27.8 C
Bhubaneswar
Friday, April 19, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧମସ୍କୋରୁ ତୈଳ ଆମଦାନୀ ବନ୍ଦ : ରୋକ୍ ଲଗାଇଲା ୟୁରୋପିୟ ୟୁନିୟନ୍‌

ମସ୍କୋରୁ ତୈଳ ଆମଦାନୀ ବନ୍ଦ : ରୋକ୍ ଲଗାଇଲା ୟୁରୋପିୟ ୟୁନିୟନ୍‌

ନୂଆଦିଲ୍ଲୀ: ୟୁକ୍ରେନ ଆକ୍ରମଣ ନିମନ୍ତେ ରୁଷ୍‌କୁ ଧମକାଇବା ଲାଗି ୟୁରୋପୀୟ ସଂଘ(ଇୟୁ)ର ନେତାମାନେ ଶେଷରେ ମସ୍କୋ ତୈଳ ଆମଦାନୀ ୯୦ ପ୍ରତିଶତ ପର୍ଯ୍ୟନ୍ତ କାଟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଇୟୁର ଏହି ନିଷ୍ପତ୍ତି ଚଳିତବର୍ଷ ଶେଷ ଆଡକୁ କଡ଼ାକଡ଼ି ହେବ । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ ଟା ବେଳକୁ ଜୁଲାଇ ଲାଗି ବ୍ରେଣ୍ଟ କ୍ରୁଡ ଦରରେ ୬୩ ସେଣ୍ଟ ବଢି ବ୍ୟାରେଲ ପିଛା ୧୨୨.୩୦ ଡଲାରରେ ପହଞ୍ଚିଛି । ସେହିପରି ଶୁକ୍ରବାର ବ୍ୟାରେଲ ପିଛା ୧୧୭.୬୫ ଡଲାରରେ କାରବାର କରୁଥିବା ଆମେରିକା ୱେଷ୍ଟ ଟେକ୍ସାସ୍ ଇଣ୍ଟରମିଡିଏଟ (ଡବ୍ଲୁଟିଆଇ) କାରବାର ବନ୍ଦ ବେଳକୁ ବ୍ୟାରେଲ ପିଛା ୨.୫୮ ଡଲାରକୁ ପହଞ୍ଚିଥିଲା । ଇୟୁରୋପୀୟ ସଂଘ (ଇୟୁ) ଅନ୍ତର୍ଗତ ପ୍ରାୟ ଦେଶ ୩୦ ମେ ସୋମବାର ରୁଷ୍‌ରୁ ତୈଳ ଆମଦାନୀ ଉପରେ ରୋକ ଲାଗି ସହମତ ହୋଇଛନ୍ତି । ତେବେ ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବନ୍ ପୂର୍ଣ୍ଣ ପ୍ରତିବନ୍ଧକକୁ ତୀବ୍ର ବିରୋଧ କରିଛନ୍ତି ।

ଋଷୀୟ ତୈଳ ଆମଦାନୀ ଉପରେ କଟକଣା କଡ଼ାକଡ଼ି ଲାଗି ପ୍ରାୟ ସପ୍ତାହକ ପୂର୍ବରୁ ଆଲୋଚନା ଆରମ୍ଭ ହୋଇଥିଲା । ଏଥିରେ ହଙ୍ଗେରୀ ପ୍ରଥମରୁ କଟକଣାକୁ ବିରୋଧ କରୁଥିବା ବେଳେ ଶେଷ ଦିନରେ ପ୍ରଧାନମନ୍ତ୍ରୀ ନିଜେ ବ୍ୟକ୍ତିଗତ ଆପତ୍ତି କରିଥିଲେ । ବ୍ରସେଲସ୍‌ରେ ଅନୁଷ୍ଠିତ ବୈଠକରେ ପାଇପଲାଇନରେ ଡେଲିଭରୀକୁ ବାଦ ଦେଇ ବାକି ଆମଦାନୀରେ କଟକଣା ଲାଗି ନିଷ୍ପତ୍ତି ହୋଇଛି । ଏଥିରେ ଯଦି ତୈଳ ଯୋଗାଣ ବାଧାପ୍ରାପ୍ତ ହୁଏ ତେବେ ଦେଶର ଅର୍ଥ ବ୍ୟବସ୍ଥା ଧ୍ୱଂସ୍ତ ହୋଇଯିବ ବୋଲି ବୁଦାପେଷ୍ଟ ଚେତାବନୀ ଦେଇଛି । ଶିଖର ସମ୍ମିଳନୀ କାଳରେ ଇୟୁରୋପୀୟ କାଉନସିଲ ମୁଖ୍ୟ ଚାର୍ଲସ ମିସେଲ ଏକ ଟ୍ୱିଟ୍ କରିଛନ୍ତି । ଏଥିରେ ଋଷୀୟ ତୈଳ କଟକଣା ଲାଗି ବୁଝାମଣା ହୋଇଥିବା ଉଲ୍ଲେଖ କରିଛନ୍ତି ।ଚାର୍ଲସ ମିସେଲ ଏହା ଦ୍ୱାରା ଋଷିଆରୁ ତୁରନ୍ତ ଦୁଇ ତୃତୀୟାଂଶ ତୈଳ ଆମଦାନୀ ହ୍ରାସ ହେବ ବୋଲି ଉଲ୍ଲେଖ କରିଥିବା ବେଳେ ଯୁଦ୍ଧ ଲାଗି ଋଷିଆକୁ ବଡ଼ ଆର୍ôଥକ ସ୍ରୋତ ପ୍ରଭାବିତ ହେବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking