40.1 C
Bhubaneswar
Thursday, April 25, 2024
Homeଓଡିଶାମୋଦି ସରକାରରେ ଗରୀବକଲ୍ୟାଣକୁ ପ୍ରାଥମିକତା : ସମୀର ମହାନ୍ତି

ମୋଦି ସରକାରରେ ଗରୀବକଲ୍ୟାଣକୁ ପ୍ରାଥମିକତା : ସମୀର ମହାନ୍ତି

 ନୟାଗଡ ଜିଲ୍ଲା ଗମ୍ଭାରଡିହି ପଂଚାୟତରେ ଅନୁଷ୍ଠିତ ଗରିବ କଲ୍ୟାଣ ସମାବେଶରେ କାର୍ଯ୍ୟକର୍ତା ଓ ଲାଭାର୍ଥୀଙ୍କ ସହ ଉପସ୍ଥିତ ଥିଲେ ରାଜ୍ୟ ସଭାପତି
 ରାଜ୍ୟର ୧୪୭ଟି ବିଧାନସଭା କ୍ଷେତ୍ର ଏବଂ ୧୦୦୪ ମଣ୍ଡଳରେ ପାର୍ଟୀର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଦେଖିଥିଲେ
ଭୁବନେଶ୍ୱର,: ଅନ୍ତ୍ୟୋଦୟକୁ ପ୍ରାଥମିକତା ଦେଇ ଗରୀବ ଶ୍ରେଣୀର ଉତ୍‌ଥାନ ପାଇଁ ମୋଦି ସରକାର କାର୍ଯ୍ୟରତ । ଅନ୍ତ୍ୟୋଦୟ ସଫଳ ହେଲେ ହିଁ ରାଷ୍ଟ୍ର ତଥା ସମାଜର ବିକାଶ ସମ୍ଭବ ହୋଇପାରିବ । ମୋଦି ସରକାରରେ ଗରୀବକଲ୍ୟାଣକୁ ପ୍ରାଥମିକତା ଦିଆଯାଉଛି । ସମାଜର ସମସ୍ତ ବର୍ଗଙ୍କ ବିକାଶ ପାଇଁ ମୋଦି ସରକାର ପ୍ରତିଶୃତିବଦ୍ଧ । ଅନ୍ୟ ପଟେ ଦେଶର ଅର୍ଥ ବ୍ୟବସ୍ଥାର କୃଷି ହେଉଛି ମେରୁଦଣ୍ଡ । କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଂ ମୋଦି ସରକାର ସଂକଳ୍ପବଦ୍ଧ । ଗତ ୮ ବର୍ଷ ସାସନରେ ମୋଦି ସରକାର ପ୍ରତ୍ୟେକ ଶସ୍ୟର ପ୍ରାୟ ଦେଢ ଗୁଣା ଏମଏସପି ବୃଦ୍ଧି କରିସାରିଛନ୍ତି । ଦେଶର ୧୨ କୋଟି କୃଷକ ପରିବାରକୁ ଡିବିଟି ଜରିଆରେ ବାର୍ଷକ ୬ ହଜାର ଟଙ୍କା ହିସାବରେ ୧.୮୨ ଲକ୍ଷ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବାବେଳେ ଓଡିଶାରେ ୪୦.୫୪ ଲକ୍ଷ କୃଷକ ପରିବାରକୁ ୭୦୯୭ କୋଟି ଟଙ୍କା ପ୍ରଦାନ କରାଯାଇଛି । ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ୩ୟ ବର୍ଷ ପୁର୍ତି ଅବସରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ କିଷାନ ସମ୍ମାନ ନିଧି ଯୋଜନାର ୧୧ ତମ କିସ୍ତି ଦେଶର ୧୧ କୋଟିରୁ ଉର୍ଦ୍ଧ୍ୱ ଚାଷୀଙ୍କ ବ୍ୟାଂକ ଆକାଉଂଟକୁ ୨୧ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରିଛନ୍ତି । ଆଜି ଓଡିଶାର ପାଖାପାଖି ୩୩ ଲକ୍ଷ ଚାଷୀଙ୍କ ବ୍ୟାଂକ ଖାତାକୁ ସମୁଦାୟ ୭୦୩.୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଅନ୍ୟ ପଟେ ରାଜ୍ୟ ସରକାର କେନ୍ଦ୍ରକୁ ସଠିକ ତାଲିକା ପ୍ରଦାନ ନକରିବା କାରଣରୁ ଲକ୍ଷାଧିକ ଓଡିଆ ଚାଷୀ ପରିବାର ଏହି ସୁବିଧା ପାଇବାରୁ ବଂଚିତ ହୋଇଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ସେବା, ସୁଶାସନ ଓ ଗରିବ କଲ୍ୟାଣ ପର୍ବ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷ ପୂର୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା “କିଷାନ ସମ୍ମାନ ନିଧି”ର ୧୧ତମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମକୁ ବିଜେପି ନେତା ଓ କାର୍ଯ୍ୟକର୍ତାମାନେ ରାଜ୍ୟର ୧୪୭ଟି ବିଧାନସଭା କ୍ଷେତ୍ର ଏବଂ ୧୦୦୪ ମଣ୍ଡଳରେ ଉପସ୍ଥିତ ରହି ଦେଖିଥିଲେ । ରାଜ୍ୟ ସଭାପତି ଶ୍ରୀ ମହାନ୍ତି ନୟାଗଡ ଜିଲ୍ଲା ଗମ୍ଭାରଡିହି ପଂଚାୟତରେ ଅନୁଷ୍ଠିତ ଗରିବ କଲ୍ୟାଣ ସମାବେଶରେ କାର୍ଯ୍ୟକର୍ତା ଓ ଲାଭାର୍ଥୀଙ୍କ ସହ ଉପସ୍ଥିତ ଥିଲେ । ପାର୍ଟୀର ଅନ୍ୟ ବରିଷ୍ଠ ନେତାମାନେ ରାଜ୍ୟର ପ୍ରମୁଖ ଏବଂ ନିଜ ନିଜ ଅଂଚଳରେ ରହି ଆଜିର କାର୍ଯ୍ୟକ୍ରମକୁ ଦେଖିଥିଲେ ।
ଚାଷୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରେ ରଖି ମୋଦି ସରକାର ସାର, ବିହନଠାରୁ ଆରମ୍ଭ କରି ଫସଲ ବୀମା ଏବଂ କିଶାନ ସମ୍ମାନ ନିଧି ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ମାତ୍ର ରାଜ୍ୟ ସରକାରଙ୍କ ଜନବିରୋଧୀ ଏବଂ ଗରୀବମାରଣ ନୀତି କାରଣରୁ ଚାଷୀକୁଳ ସମେତ ସାଧାରଣ ଜନତା ଆଜି ବହୁ ସୁବିଧା ସୁଯୋଗ ପାଇବାରୁ ବଂଚିତ ହେଉଛନ୍ତି । ଚତୁଦର୍ଦ୍ଦଶ ଏବଂ ପଂଚଦଶ ଅର୍ଥ କମିଶନ ସୁପାରିଶ ଆଧାରରେ ବର୍ତମାନ ପର୍ଯ୍ୟାପ୍ତ ପରିମାଣ ଆର୍ଥିକ ସହାୟତା ସିଧାସଳଖ ପଂଚାୟତକୁ ଆସୁଛି, କିନ୍ତୁ ଭ୍ରଷ୍ଟାଚାରୀ ଓ ଦୁର୍ନୀତିଗ୍ରସ୍ତ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ କାରଣରୁ ସଠିକ୍ ବିକାଶ ବାଧାପ୍ରାପ୍ତ ହେଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking