35.1 C
Bhubaneswar
Friday, April 25, 2025
Homeଓଡିଶାବେଆଇନ୍ ମାଂସ କଟା ଦୋକାନରେ ଚଢାଉ

ବେଆଇନ୍ ମାଂସ କଟା ଦୋକାନରେ ଚଢାଉ

କଟକ: କଟକର ରାସ୍ତାକଡ଼ରେ ଥିବା ମାଛ ଓ ମାଂସ ଦୋକାନରେ ସିଏମସି ପକ୍ଷରୁ ଚଢ଼ାଉ କରାଯାଇଛି। ସହରର ବିଭିନ୍ନ ରାସ୍ତାକଡ ଏବଂ ସର୍ବସାଧାରଣ ସ୍ଥାନରେ ହେଉଥିବା ବେଆଇନ୍ ମାଂସ କଟା ଉପରେ ଚଢାଉ କରି ଦୋକାନ ବନ୍ଦ କରିଛି ସିଏମସି ଏନଫୋର୍ସମେଣ୍ଟ୍ ଟିମ୍ । ସିଏମସି ଡେପୁଟି କମିଶନରଙ୍କ ନେତୃତ୍ୱରେ ଏହି ଚଢ଼ାଉ କରଯାଇଛି।ଏହାପରେ ଦୋକାନ ଘର ଭାଙ୍ଗିବା ସହ ମାଂସ କଟା ଅସ୍ତ୍ର ଏବଂ କାଠଗଡାକୁ ଜବତ କରାଯାଇଛି ।

ହାଇକୋର୍ଟରେ ହୋଇଥିବା ଏ ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଗତକାଲି ସିଏମସି ଡେପୁଟି କମିଶନର ଏବଂ ସ୍ୱାସ୍ଥ୍ୟ ଅଧିକାରୀ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଜବାବ୍ ରଖିଥିଲେ । ଏହା ପରେ ଆଜି ଆକ୍ସନ ମୋଡକୁ ଆସି ବେଆଇନ୍ ମାଂସ କଟା ଦୋକାନରେ ଚଢାଉ କରି ବନ୍ଦ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking