22.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶଛୁଟିରେ କର୍ମଚାରୀଙ୍କୁ ଡିଷ୍ଟର୍ବ କଲେ ଦବାକୁ ପଡ଼ିବ ଏତିକି ଟଙ୍କା, ଏହି କମ୍ପାନୀ ଆଣିଲା ନିୟମ....

ଛୁଟିରେ କର୍ମଚାରୀଙ୍କୁ ଡିଷ୍ଟର୍ବ କଲେ ଦବାକୁ ପଡ଼ିବ ଏତିକି ଟଙ୍କା, ଏହି କମ୍ପାନୀ ଆଣିଲା ନିୟମ….

ନୂଆଦିଲ୍ଲୀ: ଯଦି ଆପଣଙ୍କୁ ଛୁଟିରେ ଅଫିସରୁ କଲ ଆସେ ଭାରି ବିରକ୍ତି ଲାଗେ । ଆପଣ ଚିଡ଼ିଚିଡ଼ା ହୋଇ ପଡ଼ନ୍ତି । ଡ୍ରିମ୍‌-୧୧ କର୍ମଚାରୀଙ୍କୁ କିନ୍ତୁ ଏପରି ବିରକ୍ତି ହେବାକୁ ପଡ଼ିବ ନାହିଁ । ଏହି କମ୍ପାନୀର କର୍ମଚାରୀଙ୍କୁ ଛୁଟିରେ ଅଫିସରୁ କଲ ଆସିବ ନାହିଁ । ଛୁଟିର ମଜା ଭଲଭାବେ ନେଇ ପାରିବେ କର୍ମଚାରୀ । ଛୁଟି ଦିନରେ କର୍ମଚାରୀଙ୍କୁ ଡିଷ୍ଟର୍ବ କଲେ ଲାଗିବ ଜରିମାନା । ଏପରିକି ୧ ଲକ୍ଷ ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ । ଏପରି ଏକ ପଲିସି ନେଇ ଆସିଛି ଡ୍ରିମ୍‌-୧୧ । ନୂଆବର୍ଷରେ କର୍ମଚାରୀଙ୍କୁ ଏପରି ଭେଟି ମିଳିଛି । କର୍ମଚାରୀ କିପରି ନିଜ ଛୁଟିକୁ ଭଲ ଭାବରେ କାଟି ପାରିବେ ସେଥିପାଇଁ ଏପରି ପଲିସି ଆଣିଛି କମ୍ପାନୀ । ଡ୍ରିମ୍‌-୧୧ର ଅନପ୍ଲଗ ପଲିସିରେ ଏପରି କୁହାଯାଇଛି । ସପ୍ତାକୁ ଥରେ ମିଳୁଥିବା ଛୁଟିରେ କର୍ମଚାରୀ ନିଜକୁ ନିଜେ କିପରି ସମୟ ଦେବେ । କମ୍ପାନୀର କାମରୁ ନିଜକୁ ଦୁରେଇ ରଖି ପାରିବେ ସେଥିପାଇଁ କମ୍ପାନୀ ପକ୍ଷରୁ ଏପରି ନିର୍ଦ୍ଦେଶ ଜାରି କରାଯାଇଛି । ଲିଙ୍କ୍‌ଇଣ୍ଡରେ କମ୍ପାନୀ ପୋଷ୍ଟ କରି ଏପରି କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking