36.7 C
Bhubaneswar
Tuesday, April 16, 2024
Homeଦେଶ ବିଦେଶସକାଳେ ଶାଶୁଘରୁ ଝିଅକୁ ଆଣିବାକୁ ଯାଇଥିଲେ ବାପା, ହେଲେ ଘଟିଲା କିଛି ଏପରି....

ସକାଳେ ଶାଶୁଘରୁ ଝିଅକୁ ଆଣିବାକୁ ଯାଇଥିଲେ ବାପା, ହେଲେ ଘଟିଲା କିଛି ଏପରି….

ଉନ୍ନାଓ: ସକାଳେ ଶାଶୁଘରୁ ଝିଅକୁ ଆଣିବାକୁ ଯାଇଥିଲେ ବାପା । ସନ୍ଧ୍ୟାରେ ଘରକୁ ଆସିଲା ଝିଅର ମୃତଦେହ । ଏଭଳି ଦୁଃଖଦ ଘଟଣା ଘଟିଛି ଉତ୍ତରପ୍ରଦେଶର ଉନ୍ନାଓରେ । ଉନ୍ନାଓ ଜିଲ୍ଲାର ସିଭିଲ ଲାଇନ ମୋହଲାରେ ରହୁଥିବା ଜଣେ ବିବାହିତା ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି । ଶାଶୁଘର ଲୋକଙ୍କ ଉପରେ ହତ୍ୟା ଆରୋପ ଲଗାଇଛନ୍ତି ପୀଡ଼ିତାଙ୍କ ପରିବାର ଲୋକେ । ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗରେ ପୋଲିସ ଏତଲା ଦାଖଲ କରିଛି । ତଦନ୍ତରେ ଯାହା କିଛି ତଥ୍ୟ ବାହାରକୁ ଆସିବ, ସେ ଅନୁଯାୟୀ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି । ମୃତକଙ୍କ ବାପା ଆଣିଥିବା ଅଭିଯୋଗ ମୁତାବକ, ଶୁକ୍ରବାର ସକାଳେ ଆମେ ଆମ ଝିଅକୁ ଆଣିବା ପାଇଁ ତା’ର ଶାଶୁ ଘରକୁ ଯାଇଥିଲୁ । କିନ୍ତୁ ଶାଶୁଘର ଲୋକେ ପଠାଇବାକୁ ମନା କରିଦେଇଥିଲେ । ଆମେ ନିରାଶ ହୋଇ ଫେରିବା ପରେ ଅପରାହ୍ନ ୪ଟାରେ ଫୋନ କରି ତୁମ ଝିଅ ବିଷ ଖାଇଦେଇଛି ବୋଲି କହିଥିଲେ ଶାଶୁଘର ଲୋକେ । ଆମେ ପହଞ୍ଚିବା ପର୍ଯ୍ୟନ୍ତ ମଧ୍ୟ ସେମାନେ ଆମ ଝିଅକୁ ଡାକ୍ତରଖାନା ନେଇନଥିଲେ । ଆମେ ପହଞ୍ଚି ଝିଅକୁ ଡାକ୍ତରଖାନା ନେବା ବେଳକୁ ତା’ର ମୃତ୍ୟୁ ହୋଇଯାଇଥିଲା । ମୃତକଙ୍କ ପରିବାର ଲୋକେ ଆହୁରି ଅଭିଯୋଗ କରିଛନ୍ତି ଯେ, ଆମ ଜ୍ୱାଇଁ ଝିଅକୁ ବିଷ ଦେଇ ହତ୍ୟା କରିଛି । ସେ ଆତ୍ମହତ୍ୟା କରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking