30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗପୀଡିତା ନ୍ୟାୟ ପାଉ: ଅରୁଣ

ପୀଡିତା ନ୍ୟାୟ ପାଉ: ଅରୁଣ

ଭୁବନେଶ୍ୱର: ନୟାଗଡ ଯଦୁପୁର ନାବାଳିକା ହତ୍ୟା ଘଟଣାରେ ମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ରଖିଛନ୍ତି । ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ସତ୍ୟର ଉନ୍ମୋଚନ ହେଉ, ପୀଡିତା ନ୍ୟାୟ ପାଉ ବୋଲି ସେ କହିଛନ୍ତି । ଭଗବାନ ଓ ସମସ୍ତଙ୍କ ପାଖରେ ପ୍ରାର୍ଥନା କରୁଛି ପୀଡିତା ନ୍ୟାୟ ପାଉ । ପୀଡିତା ନ୍ୟାୟ ପାଇବା ସହିତ ସତ୍ୟ ଉନ୍ମୋଚନ ହେଉ ବୋଲି କହିଛନ୍ତି ଅରୁଣ । ଏସଆଇଟି ଏହି ଘଟଣାରେ ସରୋଜ ସେଠୀକୁ ଗିରଫ କରିଛି। କେବଳ ଏତିକି ନୁହେଁ ବରଂ ସରୋଜ ସେଠୀ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଏସଆଇଟି ଗତକାଲି ପ୍ରେସମିଟରେ କହିଛି। ଅନ୍ୟପଟେ, ନୟାଗଡ ଯଦୁପୁର ନାବାଳିକା ହତ୍ୟା ମାମଲାରେ ମିସକେସ୍ ଦାୟର କରାଯାଇଛି । ହାଇକୋର୍ଟରେ ମିସକେସ ଦାୟର କରିଛି ଭାରତୀୟ ବିକାଶ ପରିଷଦ । ମାମଲାର ସିବିଆଇ ତଦନ୍ତ ଦାବି କଥା ମଧ୍ୟ ପରିଷଦ ଦୋହରାଇଛି । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ପଲିଗ୍ରାଫ୍ ଟେଷ୍ଟ ପାଇଁ ଦାବି କରାଯିବା ସହ ଡାକ୍ତରୀ ମାଇନା କରିଥିବା ୨ ଡାକ୍ତରଙ୍କ ପରିଗ୍ରାଫ ଟେଷ୍ଟ ପାଇଁ ବି ଦାବି ହୋଇଛି । ସେହିଭଳି , ପ୍ରଥମେ ଓ ଏବେ ଡାକ୍ତରୀ ମାଇନା କରିଥିବା ଡାକ୍ତରଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ପରିଷଦ ଦାବି କରିଛି । ମିଳିଥିବା ସୂଚନା ଅନୁଯାୟୀ , ଯଦୁପୁରରେ ପହଞ୍ଚିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ଗତକାଲି ପୋଖରୀରୁ ନାବାଳିକାର ଲେଗିଙ୍ଗ୍‌ସ ବାହାରିବା ପରେ ଯଦୁପୁରରେ ପହଞ୍ଚିଛନ୍ତି SIT ମୁଖ୍ୟ। ସେଠାରେ ପହଞ୍ଚିବା ପରେ ଓଡ୍ରାଫ୍ ଟିମ୍ ସହ ଆଲୋଚନା ମଧ୍ୟ କରିଛନ୍ତି ବୋଥ୍ରା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking