ଭୁବନେଶ୍ୱର: କୋଭିଡ ଲକ୍ଷଣ ଦେଖାଗଲେ ପରୀକ୍ଷା କରିବା ପାଇଁ ଜନ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି । ଆବଶ୍ୟକ ପଡିଲେ ପରୀକ୍ଷା ସେଣ୍ଟର ବଢ଼ାଯିବ ।ମାସ୍କ ବାଧ୍ୟତା ମୂଳକ ପାଇଁ ଗାଇଡ଼ଲାଇନ ଆସିନାହିଁ । ଏ ପର୍ଯ୍ୟନ୍ତ ଓଡ଼ିଶାରେ କୋଭିଡ ଚି଼ହ୍ନଟ ହୋଇନାହିଁ, କିନ୍ତୁ ଟେଷ୍ଟିଙ୍ଗ ଜାରି ରହିଛି ବୋଲି ଡ. ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ, ସର୍ଭିଲାନ୍ସ ବଢ଼ାଇବା ସହ ସତର୍କ ରହିବା । ଭାରତରେ ଯେତିକି ଲୋକ ପଜିଟିଭ ଆସିଛନ୍ତି, ସେଥିମଧ୍ୟରୁ ୯୮% ରୁ ଅଧିକ ଲୋକ ଘରେ ରହି ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ସିଭିୟର ହୋଇନାହିଁ ।