33.1 C
Bhubaneswar
Monday, May 20, 2024
Homeସ୍ୱାଧୀନତା ଦିବସ -୨୦୨୩ବୀରତ୍ୱ ବଳିଦାନର ଦିନ ସ୍ୱାଧୀନତା ଦିବସ

ବୀରତ୍ୱ ବଳିଦାନର ଦିନ ସ୍ୱାଧୀନତା ଦିବସ

ବ୍ୟୁରୋ : ଅଗଷ୍ଟ ୧୫, ୧୯୪୭ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହାର ଲାଲ ନେହେରୁ ଙ୍କର ଭାଷଣରୁ ହିଁ ଆରମ୍ଭ ହୁଏ ସ୍ୱାଧୀନ ଭାରତର ନୂଆ ଇତିହାସ | ଇତି ମଧ୍ୟରେ ବିତି ଗଲାଣି ୭୬ ବର୍ଷ | ଆଗକୁ ଭାରତ ମନାଇବ ଏହାର ୭୭ ତମ ସ୍ୱାଧୀନତା ଦିବସ | ଲୋକମାନଙ୍କ ମନରେ ପଲ୍ଲୀରୁ ଦିଲ୍ଲୀ ସବୁଠି ଛୁଟିବ ଦେଶପ୍ରେମର ସୁଅ | ଆମେ ଭାରତୀୟ ଆଉ ଭାରତ ଆମର ଏହି ଭାବନା ସହିତ ହାତରେ ତ୍ରିରଙ୍ଗା ମନରେ ଦେଶପ୍ରେମ ଆଉ ଆଖିରେ ସ୍ୱାଧୀନତାର ଉଲ୍ଲାସ ସହିତ ଗୌରଵାନ୍ଵିତ୍ୟ ହୋଇପଡିବେ ପ୍ରତେକ ଭାରତୀୟ | ଘର ,ଗାଁ,ସହର ସବୁଠି ଗୋଟିଏ ଗୀତ ଜନଗଣମନ , ସବୁଠି ଗୋଟିଏ ଭାବ ଜାତୀୟତା ଭାବ ,ସବୁଠି ଗୋଟିଏ ଉତ୍ସଵ ସ୍ୱାଧୀନତା | ଜୟ ହିନ୍ଦ ନାରା ସହିତ ଦେଶ ମନାଇବ ୭୭ ତମ ସ୍ୱାଧୀନତା ଦିବସ | ଲାଲକିଲ୍ଲା ଏଇଠାରୁ ହିଁ ଆରମ୍ଭ ହୋଇଛି ସ୍ୱାଧୀନ ଭାରତର ସ୍ବପ୍ନ | ଗୋଟିଏ ତ୍ରିରଙ୍ଗା ତଳେ ଜାତୀୟ ଏକତା ଏବଂ ସଙ୍ଘତି ର ଶପଥ ନେଇଛନ୍ତି କୋଟି କୋଟି ଭାରତୀୟ |ଜାତି , ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକତା ହିଁ ଦେଶପ୍ରେମର ମୂଳ ମନ୍ତ୍ର | ଏହା ହିଁ ହେଉଛି ଭାରତୀୟତା | ହିନ୍ଦୁ , ମୁସଲିମ୍ ,ଶିଖ ସବୁ ଧର୍ମର ଲୋକଙ୍କର ଏଇ ଭାରତ, ଯାହାର ମୁକ ସଖି ହୋଉଛି ଏଇ ଲାଲକିଲ୍ଲା |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking