30.1 C
Bhubaneswar
Friday, May 3, 2024
Homeବ୍ରେକୀଙ୍ଗନିୟମ ଆସୁ କି ନ ଆସୁ, ଭାରତରେ ଏବେ ଦୁଇଟି ପିଲା ଜନ୍ମ କରୁଛନ୍ତି ମହିଳା

ନିୟମ ଆସୁ କି ନ ଆସୁ, ଭାରତରେ ଏବେ ଦୁଇଟି ପିଲା ଜନ୍ମ କରୁଛନ୍ତି ମହିଳା

ନୂଆଦିଲ୍ଲୀ: ନ୍ୟାସନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ-୫ ଦ୍ୱାରା ଜାରି କରାଯାଇଥିବା ତାଜା ସୂଚନା ଅନୁସାରେ, ଗାଁ ଓ ସହରାଂଚଳରେ ଆଧୁନିକ ଗର୍ଭନିରୋଧକ ବ୍ୟବହାର ନେଇ ଲୋକଙ୍କ ମଧ୍ୟରେ ଅନେକ ମାତ୍ରାରେ ଜ୍ଞାନ ବିକଶିତ ହୋଇଛି । ଏହାର ବ୍ୟବହାର ବିଷୟରେ ସେମାନେ ଜାଣୁଛନ୍ତି ଓ ଏହା ଦ୍ୱାରା କଣ ହୁଏ ତା ବିଷୟରେ ସମ୍ୟକ ଜ୍ଞାନ ମଧ୍ୟ ପାଇଲେଣି । ରିପୋର୍ଟ ଅନୁସାରେ, ମହିଳାମାନେ ଜନ୍ମ ଦେଉଥିବା ପିଲାଙ୍କ ସଂଖ୍ୟାରେ ହ୍ରାସ ହେଉଥିବା ପରିଲକ୍ଷିତ ହେଉଛି । ଏହାକୁ ନେଇ ବିଶେଷଜ୍ଞ କହିଛନ୍ତି ଯେ, ଦେଶରେ ଜନସଂଖ୍ୟା ବଢିବା ନେଇ ଯେଉଁ ବିସ୍ଫୋଟ କଳ୍ପନା କରାଯାଉଥିଲା, ସେଥିରେ ବର୍ତମାନ ହ୍ରାସ ହେଉଛି । ଯାହା ହେଉଛି ଏହାର ପ୍ରମାଣ । ଦୁଇଟି ପିଲା ଜନ୍ମ କରିବା ଯୋଜନା ଲାଗୁ କରିବା କିଛି ଆବଶ୍ୟକ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି । ୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସ ଅବସରରେ ଉଦବୋଧନ ଦେଇ ଜନସଂଖ୍ୟା ନିୟନ୍ତ୍ରଣ ଦେଶଭକ୍ତିର ଏକ ରୂପ ବୋଲି କହିଥିଲେ । ୨୦୨୦ରେ ମଧ୍ୟ ପ୍ରଧାନମନ୍ତ୍ରୀ ମହିଳାଙ୍କ ବିବାହ ପାଇଁ ବୟସ ସୀମା ଉପରେ ମନ୍ତବ୍ୟ ଦେଇଥିଲେ । ଚଳିତ ମାସ ଆରମ୍ଭରେ ଆସିଥିବା ଏନଏଫଏଚଏସ-୫ ରିପୋର୍ଟର ପ୍ରଥମ ଭାଗରେ ୧୭ଟି ରାଜ୍ୟ ଓ ୫ଟି କେନ୍ଦ୍ର ଶାସିତ ଅଂଚଳର ରେକର୍ଡ ଡାଟା ରହିଛି । ଇଣ୍ଟରନ୍ୟାସନାଲ ନନ୍ ପ୍ରଫିଟ ପପୁଲେସନ (ପିସି)ର ଡାଟା ଆନାଲିସିସ କୁହେ, ୧୭ରୁ ୧୪ ରାଜ୍ୟର ସମୁଦାୟ ଫର୍ଟିଲିଟି ରେଟ ରେ ହ୍ରାସ ପରିଲକ୍ଷିତ ହୋଇଛି । ଏହି ରାଜ୍ୟମାନଙ୍କରେ ମହିଳା ପିଲାଙ୍କୁ ଜନ୍ମଦେବା ଅନୁପାତ ୨.୧ କିମ୍ବା ଏହାଠାରୁ ବି କମ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking