23.1 C
Bhubaneswar
Friday, November 29, 2024
Homeଓଡିଶାହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା; ସମାନ ମାମଲାର ଜାମିନ୍ ଆବେଦନ ଏକା ବେଞ୍ଚ୍‌ରେ କରାଯିବ

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା; ସମାନ ମାମଲାର ଜାମିନ୍ ଆବେଦନ ଏକା ବେଞ୍ଚ୍‌ରେ କରାଯିବ

କଟକ: ଓଡ଼ିଶା ହାଇକୋର୍ଟ ଜାମିନ ଆବେଦନ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଗତ ୧୫ ତାରିଖର ନିର୍ଦ୍ଦେଶନାମା ଆଧାରରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ହାଇକୋର୍ଟରେ ବିଚାରାଧୀନ ବା ଫଏସଲା ହୋଇଥିବା କୌଣସି ମାମଲାରେ ନିୟମିତ ବା ଆଗୁଆ ଜାମିନ ଆବେଦନ ଏକା ବେଞ୍ଚ୍‌ରେ ବା ଜଣିକିଆ ବିଚାରପତିଙ୍କ ନିକଟରେ ତାଲିକାଭୁକ୍ତ ହେବା ପାଇଁ ନିଷ୍ପତ୍ତି ହୋଇଛି ।

ଏହି ନିଷ୍ପତ୍ତି ଅନୁସାରେ ସମସ୍ତ ସିଆର୍‌ପିସି ୪୩୮ ଏବଂ ୪୩୯ ସମ୍ବଳିତ ମାମଲାକୁ ପୂର୍ବରୁ ଫଏସଲା କରିଥିବା ବିଚାରପତିଙ୍କ ପାଖରେ ଜାମିନ ଆବେଦନ ତାଲିକାଭୁକ୍ତ ହେବ । ଯଦି ସମ୍ପୃକ୍ତ ମାମଲାର ବିଚାରପତି ଅନ୍ୟତ୍ର ବଦଳି ହୋଇଥାନ୍ତି ବା ଅବସର ଗ୍ରହଣ କରିଥାନ୍ତି, ତାଙ୍କ ସ୍ଥାନରେ ଅବସ୍ଥାପିତ ହୋଇଥିବା ବିଚାରପତିଙ୍କ ବେଞ୍ଚ୍‌ରେ ଜାମିନ ଆବେଦନ ତାଲିକାଭୁକ୍ତ ହୋଇପାରିବ । ଯଦି ସଂପୃକ୍ତ ବିଚାରପତିଙ୍କ ସ୍ଥାନରେ କେହି ଅବସ୍ଥାପିତ ହୋଇନଥିବେ ତେବେ ରୋଷ୍ଟର୍ ଅନୁସାରେ ହାଇକୋର୍ଟର ନିୟମିତ ବେଞ୍ଚ୍‌ରେ ଜାମିନ ଆବେଦନ ତାଲିକାଭୁକ୍ତ ହେବା ନିମନ୍ତେ ହାଇକୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପ୍ରଧାନୀ ଜାନି ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଫୌଜଦାରୀ ମାମଲା ୧୫୦୩/୨୦୨୩ର ବିଚାରକରି ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଆଧାରରେ ଓଡ଼ିଶା ହାଇକୋର୍ଟ ଏହି ନିଷ୍ପତ୍ତି ନେଇଥିବା ନେଇ ରବିବାର ପ୍ରେସ୍ ଇସ୍ତାହାରରେ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking