ଭୁବନେଶ୍ୱର : ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅଧିକାଂଶ ଲୋକ ଖାଦ୍ୟର ଧ୍ୟାନ ନିଅନ୍ତି ନାହିଁ । ସକାଳ ଜଳଖିଆରେ ରୁଟି ବା ବ୍ରେଡ ଖାଆନ୍ତି । କିନ୍ତୁ ଆପଣ ଜାଣନ୍ତି କି ରୁଟି ଖାଇବା ଦ୍ୱାରା ଆପଣ ଉଚ୍ଚ ରକ୍ତଚାପର ଶିକାର ହୋଇପାରନ୍ତି । ଏହା ବ୍ୟତୀତ ମଧୁମେହ , ହୃଦରୋଗ , ମେଦବହୁଳତା ରୋଗ ଭଳି ଦେଖାଦିଏ । ରୁଟିରେ ଅଧିକ ସୋଡିୟମ ଥାଏ । ଅତ୍ୟଧିକ ଲୁଣ ଖାଇବା ଉଚ୍ଚ ରକ୍ତଚାପ ରୋଗୀମାନଙ୍କ ସମସ୍ୟା ହୋଇପାରେ । ରୁଟିର ସ୍ୱାଦ ବୃଦ୍ଧି ପାଇଁ ସୋଡିୟମ ମିଶାଯାଇଥାଏ । ରିପୋର୍ଟ ଅନୁସାରେ , ରୁଟି ଖାଇବା ଦ୍ୱାରା ଓଜନ ବଢିପାରେ ଏହା ରିଫାଇନ ମଇଦାରୁ ତିଆରି ହୋଇଥିବାରୁ ଏହା ଶରୀରକୁ କ୍ଷତି ପହଞ୍ଚାଇଥାଏ । ଯାହା ପେଟ ସମସ୍ୟା ଦେଖାଦେଇଥାଏ । ହୃଦରୋଗରେ ପୀଡିତ ଲୋକଙ୍କ ପାଇଁ ନିର୍ଦ୍ଦାରିତ ପରିମାଣ ୧୫୦୦ ମିଲିଗ୍ରାମ । ସେହି ସମୟରେ ରୁଟିରେ ସାଧାରଣତଃ ୨୦୦ ମିଲିଗ୍ରାମ ସୋଡିୟମ ଥାଏ । ଏହାକୁ ଅଧିକ ସେବନ କରିବା ଦ୍ୱାରା ଶରୀରରେ ସୋଡିୟମ ପରିମାଣ ବୃଦ୍ଧି ପାଇଥାଏ । ଯାହା ଉଚ୍ଚ ରକ୍ତଚାପ ସୃଷ୍ଟି କରେ ।