36.1 C
Bhubaneswar
Thursday, May 14, 2026
Homeଓଡିଶାକଳିଙ୍ଗ ଷ୍ଟାଡ଼ିୟମ ଏବଂ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ବୁଲି ଦେଖିଲେ ଶ୍ରୀଲଙ୍କା ଅଧିକାରୀ

କଳିଙ୍ଗ ଷ୍ଟାଡ଼ିୟମ ଏବଂ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ବୁଲି ଦେଖିଲେ ଶ୍ରୀଲଙ୍କା ଅଧିକାରୀ

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀଲଙ୍କାର ଅଧିକାରୀମାନେ ଆଜି କଳିଙ୍ଗ ଷ୍ଟାଡ଼ିୟମ ଏବଂ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିଦର୍ଶନରେ  ଯାଇଥିଲେ। ଏହି ଅବସରରେ ଶ୍ରୀଲଙ୍କା ଦେଶର ଅଧିକାରୀମାନେ କଳିଙ୍ଗ ଷ୍ଟାଡ଼ିୟମରେ ରହିଥିବା ସ୍ପୋର୍ଟ୍ସ ସାଇନ୍ସ ସେଣ୍ଟର, ଆଥଲେଟିକ୍ସ ଷ୍ଟାଡ଼ିୟମ, ହକି ଷ୍ଟାଡ଼ିୟମ, ଭାରତ୍ତୋଳନ, ସନ୍ତରଣ, ବ୍ୟାଡ଼ମିଣ୍ଟନ, ସୁଟିଙ୍ଗ, ଜିମ୍ନାଷ୍ଟିକ୍ସ ହାଇ ପରଫର୍‌ମାନ୍ସ ସେଣ୍ଟର ଆଦି ବୁଲି ଦେଖିଥିଲେ। ଶ୍ରୀଲଙ୍କାର ଅଧିକାରୀମାନେ ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମିର ଭୂୟସୀ ପ୍ରଶଂସା କରିବା ସହିତ ଓଡ଼ିଶାରେ ହୋଇଥିବା ବିଭିନ୍ନ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟର ସଫଳ ଆୟୋଜନ ସମ୍ବନ୍ଧରେ ଅବଗତ ହୋଇଥିଲେ। ଏହାପରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିଦର୍ଶନରେ ଯାଇ ପ୍ରାଗ-ଐତିହାସିକ ଗ୍ୟାଲେରୀ, ରାଜକୀୟ ଓ ହାତୀଦାନ୍ତ ଗ୍ୟାଲେରୀ, ପ୍ରାଣୀ ବିଜ୍ଞାନ ଗ୍ୟାଲେରୀ, ଖଣି ଓ ଭୂ-ତତ୍ତ୍ୱ ଗ୍ୟାଲେରୀ , କଣ୍ଢେଇ ଗ୍ୟାଲେରୀ, ମୁଖା ଗ୍ୟାଲେରୀ, ଜନଜାତି ଗ୍ୟାଲେରୀ , ହସ୍ତତନ୍ତ ଗ୍ୟାଲେରୀ ଆଦି ବୁଲି ଦେଖିଥିଲେ। ଓଡ଼ିଶାର ଇତିହାସ, ସଂସ୍କୃତି, ଐତିହ୍ୟ ଓ ଅନନ୍ୟ ପରମ୍ପରା ସମ୍ବନ୍ଧରେ ପଚାରି ବୁଝିଥିଲେ। ଏହି ଅବସରରେ ଓଡ଼ିଶାର ପାଇକ ବିଦ୍ରୋହ ଓ ସ୍ୱାଧୀନତା ସଂଗ୍ରାମ ସମ୍ବନ୍ଧରେ ଏକ ବୃତ୍ତଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଆଜିର କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ଅଧିକାରୀମାନେ ସାମିଲ ହୋଇ ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସମ୍ବନ୍ଧରେ ଶ୍ରୀଲଙ୍କାର ଅଧିକାରୀମାନଙ୍କୁ ଅବଗତ କରାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking