20.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶଅଦ୍ଭୁଦ ସହର, ଏଠାରେ ଘରେ ଘରେ ଉଡେ ବିମାନ

ଅଦ୍ଭୁଦ ସହର, ଏଠାରେ ଘରେ ଘରେ ଉଡେ ବିମାନ

ଆମେରିକା:  ଆଜି କାଲି ଘରେ ଘରେ ବିମାନ ଥିବା କିଛି ବଡ କଥା ନୁହେଁ । ଆଧୁନିକ ଯୁଗରେ ସମସ୍ତେ ପ୍ରା ଆଧୁନିକତାକୁ ଆପଣେଇଛନ୍ତି । ଯେଉଁଠି ଯାହା ଘରେ ବି ଦେଖିବ ଯାନବାହନ ନିହାତି ଥିବ । ସେ ସାଇକେଲ ହେଉ ବା ମଟୋର ସାଇକେଲ କିମ୍ବା ଚାରି ଚକିଆ ଯାନ । କିନ୍ତୁ ଏମିତି ବି ଘର ଥିବ ଯେଉଁଠି ଖାଲି ଉଡାଯାହାଜ ଦେଖିବାକୁ ପାଇବେ । ଏକଥା ଆସିଲେ ଖୁବ କମ ଲୋକଙ୍କ ଘରେ ପ୍ରାଇଭେଟ୍ ପ୍ଲେନ୍ ଥିବା କଥା ଆମେ ଶୁଣିଛେ । କିନ୍ତୁ, ଏକ ଏଭଳି ସ୍ଥାନ ରହିଛି, ଯେଉଁଠାରେ ପ୍ରତ୍ୟେକଙ୍କ ଘରେ ଦୁଇଚକିଆ କିମ୍ବା ୪ ଚକିଆ ଯାନ ନୁହେଁ ପ୍ରାଇଭେଟ୍ ପ୍ଲେନ୍ ରହିଛି । ଆଶ୍ଚର‌୍ୟ୍ୟ ଲାଗିଲେ ବି  ଏହା ସତ । କିଛି ଛୋଟ କାମ ପାଇଁ ହେଉ ପଛେ ଏମାନେ ବିମାନ ବ୍ୟବହାର କରିଥାନ୍ତି । ଏହି ସହରର ରାସ୍ତାଗୁଡ଼ିକ ଖୁବ୍ ଚଉଡ଼ା । ଯାହା ଏୟାରପୋର୍ଟ ରନୱେଠାରୁ ମଧ୍ୟ ଅଧିକ ପ୍ରଶସ୍ତ । ଆସନ୍ତୁ ଜାଣିବା ଏହି ସହର ବିଷୟରେ ।
ଏମିତି ଏକ ସ୍ଥାନ ଆପଣ  ଆମେରିକାର କାଲିଫର୍ଣ୍ଣିଆସ୍ଥିତ କେମ୍ରନ୍ ଏୟାରପାର୍କ ନାମକ ସହରରେ ଦେଖିବାକୁ ପାଇବେ । ଯେଉଁଠାରେ ସମସ୍ତଙ୍କ ଘର ସମ୍ମୁଖରେ ଏକ ଉଡ଼ାଜାହାଜ ଓ ଗ୍ୟାରେଜ୍ ରହିଥିବା ଦେଖିବାକୁ ମିଳିବ । ଆପଣ ଭାବୁଥିବେ ସମସ୍ତଙ୍କ ପକ୍ଷେ କ’ଣ ବିମାନ ଚଳାଇବା ସମ୍ଭବ ? ହଁ ସମ୍ଭବ । କାରଣ ଏଠାରେ ରହୁଥିବା ଅଧିକାଂଶ ଲୋକ ପାଇଲଟ୍ । ତେଣୁ ସମସ୍ତଙ୍କ ଘରେ ବିମାନ ରହିବା ଖୁବ୍ ସାଧାରଣ କଥା । ଏମାନଙ୍କ ବ୍ୟତୀତ ଡାକ୍ତର, ଓକିଲ ଓ ଅନ୍ୟ ଲୋକ ମଧ୍ୟ ଏଠାରେ ବାସ କରନ୍ତି । ଏମାନେ ମଧ୍ୟ ଘରେ ବିମାନ ରଖିବାକୁ ପସନ୍ଦ କରନ୍ତି । ଏଠାରେ ଥିବା ସମସ୍ତ ସଡ଼କର ନାମ ମଧ୍ୟ ବିମାନ ସହ ସମ୍ୱନ୍ଧିତ । ୧୯୩୯ରେ ସହରରେ ପାଇଲଟ୍‌ଙ୍କ ସଂଖ୍ୟା ୩୪ ହଜାର ଥିବାବେଳେ ୧୯୪୬ରେ ଏମାନଙ୍କ ସଂଖ୍ୟା ୪ ଲକ୍ଷରୁ ଉର୍ଦ୍ଧ୍ୱ ହୋଇଥିଲା । ଏଠାରେ ରହୁଥିବା ଲୋକ ପ୍ରତି ଶନିବାର ଏକାଠି ହୋଇ ଉଡ଼ାଜାହାଜ ନେଇ ଏୟାରପୋର୍ଟକୁ ଯାଇଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking