26.1 C
Bhubaneswar
Friday, March 29, 2024
Homeଅପରାଧଢ଼ାବାରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ଢ଼ାବାରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ପୁରୁଷୋତ୍ତମପୁର: ୩ ସନ୍ତାନର ଏକକ ଜନନୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସହରର ଉପକଣ୍ଠ ଏକ ଢାବାରେ ଦୁଷ୍କର୍ମ ଉଦ୍ୟମ ହୋଇଥିବା ପୀଡ଼ିତା ମହିଳା କୌଶଳ କ୍ରମେ ଖସି ଆସି ବ୍ରହ୍ମପୁର ମହିଳା ଥାନାରେ ଅଭିଯୋଗ କରିଛନ୍ତି । ବ୍ରହ୍ମପୁର ପୁଲିସ ଏସମ୍ପର୍କରେ ପୁରୁଷୋତ୍ତମପୁର ପୁଲିସକୁ ଖବର ଦେଇଥିଲେ ।

ଶନିବାର ରାତିରେ ପୁରୁଷୋତ୍ତମପୁର ପୁଲିସ ଢାବାରେ ଚଢ଼ଉ କରି ଢାବାରେ କାରିଗର ଭାବେ କାମ କରୁଥିବା ମହମ୍ମଦ ଲାଇକ ଓ ଢାବା ମାଲିକ ଅରୁଣ ନାୟକକୁ ଗିରଫ କରିଥିବା ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ କହିଛନ୍ତି । ସେମାନଙ୍କୁ ଅଧିକା ପଚରା ଉଚରା କରାଯାଉଛି ଏବଂ ସୋମବାର କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି । ପୁରୁଷୋତ୍ତମପୁର ଅଞ୍ଚଳରେ ଭଡ଼ା ଘରେ ରଖିବା ପ୍ରଲୋଭନ ଦେଖାଇ ବ୍ରହ୍ମପୁରରୁ ଡାକି ଆଣିଥିଲେ ଜନୈକ ଯୁବକ । ଅପରପକ୍ଷେ ଅଭିଯୋଗକାରିଣୀ ବ୍ରହ୍ମପୁର ଟାଉନଥାନା ଅଧିନସ୍ଥ ରାମକୃଷ୍ଣନଗର ନିବାସୀ ୨୭ ବର୍ଷୀୟ ମହିଳା ବୋଲି ପୁଲିସ କହିଛି । ପୀଡ଼ିତାଙ୍କ ଲିଖିତ ଅଭିଯୋଗ ଆଧାରରେ ଥାନା କେସ୍‌ ୩୫୨/୨୫.୬.୨୨ ରୁଜୁ କରି ଦୁଇ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ପ୍ରିୟସରଞ୍ଜନ ଛୋଟରାୟ କହିଛନ୍ତି ।

ପ୍ରାଥମିକ ତଦନ୍ତ ପରେ ପୁଲିସ ଠାରୁ ମିଳିଥିବା ସୂଚନା ପ୍ରକାରେ, ବ୍ରହ୍ମପୁର ରାମକୃଷ୍ଣନଗରର ସ୍ୱାମୀ ଛାଡ଼ପତ୍ର ଦେଇ ୪ବର୍ଷ ହେବ ବ୍ରହ୍ମପୁର ରାମକୃଷ୍ଣନଗର ନିବାସୀ ଯୁବକଙ୍କ ସହିତ ବିବାହର ପ୍ରତିଶ୍ରୁତି ପାଇ ଶାରୀରିକ ସମ୍ପର୍କ ରଖିଥିଲେ । ଯୁବକ ଜଣକ ପୁରୁଷୋତ୍ତମପୁର ଠାରେ ଏକ ଭଡ଼ା ଘରେ ରଖିବା ପାଇଁ ଗତକାଲି ଫୋନ କରି ଡକାଇ ଥିଲେ । ପୁରୁଷୋତ୍ତମପୁର ସହର ଉପକଣ୍ଠ ଢାବାରେ ଏକ ଘରେ ରଖିଥିଲେ । ପରେ ଢାବା ମାଲିକ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲେ ।

ଏଥିରେ ମହିଳା ଜଣଙ୍କ ରାଜି ନହେବାରୁ ଏକ ବନ୍ଦ କୋଠରୀରେ ରଖି ମହିଳା ଜଣଙ୍କ ଲୁଗାପଟା ଟାଣି ଏକ କାଠ ଫାଳିଆରେ ନିସ୍ତୁକ ମାଡ଼ ମାରିବା ସହ ମହିଳାଙ୍କ କାନଫୁଲ ସୁନାହାର ନେଇଯାଇଛନ୍ତି । କୌଶଳ କ୍ରମେ ସେଠାରୁ ଖସି ଆସି ଏକ ଅଟୋରେ ବ୍ରହ୍ମପୁର ମହିଳା ଥାନାରେ ପହଞ୍ଚି ଥିଲେ । ମାମଲାକୁ ଅତି ଗମ୍ଭୀରତାର ସହ ନେଇ ମହିଳା ସବଇନ୍ସପେକ୍ଟର ପ୍ରିୟଙ୍କା ବେହେରା ଘଟଣାର ତଦନ୍ତ କରୁଥିବା ଆଇଆଇସି କହିଛନ୍ତି । ଶନିବାର ପୀଡ଼ିତାଙ୍କ ପୁରୁଷୋତ୍ତମପୁର କୋର୍ଟରେ ବୟାନ ରେକର୍ଡ କରାଯାଇଥିବା ସୂଚନା ମିଳିଛି । ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking