35.1 C
Bhubaneswar
Wednesday, April 29, 2026
Homeଓଡିଶାଯାଜପୁର  ଜିଲ୍ଲାରେ ଚଳିତ ବର୍ଷ ଧାନ ସଂଗ୍ରହ ପ୍ରକ୍ରିୟା ପ୍ରସ୍ତୁତି ନିମନ୍ତେ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

ଯାଜପୁର  ଜିଲ୍ଲାରେ ଚଳିତ ବର୍ଷ ଧାନ ସଂଗ୍ରହ ପ୍ରକ୍ରିୟା ପ୍ରସ୍ତୁତି ନିମନ୍ତେ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

ଯାଜପୁର : ବୁଧବାର ଅପରାହ୍ନରେ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟର ଓସ୍ୱାନ୍ ଭି.ସି. ରୁମ୍ ଠାରେ ଚଳିତ ବର୍ଷ ଯାଜପୁର ଜିଲ୍ଲାରେ ଚାଷୀମାନଙ୍କ ଠାରୁ ସହଜରେ ଧାନ ସଂଗ୍ରହ କରିବା ନିମନ୍ତେ ମଣ୍ଡି ପ୍ରସ୍ତୁତି ଓ ପ୍ରଚାର ପ୍ରସାର ବ୍ୟାପକ କରିବାକୁ ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଚଳିତ ବର୍ଷ ଚାଷୀ ମାନଙ୍କ ଠାରୁ ଧାନକ୍ରୟ ପୂର୍ବ ବର୍ଷ ଅପେକ୍ଷା ଭିନ୍ନ ଧରଣର ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। କୌଣସି ମଣ୍ଡିରେ ଏବର୍ଷ କଟନି ଛଟନି ହେବ ନାହିଁ। ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କ ଠାରୁ ଧାନକ୍ରୟ କୁ ଗୁରୁତ୍ୱର ସହ ନେଇଛନ୍ତି। ଜିଲ୍ଲାର ପ୍ରତ୍ୟେକ ମଣ୍ଡିରେ ଜଣେ ଜଣେ ମଣ୍ଡି ନୋଡାଲ ଅଧିକାରୀ ରହିବେ। ୪ କିମ୍ବା ୫ ଟି ମଣ୍ଡିକୁ ନେଇ ଜଣେ ଜଣେ ସୁପରଭାଇଜର ରହିବେ। ଚାଷୀ ମାନଙ୍କୁ ଏଫ୍.ଏ.କ୍ୟୁ ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରାଯିବ। ଆସନ୍ତା ସପ୍ତାହରେ ମଣ୍ଡି ନୋଡାଲ ଅଧିକାରୀ ଓ ସୁପରଭାଇଜର ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ମଣ୍ଡିକୁ ଯେଉଁ ଚାଷୀ ଆଗରୁ ଧାନ ଆଣିବେ ତାଙ୍କୁ ପ୍ରାଧାନ୍ୟ ଦିଆଯିବ। ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଧାନ କିଣାରେ ଅଗ୍ରାଧିକାର ଦିଆଯିବ। ଟୋକନ୍ ମିଆଦ ଯେପରି ସମାପ୍ତ  ନହୁଏ ସେଥିପ୍ରତି ଦାୟିତ୍ୱରେ ଥିବା ଅଧିକାରୀମାନେ ଯତ୍ନବାନ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ପ୍ରତି ସୋସାଇଟି ଓ ଜିଲ୍ଲାସ୍ତରରେ ଧାନ ସଂଗ୍ରହ କମିଟି ନଭେମ୍ବର ୮ ତାରିଖ ସୁଦ୍ଧା ଗଠନ କରାଯିବ। ଏଫ୍.ଏ.କ୍ୟୁ ଧାନର ମାନ ବିଷୟରେ ସମସ୍ତ ଚାଷୀ ଓ ଜନ ପ୍ରତିନିଧିଙ୍କୁ ବ୍ୟାପକ ସଚେତନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ ମଣ୍ଡିରେ ୱାଟର ପ୍ରୁଫ ଅସ୍ଥାୟୀ ସେଡ୍ ନିର୍ମାଣ, ଟଏଲେଟ୍, ପାନୀୟ ଜଳ ସୁବିଧା ସହ ସିସିଟିଭି ଲାଗିବ। ଅସ୍ଥାୟୀ ସେଡ୍ ରେ ବିଦ୍ୟୁତ୍ ସଂଯୋଗ ରହିବ। ନିୟନ୍ତ୍ରିତ ବଜାର କମିଟି ଓ ସମବାୟ ବିଭାଗ ଯୁଗ୍ମ ଭାବରେ ମଣ୍ଡି ପ୍ରସ୍ତୁତି ସମ୍ପର୍କରେ ପ୍ରମାଣପତ୍ର ପ୍ରଦାନ କରିବେ। ଏତଦ୍ ବ୍ୟତୀତ ତହସିଲଦାର, ଆରକ୍ଷୀ ନିରୀକ୍ଷକ ଅବକାରୀ ଓ ଜି.ଏସ.ଟି ଅଧିକାରୀଙ୍କୁ ନେଇ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯିବ। ଧାନର ପରିମାଣକୁ ଦେଖି ଅତିରିକ୍ତ ଗୋଦାମ ଗୃହର ବ୍ୟବସ୍ଥା କରିବାକୁ ପଡ଼ିବ। ସାଂସ୍କୃତିକ ଦଳ ମାନଙ୍କ ଦ୍ଵାରା ପ୍ରତ୍ୟେକ ଗ୍ରାମରେ ସାଂସ୍କୃତିକ କାର‌୍ୟ୍ୟକ୍ରମ ମାଧ୍ୟମରେ ଚାଷୀ ମାନଙ୍କୁ ସଚେତନ କରାଯିବ। ୧୨୭ ଟି କୃଷି ସମବାୟ ସମିତି   ଜରିଆରେ ଧାନ ସଂଗ୍ରହ କରାଯିବ। ଧାନ ସଂଗ୍ରହ କାର‌୍ୟ୍ୟରେ ୩୫ ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ନିୟୋଜିତ ହୋଇଛନ୍ତି। ଅନ୍ୟ ଜିଲ୍ଲା ମାନଙ୍କରୁ ଯେପରି ଧାନ ନ ଆସେ ସେଥିପାଇଁ ଆନ୍ତଃଜିଲ୍ଲା ସୀମା ତଦାରଖ କରାଯିବ। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ଉପ ଜିଲ୍ଲାପାଳ ଶ୍ରୀ ଅଂଶୁମାନ ଶତପଥୀ, ଜିଲ୍ଲା ଯୋଗାଣ ଅଧିକାରୀ ସଲ୍ଲାଉଦ୍ଦିନ ଖାଁ, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ, ଏ.ସି.ଏସ.ଓ ଏଲିନା ସାହୁ, ସୋନାଲିସା ମହାପାତ୍ର, ଦେବକାନ୍ତ ମହାନ୍ତି, ସିନିୟର୍ ଏ.ଆର.ସି.ଏସ ଅମୂଲ୍ୟ କୁମାର ସେଠୀ, ନିୟନ୍ତ୍ରିତ ବଜାର କମିଟି ସେକ୍ରେଟାରୀ ଏବଂ ଆଭାସୀ ମାଧ୍ୟମରେ ସମସ୍ତ ବ୍ଲକର ବିଡ଼ିଓ, ତହସିଲଦାରମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking