ମୁମ୍ବାଇ : କଙ୍ଗନା ନିକଟରେ ଏକ ସାକ୍ଷାତକାର୍ରେ ଇସାରା କରି କହିଛନ୍ତି ଯେ, ଯଦି ସେ ନିର୍ବାଚନ ଜିତନ୍ତି ତେବେ ଧୀରେ ଧୀରେ ବଲିଉଡକୁ ଛାଡ଼ିବେ । କାରଣ ସେ କେବଳ ଗୋଟିଏ କାମ ଉପରେ ଧ୍ୟାନ ଦେବାକୁ ଚାହାଁନ୍ତି। ଲୋକେ ଯଦି ମୋ ସହ ଯୋଡି ହେବାକୁ ଚାହାନ୍ତି ତେବେ ମୁଁ କେବଳ ରାଜନୀତି ହିଁ କରିବି। କହିବାକୁ ଗଲେ ଗୋଟେ ସମୟରେ ମୁଁ କେବଳ ଗୋଟିଏ ହିଁ କାମ କରିବାକୁ ଚାହେଁ ବୋଲି କଙ୍ଗନା କହିଛନ୍ତି। ସେ ଆହୁରି କହିଛନ୍ତି, ‘ଯଦି ଲୋକଙ୍କୁ ମୋର ଆବଶ୍ୟକତା ଦରକାର ପଡେ ତେବେ ମୁଁ ସେହି ଦିଗକୁ ହିଁ ଯିବି। ଯଦି ମୁଁ ମଣ୍ଡିରୁ ଜିତେ, ତେବେ ମୁଁ କେବଳ ରାଜନୀତି କରିବି। ଅନେକ ଚଳଚ୍ଚିତ୍ର ନିର୍ମାତା ମୋତେ ରାଜନୀତି କରିବାକୁ ମନା କରୁଛନ୍ତି। କିନ୍ତୁ ମୁଁ ଲକୋଙ୍କ ଆଶା ପୂରଣ କରିବି। ମୁଁ ଏକ ସୁବିଧାଜନକ ଜୀବନ ଅତିବାହିତ କରିଛି, ଯଦି ବର୍ତ୍ତମାନ ମୁଁ ଲୋକଙ୍କ ସହ ଯୋଡିବାର ସୁଯୋଗ ପାଇଛି, ତେବେ ଏହାକୁ ମଧ୍ୟ ମୁଁ ଗ୍ରହଣ କରିବି।’