29.1 C
Bhubaneswar
Friday, July 18, 2025
Homeବ୍ରେକୀଙ୍ଗଅପହଞ୍ଚ ଗାଁ ରାଣୀଗଡ

ଅପହଞ୍ଚ ଗାଁ ରାଣୀଗଡ

କୋରାପୁଟ: କୋରାପୁଟ ଜିଲ୍ଲା ବରୀଗୁମା ବ୍ଲକ ରଣସପୁର ପଞ୍ଚାୟତ ଅନ୍ତର୍ଗତ ରାଣୀଗଡ ଗାଁ । ସ୍ଵାଧୀନତା ରୋ ୭୪ ବର୍ଷ ବିତିଯାଇଥିବା ସତ୍ୱେ ଆଜି ରାଣୀଗଡ ବିକାଶ ପାଦେ ଆଗକୁ ବଢ଼ିପାରିନି । ଆଜିବି ସେଇ ଗାଁର ୭୦ ଗରୀବ ଆଦିବାସୀ ପରିବାର ସରକାରଙ୍କ ବହୁ ଯୋଜନା ରୁ ବଞ୍ଚିତ । ଗାଁକୁ ରାସ୍ତା କହିଲେ ପାଦଚାଲି ରାସ୍ତା ଟିଏ ରହିଛି । ତା ବି ଜଙ୍ଗଲ ମଧ୍ୟ ଦେଇ ପାହାଡ ଚଢ଼ି ଯାତାୟାତ କରିଥାନ୍ତି । ଜଳସମସ୍ୟା ରହିଛି । ଗୁଡ଼ିଆ ରୁ ଝରଣାରୁ ପାଣି ନେଇ ସମସ୍ତେ ବ୍ୟବହାର କୋରନ୍ତି । ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ । କରେଣ୍ଟ ନାଇଁ ।ଗାଁରେ ଲୋକ ଡିବିରି କିରାସିନି ଦ୍ବୀପ ରେ ବଞ୍ଚନ୍ତି ।

ସମାଜସେବୀ ହରୀ ରାଓ ଆଜି ରାଣୀଗଡ ଗ୍ରାମବାସୀଙ୍କୁ ନେଇ ପହଞ୍ଚିଥିଲେ ଜୟପୁର ଉପଜିଲ୍ଲାପାଳ କାର୍ଯ୍ୟଳୟ ରେ । ଜୟପୁର ଉପଜିଲ୍ଲାପାଳ ହେମୋକାନ୍ତ ସଏ ଙ୍କୁ ଦାବିପତ୍ର ପ୍ରଦାନ କରି ଲୋକଙ୍କ ମୌଳିକ ଅଧିକାରରୁ ବାଦ ପଡିଥିବା ରାଣୀଗଡ଼ ଗ୍ରାମବାସୀ ଗାଁ ସମସ୍ୟା ର ଆଲୋଚନା ଉପଜିଲ୍ଲାପାଳଙ୍କ ସାଥିରେ କରିଥିଲେ । ରାଣୀଗଡ଼ ଗାଁ ବିଷୟରେ ବୋରୀଗୁମା ବିଡିଓଙ୍କ ସହ ଫୋନରେ କଥାହେଇ ଗାଁ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ । ଗାଁ ଲୋକ ପୂର୍ବରୁ ଗ୍ରାମବାସୀ ବୋରୀଗୁମା ବ୍ଲକ ଭିଡିଓଙ୍କୁ ଜଣାଇବା ସତ୍ତ୍ବେ ଆଜି ଯାଏଁ ଫଳ ଶୁନ ହୋଇଥିବା ବେଳେ ଆଉ ଏକମାସ ମଧ୍ୟରେ ଗାଁ ରାସ୍ତାର ସମାଧାନ ନହୁଏ ତାହାଲେ ରାଜରାସ୍ତା କୁ ଅଲେହୀବାକୁ ନେଇ ଲିଖିତ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କୋରୀଥୀଲେ ଉକ୍ତ ଗ୍ରାମବାସୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking