27.1 C
Bhubaneswar
Saturday, July 27, 2024
Homeଓଡିଶା୨୦ ବର୍ଷରେ ରାଜ୍ୟର ଋଣ ପରିମାଣ ୧,୫୦,୧୩୬ କୋଟି

୨୦ ବର୍ଷରେ ରାଜ୍ୟର ଋଣ ପରିମାଣ ୧,୫୦,୧୩୬ କୋଟି

ଭୁବନେଶ୍ୱର :ଓଡ଼ିଶା ସରକାର ୨୦ ବର୍ଷରେ ଅର୍ଥାତ ୨୦୦୧-୦୨ରୁ ୨୦୨୨-୨୩ ଆର୍ôଥକ ବର୍ଷ ଭିତରେ ୧,୫୦,୧୩୬ କୋଟି ଟଙ୍କାର ଋଣ ଉଠାଇଛନ୍ତି । ହେଲେ ଏଇ ଅବଧି ମଧ୍ୟରେ ସରକାର ସୁଧ ବାବଦକୁ ଦେଇଛନ୍ତି ୭୯,୨୬୧ କୋଟି ଟଙ୍କା । ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ସୋମବାର ଶାସକ ବିଧାୟକ ଅରବିନ୍ଦ ଢାଲିଙ୍କ ପ୍ରଶ୍ନରେ ଉତ୍ତର ଦେଇ ଅର୍ଥ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ଭିତ୍ତିଭୂମି ବିକାଶ ତଥା ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ସରକାର ଖୋଲା ବଜାରରୁ ଋଣ ଆହରଣ କରିଥାନ୍ତି ଓ ୨୦୨୨-୨୩ ଆର୍ôଥକ ବର୍ଷରେ ଖୋଲା ବଜାରରୁ ୨,୨୫୯ କୋଟି ଟଙ୍କା ଋଣ କରିବେ ବୋଲି ଆକଳନ କରିଛନ୍ତି । ଖଣିରୁ ଯଥେଷ୍ଟ ପରିମାଣରେ ରାଜସ୍ୱ ମିଳିଛି । ଗତ ବର୍ଷ ଠାରୁ ଅଦ୍ୟାବଧି ସରକାର ଖୋଲା ବଜାରରୁ ଆଦୌ ଋଣ କରି ନାହାନ୍ତି ।

ବର୍ଷ ଶେଷରେ ଖୋଲା ବଜାରରୁ ଋଣ ଆହରଣ ପରିମାଣ ଆକଳନ ଠାରୁ କମ ରହିଛି । ମହାଲେଖାକାର ଓଡିଶାଙ୍କ ଠାରୁ ମିଳିଥିବା ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ ୨୦୨୧-୨୨ ଆର୍ôଥକ ବର୍ଷ ଶେଷସୁଦ୍ଧା ରାଜ୍ୟର ମୁଣ୍ଡପିଛା ଋଣ ଭାର ପରିମାଣ ୨୨,୦୪୨ ଟଙ୍କା ରହିଛି । ୨୦୦୧-୦୨ ଆର୍ôଥକ ବର୍ଷରୁ ୨୦୨୧-୨୨ ଆର୍ôଥକ ବର୍ଷ ଶେଷସୁଦ୍ଧା ଆହରଣ କରାଯାଇଥିବା ଋଣ ଏବଂ ସୁଧ ଦେୟର ଆନୁପାତିକ ହାର ପରିମାଣ ପ୍ରାୟ ୫୩% ଓ କୋଡ଼ିଏ ବର୍ଷ ଭିତରେ ସରକାର ସୁଧ ବାବଦକୁ ୭୯,୨୬୧ କୋଟି ବ୍ୟୟ କରିଛନ୍ତି । ପ୍ରତି ପାଞ୍ଚ ବର୍ଷରେ ଅର୍ଥାତ ୨୦୦୧-୦୨ରୁ ୨୦୨୧-୨୨ ଆର୍ôଥକ ବର୍ଷରେ ଦେଖାଯାଇଛି ଯେ, ରାଜ୍ୟ ସରକାରଙ୍କ ଋଣ ଆହରଣ ପରିମାଣ ଯେଉଁ ପରିମାଣରେ ବଢ଼ିଛି, ସୁଧ ପରିମାଣ ବଢ଼ିଛି । ୨୦୦୧-୦୨ ଆର୍ôଥକ ବର୍ଷରେ ମୋଟ ୩୯୫୨.୫୬ କୋଟି ଋଣ ଆହରଣ ଥିବାବେଳେ ସୁଧ ଦେୟ ପରିମାଣ ୨୮୩୪.୯୫ କୋଟି ରହିଛି । ୨୦୦୫-୦୬ରେ ଋଣ ଆହରଣ ୩୪୯୦.୪୬ କୋଟି ଥିବାବେଳେ ସୁଧ ଦେୟ ପରିମାଣ ୩୬୯୭.୦୯ କୋଟି ରହିଛି । ସେହିପରି ୨୦୧୦-୧୧ରେ ଋଣ ଆହରଣ ୩୪୯୦.୪୬ କୋଟି ଥିବାବେଳେ ସୁଧ ଦେୟ ପରିମାଣ ୩୦୬୧.୪୫ କୋଟି, ୨୦୧୫-୧୬ରେ ଋଣ ଆହରଣ ୧୧,୬୨୫.୩୨ କୋଟି ଟଙ୍କା ଥିବାବେଳେ ସୁଧ ଦେୟ ପରିମାଣ ୩୩୪୩.୨୯ କୋଟି, ୨୦୨୦-୨୧ରେ ୨୦୯୨୯.୧୭ ଋଣ ଆହରଣ ଥିବାବେଳେ ସୁଧ ଦେୟ ପରିମାଣ ୬୬୪୨.୭୯ କୋଟି ଏବଂ ୨୦୨୧-୨୨ରେ ଋଣ ଆହରଣ ୧୨,୫୫୫୧.୦୩ କୋଟି ଟଙ୍କା ଥିବାବେଳେ ସୁଧ ଦେୟ ପରିମାଣ ୬୩୪୨.୪୫ କୋଟି ରହିଛି ବୋଲି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଗୃହକୁ ଅବଗତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking