25.1 C
Bhubaneswar
Sunday, May 3, 2026
Homeଦେଶ ବିଦେଶବାଂଲାଦେଶୀ ସାମ୍ବାଦିକଙ୍କ ମାନ୍ୟତା ଆବେଦନକୁ ଆଇସିସିର ପ୍ରତ୍ୟାଖାନ

ବାଂଲାଦେଶୀ ସାମ୍ବାଦିକଙ୍କ ମାନ୍ୟତା ଆବେଦନକୁ ଆଇସିସିର ପ୍ରତ୍ୟାଖାନ

ନୂଆଦିଲ୍ଲୀ: ବାଂଲାଦେଶୀ ସାମ୍ବାଦିକଙ୍କ ମାନ୍ୟତା ଆବେଦନକୁ ଆଇସିସିର ପ୍ରତ୍ୟାଖାନ। ଏବେ ବି ଜାରି ରହିଛି ଆଇସିସି ଟି୨୦ ବିଶ୍ୱକପ୍ ୨୦୨୬କୁ ନେଇ ବିବାଦ। ପ୍ରଥମେ ବାଂଲାଦେଶକୁ ଟୁର୍ଣ୍ଣାମେଣ୍ଟରୁ ବାଦ ଦେବା ଏବଂ ସ୍କଟଲାଣ୍ଡକୁ ସୁଯୋଗ ଦେବା ନିଷ୍ପତ୍ତି ଖବରରେ ଥିଲା। ବର୍ତ୍ତମାନ ବାଂଲାଦେଶୀ ଗଣମାଧ୍ୟମ ସମ୍ପର୍କରେ ଆଉ ଏକ ନୂଆ ଅପଡେଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ଆଇସିସି ୧୦୦ରୁ ଅଧିକ ବାଂଲାଦେଶୀ ସାମ୍ବାଦିକଙ୍କ ମାନ୍ୟତା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି, ଯାହା ଏକ ନୂତନ ବିବାଦ ସୃଷ୍ଟି କରିଛି।

ବାଂଲାଦେଶର ପ୍ରମୁଖ ସମ୍ବାଦପତ୍ର ଦି ଡେଲି ଷ୍ଟାରରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବାଂଲାଦେଶ କ୍ରିକେଟ୍ ବୋର୍ଡ ମିଡିଆ କମିଟିର ଅଧ୍ୟକ୍ଷ ଅମଜାଦ ହୁସେନ ଏହା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ପ୍ରାୟ ୧୩୦ରୁ ୧୫୦ ବାଂଲାଦେଶୀ ସାମ୍ବାଦିକ ୨୦୨୬ ଟି୨୦ ବିଶ୍ୱକପ୍ ପାଇଁ ଆବେଦନ କରିଥିଲେ। କିନ୍ତୁ ତାଙ୍କ ଜ୍ଞାନ ଅନୁସାରେ, କେହି ଆଇସିସି ମାନ୍ୟତା ପାଇ ନାହାନ୍ତି।  ଅମଜାଦ ହୁସେନ କହିଛନ୍ତି, ମୁଁ ଯେପର୍ଯ୍ୟନ୍ତ ଜାଣେ, ସମସ୍ତ ବାଂଲାଦେଶୀ ସାମ୍ବାଦିକଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଏହି ବର୍ଷ ୧୩୦ରୁ ୧୫୦ ସାମ୍ବାଦିକ ଆବେଦନ କରିଥିଲେ। କିନ୍ତୁ କାହାକୁ ଅନୁମୋଦନ କରାଯାଇ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking