଙ୍କୁ ଟିକେଟ୍ ଦେଇ ଉଦାହରଣ ସୃଷ୍ଟି କରିଥିଲେ । ପୌର ଓ ପଞ୍ଚାୟତ ନିର୍ବାଚନରେ ବି ଅନୁରୂପ ସଂରକ୍ଷଣ ସ୍ଥିତିକୁ ଗୁରୁତ୍ୱ ଦିଆଯାଇଥିଲା । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେଡି ପ୍ରତିନିଧି ମଣ୍ଡଳୀ ଦେଶର ବିଭିନ୍ନ ରାଜ୍ୟ ଗସ୍ତ କରି ୨୨ ଜାତୀୟ ଓ ଆଞ୍ଚଳିକ ଦଳର ମୁଖିଆମାନଙ୍କ ସହ ଭେଖି ମହିଳା ସଂରକ୍ଷଣ କଥା ସପକ୍ଷରେ ମତ ଲୋଡ଼ା ଯାଇଥିଲା । ତେଣୁ ସଂସଦ ଓ ବିଧାନସଭାରେ ୩୩% ମହିଳାଙ୍କ ପାଇଁ ଆସନ ସଂରକ୍ଷଣ ନେଇ ମହିଳା ସଂରକ୍ଷଣ ବିଲ୍ ଆସୁ ବୋଲି ଡ. ପାତ୍ର ଦାବି କରିଛନ୍ତି ।

ଅନ୍ୟପକ୍ଷରେ ସାଂସଦ ପାତ୍ର ରାଜ୍ୟସଭାରେ ତିନିଟି ବେସରକାରି ବିଲ୍ ଉପସ୍ଥାପନା କରିଛନ୍ତି । ପ୍ରଥମେ ଶାଳପତ୍ର ସଂଗ୍ରହକାରୀ ଓ ବ୍ୟବସାୟୀଙ୍କ କଲ୍ୟାଣ ପାଣ୍ଠି ବିଲ୍ ୨୦୨୨ନୂଆ ଉପସ୍ଥାପନା କରିଥିଲାବେଳେ ଦ୍ୱିତୀୟରେ ମାନବ ଚାଲାଣ ନିରୋଧୀ, ସୁରକ୍ଷା ଓ ପୀଡିତଙ୍କୁ ସୁରକ୍ଷା ଦେବା ପାଇଁ ବିଲ୍ ଏବଂ ତୃତୀୟରେ ରାଜ୍ୟ ପୁନର୍ଗଠନ କମିଶନ ବିଲ୍ ଆଗତ କରଛନ୍ତି । ଡ. ପାତ୍ର କହିଛନ୍ତି ଯେ, ଶାଳପତ୍ର ସଂଗ୍ରହକାରୀ ଓ ବ୍ୟବସାୟୀମାନେ ନାନା ହଇରାଣ ହରକତ ହେଉଛନ୍ତି । ସେମାନେ ନ୍ୟାୟ ପାଇପାରୁନାହାନ୍ତି । ସେଥିପାଇଁ ଶାଳପତ୍ର ସଂଗ୍ରହକାରୀ ଏବଂ ବ୍ୟବସାୟୀଙ୍କ ସାମଗ୍ରିକ ଉନ୍ନତି ପାଇଁ ଏକ ବୋର୍ଡ଼ ଗଠନ କରାଯାଉ । ସେ ଆଗତ କରିଥିବା ବିଲ୍‌ରେ ଏହି ପ୍ରସ୍ତାବ ରଖିଛନ୍ତି ।

ସେହିପରି ମାନବ ଚାଲାଣ ନିରୋଧୀ, ସୁରକ୍ଷା ଓ ପୀଡ଼ିିତଙ୍କୁ ସୁରକ୍ଷା ଦେବା ପାଇଁ ମଧ୍ୟ ଆଇନର ବ୍ୟବସ୍ଥା ରହିବା ଦରକାର । ଏହାଦ୍ୱାରା ମହିଳା ଓ ଶିଶୁ ଚାଲାଣ ରୋକିବା ସହ ସେମାନଙ୍କ ସୁରକ୍ଷା ଓ ଥଇଥାନ ସମ୍ଭବ ହେବ । ଦୋଷୀଙ୍କୁ କଡ଼ା ଦଣ୍ଡ ଦେବାର ମଧ୍ୟ ବ୍ୟବସ୍ଥା ରହିବା ଉଚିତ । ଏନେଇ ସେ ଆଗତ କରିଥିବା ବିଲ୍‌ରେ ସେସବୁ ପ୍ରସ୍ତାବ ରହିଛି । ଡ. ପାତ୍ର ପୁଣି କହିଛନ୍ତି ଯେ, ରାଜ୍ୟ ପୁନର୍ଗଠନ କମିଶନ ବିଲ୍ ସେ ଉପସ୍ଥାପନା କରଛନ୍ତି । ଏହାଦ୍ୱାରା ଭାଷାଗତ, ସାଂସ୍କୃତିକ, ଆର୍ôଥକ ଏବଂ ପ୍ରାଶାସନିକ ଦୃଷ୍ଟିକୋଣରୁ ଲୋକଙ୍କ ଉନ୍ନତି ପାଇଁ ରାଜ୍ୟର ପୁର୍ନଗଠନ ପାଇଁ ଏକ କମିଶନ ଗଠନ କରାଯାଇପାରିବ । ଏହି ତିନୋଟି ବିଲ୍ ପାରିତ ହେଲେ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତ ବର୍ଷରେ ସବୁ ରାଜ୍ୟ ଉପକୃତ ହେବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking