34.8 C
Bhubaneswar
Saturday, May 24, 2025
Homeଓଡିଶାଝାରସୁଗୁଡା ବିମାନ ବନ୍ଦରରେ ଆଇଏଲଏସକୁ ସ୍ୱିକୃତି

ଝାରସୁଗୁଡା ବିମାନ ବନ୍ଦରରେ ଆଇଏଲଏସକୁ ସ୍ୱିକୃତି

ଭୁବନେଶ୍ୱର: ଝାରସୁଗୁଡା ବିମାନ ବନ୍ଦରରେ ଆଇଏଲଏସ ସିଷ୍ଟମକୁ ଡିଜିସିଏ ସ୍ୱୀକୃତି ପ୍ରଦାନ କରିଛି । ଆଇଏଲଏସ କାରଣରୁ ଖରାପ ପାଗରେ ବିମାନ ଅବତରଣରେ ସମସ୍ୟା ହେବନି । ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ଏନେଇ ସୂଚନା ପ୍ରଦାନ କରିଛନ୍ତି । ପୂର୍ବରୁ ଟିକିଏ ଖରାପ ପାଗରେ ବିମାନ ସେବା ବାତିଲ ହୋଇଯାଉଥିଲା ।

ଗତ ୨୦୧୮ ମସିହା ଫେବ୍ରୁଆରୀ ମାସରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିମାନ ବନ୍ଦରର ଉଦଘାଟନ କରିଥିଲେ । ଏହା ପରେ ୨୦୧୯ ମାର୍ଚ୍ଚ ମାସରୁ ବ୍ୟବସାୟିକ ଉଡାଣ ଆରମ୍ଭ ହୋଇଥିଲା। କିନ୍ତୁ ଆଇ ଏଲଏସ ଲଗା ନଯିବା ଯୋଗୁଁ ଗତବର୍ଷ ବର୍ଷାଦିନରେ ଅନେକ ସମୟରେ ପାଗ ଖରାପ ପାଇଁ ବିମାନ ବାତିଲ କରାଯାଇଥିଲା। ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇ ଥିଲା। ଏହା ମଧ୍ୟରେ ଝାରସୁଗୁଡ଼ା ବିମାନ ବନ୍ଦରର ନୂତନ ନିର୍ଦେଶକ ଦୁଇ ମାସ ମଧ୍ୟରେ ଆଇଏଲଏସ  ଲାଗିବ ବୋଲି କହିବା ପରେ ଯାତ୍ରୀ ମହଲରେ ଖୁସି ଦେଖାଦେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking