28.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଅଗ୍ନିପଥ ଯୋଜନା, ବାୟୁସେନାରେ ଭର୍ତ୍ତି ପାଇଁ ୩ ଦିନରେ ହେଲା ୫୬,୯୬୦ ପଞ୍ଜୀକରଣ

ଅଗ୍ନିପଥ ଯୋଜନା, ବାୟୁସେନାରେ ଭର୍ତ୍ତି ପାଇଁ ୩ ଦିନରେ ହେଲା ୫୬,୯୬୦ ପଞ୍ଜୀକରଣ

ନୂଆଦିଲ୍ଲୀ  : ଭାରତୀୟ ବାୟୁସେନାକୁ ଅଗ୍ନିପଥ ଯୋଜନା ମାଧ୍ୟମରେ ରବିବାର ପର୍ଯ୍ୟନ୍ତ ୫୬,୯୬୦ ଆବେଦନ ପ୍ରାପ୍ତି ହୋଇଛି । ଏହି ଯୋଜନା ବିରୋଧରେ ଦେଶର ଏକାଧିକ ରାଜ୍ୟରେ ପ୍ରଦର୍ଶନ ପରେ ଅଗ୍ନିପଥ ଯୋଜନା ମାଧ୍ୟମରେ ଭର୍ତ୍ତି ପାଇଁ ଶୁକ୍ରବାର ଠାରୁ ପଞ୍ଜୀକରଣ ଆରମ୍ଭ ହୋଇଥିଲା । ଅର୍ଥାତ ମାତ୍ର ୩ ଦିନରେ ପାଖାପାଖି ୫୭ ହଜାର ପ୍ରାର୍ଥୀ ସେମାନଙ୍କ ନାଁ ପଞ୍ଜୀକରଣ କରିଛନ୍ତି । ଟ୍ୱିଟ୍ କରି ଭାରତୀୟ ବାୟୁସେନା ଏହି ସୂଚନା ଦେଇଛି ।ସେପଟେ ପଞ୍ଜୀକରଣ ପ୍ରକ୍ରିୟା ଜୁଲାଇ ୫ରେ ବନ୍ଦ ହୋଇଯିବ ।ସୂଚନାଯୋଗ୍ୟ, ଅଗ୍ନିପଥ ଯୋଜନା ଗତ ୧୪ ତାରିଖରେ କେନ୍ଦ୍ର ସରକାର ଘୋଷଣା କରିଥିଲେ । ସରକାର କହିଥିଲେ ଯେ, ସାଢ଼େ ୧୭ରୁ ୨୧ ବର୍ଷ ବୟସର ଯୁବ ସେନାରେ ୪ ବର୍ଷ ପାଇଁ ସାମିଲ ହୋଇପାରିବେ । ଏଥିରୁ ୨୫ ପ୍ରତିଶତଙ୍କୁ ପରେ ସେନାରେ ନିୟମିତ ହେବେ । ସରକାର ଜୁନ ୧୬ରେ ଏହି ଯୋଜନା ମାଧ୍ୟମରେ ଭର୍ତ୍ତି ପାଇଁ ସର୍ବାଧିକ ବୟସ ସୀମାକୁ ୨୦୨୨ ପାଇଁ ୨୧ରୁ ୨୩ କରିଦେଇଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking