36.1 C
Bhubaneswar
Thursday, May 14, 2026
Homeଓଡିଶାନୂଆଁଖାଇରେ ଅଘଟଣ: ପୁଅ ମାଡ଼ରେ ବାପାଙ୍କ ମୃତ୍ୟୁ

ନୂଆଁଖାଇରେ ଅଘଟଣ: ପୁଅ ମାଡ଼ରେ ବାପାଙ୍କ ମୃତ୍ୟୁ

କୁଚିଣ୍ଡା: ସମ୍ବଲପୁର ଜିଲ୍ଲାରେ ଘରେ ଘରେ ନୂଆଁଖାଇ ହର୍ଷ ଉଲ୍ଲାସରେ ପାଲନ କରାଯାଉଥିଵା ସମୟରେ କୁଚିଣ୍ଡା ଥାନା ଚାରଭାଟି ଗ୍ରାମରେ ଜଣେ ୨୩ ବର୍ଷ ବୟସ୍କ ଯୁବକ ବିବର୍ଦ୍ଧନ ରକ୍ସା, ୭୦ ବର୍ଷ ବୟସ୍କ ପିତା କୃପା ସିନ୍ଧୁ ରକ୍ସାଙ୍କୁ ନିର୍ମମ ଭାବର ପିଟି ପିଟି ହତ୍ୟା କରିଥିବା ଜଣାପଡିଛି। ଖବର ପାଇ ପୁଲିସ ମୃତଦେହକୁ ଜବତ କରି କୁଚିଣ୍ଡା ଡାକ୍ତରଖାନାରେ ବ୍ୟବଚ୍ଛଦ ପାଇଁ ପାଠାଇଛି। ଅଭିଯୁକ୍ତ ପୁଅଙ୍କୁ କୁଚିଣ୍ଡା ଥାନାରେ ଅଟକ ରଖାଯାଇଛି। ଏହା ଦେଖି ଝିଅ ନିର୍ମିତା ପାଖ ପଡୋଶୀଙ୍କୁ ଡାକିବା ସହ କୁଚିଣ୍ଡା ଥାନାକୁ ଘଟଣା ବାବଦରେ ସୂଚନା ଦେଇଥିଲେ। ଖବର ପାଇ କୁଚିଣ୍ଡା ଥାନାଧିକାରୀ ବାମଦେବ ଶଂଖୁଆଳଙ୍କ ନେତୃତ୍ୱରେ ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏହା ସହିତ ସମ୍ବଲପୁରରୁ ସାଇଣ୍ଟିଫିକ ଟିମ ଆସି ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିଥିଲେ। ଅନ୍ୟ ପକ୍ଷରେ ବାପାଙ୍କୁ ହତ୍ୟା କରିବା ପରେ ଦୀର୍ଘ ସମୟ ଧରି ମୃତଦେହ ପାଖରେ ବସି ରହିବା ପରେ ପୁଲିସ ଆସୁଥିବା ଜାଣି ବିବର୍ଦ୍ଧନ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଏହି ହତ୍ୟାକାଣ୍ଡ ବାବଦରେ ଜଣା ପଡ଼ିବା ପରେ ଗ୍ରାମବାସୀ ସ୍ତବ୍ଧ ହୋଇଯାଇଛନ୍ତି। କୃପାସିନ୍ଧୁ ଜଣେ ଅତି ସରଳ ଓ ପରୋପକାରୀ ବ୍ୟକ୍ତି ଥିବାରୁ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି। ଏହି ଘଟଣା ପାଇଁ ଗ୍ରାମରେ ଅବାଧରେ ଚାଲିଥିବା ମଦ ଓ ଜୁଆଖେଳକୁ ଗ୍ରାମବାସୀ ଦାୟୀ କରିଛନ୍ତି। ତେବେ ଘଟଣା ବାବଦରେ କୁଚିଣ୍ଡା ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିବା ସହ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତ ପୁଅଙ୍କୁ ଗିରଫ କରିବାରେ ସଫଳ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking