27.1 C
Bhubaneswar
Thursday, May 29, 2025
Homeଦେଶ ବିଦେଶଶ୍ରୀଲଙ୍କାରେ ମୁଦ୍ରାସ୍ଫୀତି ୪୦% ବଢିଲା

ଶ୍ରୀଲଙ୍କାରେ ମୁଦ୍ରାସ୍ଫୀତି ୪୦% ବଢିଲା

ନୂଆଦିଲ୍ଲୀ: ଦେବଳିଆ ସ୍ଥିତି ମଧ୍ୟ ଦେଇ ଗତି କରୁଥିବା ଶ୍ରୀଲଙ୍କା ଅର୍ଥନୀତି ଏଥିରୁ ମୁକୁଳିବାର ବାଟ ପାଉନାହିଁ । ଶ୍ରୀଲଙ୍କାର ଅର୍ଥନୀତି ସଙ୍କଟ ମଧ୍ୟରେ ମୁଦ୍ରାସ୍ଫୀତିକୁ ନେଇ ଆସିଛି ବଡ ଖବର । ଅର୍ଥନୈତିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଶ୍ରୀଲଙ୍କା ନିଜକୁ ଦେବାଳିଆ ଘୋଷଣା କରିଥିଲା । ବୈଦେଶିକ ମୁଦ୍ରା ଭଣ୍ଡାର ସମ୍ପୂର୍ଣ୍ଣ ଭାବରେ ଖାଲି ହୋଇ ଯାଇଥିବାରୁ ଦେଶରେ ଖାଦ୍ୟ ପଦାର୍ଥର ଅଭାବ ସହିତ ତୈଳ ଏବଂ ଅନ୍ୟାନ୍ୟ ଜିନିଷର ଅଭାବ ବର୍ତ୍ତମାନ ସଙ୍କଟଜନକ ପରସ୍ଥିତି ସୃଷ୍ଟି ହୋଇଛି । ଶ୍ରୀଲଙ୍କାର ମୁଦ୍ରାସ୍ଫୀତି ଏପ୍ରିଲ୍ ମାସରେ ୩୯.୧ ପ୍ରତିଶତ ବଢିଛି ।ଶ୍ରୀଲଙ୍କାର ଜନସଂଖ୍ୟା ଓ ପରିସଂଖ୍ୟାନ ବିଭାଗ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି ।

ପୂର୍ବରୁ ବ୍ଲୁମବର୍ଗ ପରି ସଂସ୍ଥା ପକ୍ଷରୁ ଏହା ୩୫% ରହିବା ନେଇ ଆକଳନ କରାଯାଇଥିଲା । ବିଭିନ୍ନ ଜରୁରୀ ସାମଗ୍ରୀର ଅଭାବ କାରଣରୁ ମୁଦ୍ରାସ୍ଫୀତି ଏଭଳି ଉର୍ଦ୍ଧ୍ୱଗାମୀ ରହିଥିବା କୁହାଯାଇଛି । ଏହି ସମୟରେ ଖାଦ୍ୟ ପଦାର୍ଥରେ ମୁଦ୍ରାସ୍ଫୀତି ୫୭.୪% ରେକର୍ଡ କରାଯାଇଥିବା ବେଳେ ଅଣ ଖାଦ୍ୟପଦାର୍ଥର୍ ମୂଲ୍ୟରେ ୩୦.୬ ପ୍ରତିଶତର ବୃଦ୍ଧି ଘଟିଛି । ଏହା ସହିତ ସମଗ୍ର ଦେଶରେ ମୂଲ୍ୟ ବୃଦ୍ଧି ୪୦%ର ନିକଟତର ହୋଇଛି । ଶ୍ରୀଲଙ୍କାକୁ ବର୍ତ୍ତମାନ ୪ ବିଲିୟନ୍ ଡଲାରର ଜରୁରୀ କାଳୀନ ସହାୟତା ଆବଶ୍ୟକ । ଶ୍ରୀଲଙ୍କା ଅର୍ଥ ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର କୁହାଯାଇଛି କି ବର୍ତ୍ତମାନ ବିଦେଶୀ ମୁଦ୍ରାରେ ଋଣ ପରିଶୋଧ କରିବା ଆମ ପାଇଁ ସମ୍ଭବ ନୁହେଁ । ଯଦି କୌଣସି ଦେଶ ଶ୍ରୀଲଙ୍କା ମୁଦ୍ରାରେ ନିଜର ଋଣ ପରିଶୋଧ କରିବାକୁ ଚାହିଁବ ଆମେ ପରିଶୋଧ ପାଇଁ ପ୍ରସ୍ତୁତ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଭାରତ ଏବଂ ଚୀନ୍ ନିକଟରୁ ଋଣ ନେବା ପାଇଁ ଶ୍ରୀଲଙ୍କା ପ୍ରୟାସ କରିଥିଲେ ହେଁ ଉଭୟ ରାଷ୍ଟ୍ର କେବଳ ନିଜ ଠାରୁ କିଣିବାର କ୍ରେଡିଟ ଲାଇନ ପ୍ରଦାନ କରିବାକୁ ସହମତି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking