38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶICSE, ISC ବୋର୍ଡ ପରୀକ୍ଷା ସିଲାବସ୍ ବଦଳିଲା: ୨୦୨୩ରେ ହେବ ନାହିଁ ଟର୍ମ ପରୀକ୍ଷା

ICSE, ISC ବୋର୍ଡ ପରୀକ୍ଷା ସିଲାବସ୍ ବଦଳିଲା: ୨୦୨୩ରେ ହେବ ନାହିଁ ଟର୍ମ ପରୀକ୍ଷା

ନୂଆଦିଲ୍ଲୀ: କାଉନସିଲ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏଗଜାମିନେସନ (ସିଆଇଏସସିଇ) ବୋର୍ଡ ପକ୍ଷରୁ ଆସନ୍ତା ୨୦୨୩ ବର୍ଷ ପାଇଁ ସିଲାବସ୍ ପରିବର୍ତ୍ତନ କରାଯାଇଛି । ଆଇସିଏସଇ, ଆଇଏସସିର ପରୀକ୍ଷାର୍ଥୀ ଏଣିକି ନୂଆ ସିଲାବସ୍ ଅନୁଯାୟୀ ପରୀକ୍ଷା ଦେବେ । ଏନେଇ କାଉନସିଲ ପକ୍ଷରୁ ଅଫିସିଆଲ ଭାବେ ନୋଟିଫିକେସନ ଜାରି କରାଯାଇ ସେଥିରେ ଆଇଏସସି ଓ ଆଇସିଏସଇ ୨୦୨୩ ପାଇଁ ସଂଶୋଧିତ ସିଲାବସ୍ ବିଷୟରେ ସୂଚନା ଦିଆଯାଇଛି ।

ସୂଚନା ମୁତାବକ, ଆସନ୍ତାବର୍ଷଠାରୁ ୧୦ମ ଶ୍ରେଣୀ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କର ବାର୍ଷିକ ପରୀକ୍ଷା ଆୟୋଜିତ ହେବ । ଅର୍ଥାତ ଟର୍ମ ପରୀକ୍ଷା ଆସନ୍ତାବର୍ଷଠାରୁ ହେବ ନାହିଁ । କରୋନା ପାଇଁ ସିବିଏସଇ ପରି ସିଆଇଏସସିଇ ଦୁଇଟି ଟର୍ମ ପରୀକ୍ଷା ପ୍ୟାଟର୍ଣ୍ଣକୁ ଆପଣାଇଥିଲା । ଅଫଲାଇନ କ୍ଲାସ ଆରମ୍ଭ ହେବା ପରେ ସିଲାବସ୍ ସହିତ ପରୀକ୍ଷା ପ୍ୟାଟର୍ଣ୍ଣ ମଧ୍ୟ ବଦଳା ଯାଉଛି । ବର୍ତ୍ତମାନ ସିଆଇଏସସିର ଟର୍ମ-୨ ପରୀକ୍ଷା ଚାଲୁଥିବା ବେଳେ ଆସନ୍ତା ବର୍ଷା ଗୋଟିଏ ଥର ଫାଇନାଲ ପରୀକ୍ଷା କରାଯିବ । ଏନେଇ ସିଆଇଏସସିଇ ସମ୍ବନ୍ଧିତ ସ୍କୁଲର ମୁଖ୍ୟମାନଙ୍କୁ ଅବଗତ କରିଦିଆଯାଇଛି ।

ଆଇସିଏସଇ ଓ ଆଇଏସସିର ବୋର୍ଡ ପରୀକ୍ଷା ୨୦୨୩ ମାର୍ଚ୍ଚ ମାସରେ ଆୟୋଜନ କରାଯିବ । ଏଥିସହିତ ସିଆଇଏସସିଇ ପକ୍ଷରୁ ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ସଂଶୋଧିତ ସିଲାବସ୍ ଜାରି କରିଛି । ଏହି ସିଲାବସରେ କେବଳ ବଛା ବଛା ବିଷୟ ବଦଳିଛି । ଏନେଇ ଅଧିକ ସୂଚନା ଜାଣିବା ପାଇଁ ଛାତ୍ରଛାତ୍ରୀମାନେ ଅଫିସିଆଲ ୱେବସାଇଟ୍ cisce.orgକୁ ଯାଇ ସବିଶେଷ ବିବରଣୀ ପାଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking